Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ରୁଷିଆକୁ ୫ମ ସ୍ଥାନ

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ରୁଷିଆ ୫ମ ସ୍ଥାନ ଅଧିକାର କରିଛି। ଶୁକ୍ରବାର ଅନୁଷ୍ଠିତ ପ୍ଲେସିଂ ମ୍ୟାଚରେ ଏହି ଦଳ ୩-୨ ଗୋଲରେ ପୋଲାଣ୍ଡକୁ ପରାସ୍ତ କରିଛି। ପୁଲ୍‌ ପର୍ଯ୍ୟାୟରେ ମଧ୍ୟ ରୁଷିଆ ସମାନ ବ୍ୟବଧାନରେ ପୋଲାଣ୍ଡକୁ ପରାସ୍ତ କରିଥିଲା।
ସକାଳ ୮ଟାରେ ଅନୁଷ୍ଠିତ ଏହିି ମ୍ୟାଚରେ ଭଲ ସଂଘର୍ଷ ହୋଇଥିଲା। ଉଭୟ ଦଳ ଆକ୍ରମଣାତ୍ମକ ଖେଳି ଅଗ୍ରଣୀ ନେବାକୁ ଉଦ୍ୟମ କରିଥିଲେ ହେଁ ଫିନିଶିଂ ଅଭାବରୁ ପ୍ରଥମ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା। ଦ୍ୱିତୀୟ କ୍ବାର୍ଟର ଆରମ୍ଭରେ ଅର୍ଥାତ୍‌ ୧୬ତମ ମିନିଟରେ ପାଭେଲ ଗୋଲୁବେଭ୍‌ଙ୍କ ଫିଲ୍ଡ ଗୋଲ ମାଧ୍ୟମରେ ରୁଷିଆ ଅଗ୍ରଣୀ ନେଇଥିଲା। ୨୨ତମ ମିନିଟରେ ସର୍ଗି ଲେପେଶକିନଙ୍କ ଗୋଲ ବଳରେ ରୁଷିଆ ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିବାବେଳେ ୩୦ତମ ମିନିଟରେ ପୋଲାଣ୍ଡକୁ ମିଳିଥିବା ପେନାଲ୍ଟି କର୍ନରକୁ ମିଚାଲ କାସ୍ପ୍ରାଜିକ୍‌ ଗୋଲରେ ପରିଣତ କରିଥିଲେ। ଫଳରେ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ରୁଷିଆ ୨-୧ ଗୋଲରେ ଅଗ୍ରଣୀ ନେଇଥିଲା।
ତୃତୀୟ କ୍ବାର୍ଟରରେ ରୁଷିଆ ପ୍ରଭାବୀ ପ୍ରଦର୍ଶନ କରିଥିଲା। ପୋଲାଣ୍ଡ ମ୍ୟାଚକୁ ବରାବର ସ୍ଥିତିକୁ ଆଣିବା ଚକ୍କରରେ ଥିବାବେଳେ ୩୬ତମ ମିନିଟରେ ମାରାଟ ଖଇରୁଲିନ ଏକ ଫିଲ୍ଡ ଗୋଲ ଦେଇ ରୁଷିଆ ଅଗ୍ରଣୀ ବ୍ୟବଧାନକୁ ୩-୧ରେ ପହଞ୍ଚାଇ ଦେଇଥିଲେ। ଶେଷ କ୍ବାର୍ଟରରେ କଡ଼ା ଟକ୍କର ହୋଇଥିଲା। ପୋଲାଣ୍ଡ ସହଜରେ ଛାଡ଼ିିବାକୁ ପ୍ରସ୍ତୁତ ନ ଥିଲା। ଦଳ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ ହେଁ ୫୫ତମ ମିନିଟରେ ମିକୋଲାଜ ଗୁମ୍‌ନିଙ୍କ ମାଧ୍ୟମରେ ଗୋଟିଏ ଗୋଲ ପରିଶୋଧ କରି ପାରିଥିଲା। ପ୍ରଥମ କ୍ବାର୍ଟରରେ ୨ଟି ଗୋଲ ସୁଯୋଗ ସୃଷ୍ଟି କରିଥିବା ଏବଂ ତୃତୀୟ କ୍ବାର୍ଟରରେ ଗୋଟିଏ ଗୋଲ ସ୍କୋର କରିଥିବା ଖଇରୁଲିନ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।
”ଟୁର୍ନାମେଣ୍ଟରୁ ଆମେ ବହୁ ଅଭିଜ୍ଞତା ହାସଲ କରିଛୁ। ମାତ୍ର ଆମେ ଯାହା ଆଶା କରୁଥିଲୁ ତାହା କରି ପାରିନାହୁଁ। ଅଧିକରୁ ଅଧିକ ଅଭ୍ୟାସ କରି ଆମେ ଆଗାମୀ ଦିନରେ ନିଶ୍ଚିତ ଉନ୍ନତ ଦଳଭାବେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବୁ। ଟପ୍‌ ର଼୍ୟାଙ୍କ୍‌ ଟିିମ୍‌ ଗୁଡ଼ିକ ବିପକ୍ଷରେ ଅଧିକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିଲେ ଆମ ଯୁବ ଖେଳାଳିଙ୍କ ଆତ୍ମବିଶ୍ୱାସ ବଢ଼ିବ। ଭଲ ଫିନିଶିଂ କରିପାରି ନ ଥିବାରୁ ଆମେ ଟୁର୍ନାମେଣ୍ଟରେ ଆଗକୁ ଯାଇାରିଲୁ ନାହିଁ“ ବୋଲି ରୁଷିଆର ତାରକା ଖେଳାଳି ପାଭେଲ ଗୋଲୁବେଭ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ”ଆମେ ପ୍ରତିଯୋଗିତାରୁ ଅନେକ କିଛି ଶିଖିବାକୁ ପାଇଛୁ। ଆମକୁ ଆଗାମୀ ଦିନରେ କଠିନ ପରିଶ୍ରମ କରି ଟ୍ରେନିଂ ନେବାକୁପଡ଼ିବ। ଆମେ ପ୍ରଥମାର୍ଦ୍ଧରେ ଉତ୍ସାହୀ ପ୍ରଦର୍ଶନ କରିଥିଲେ ହେଁ ଦ୍ୱିତୀୟାର୍ଦ୍ଧରେ ତାହାକୁ ବଜାୟ ରଖି ପାରିଲୁ ନାହିଁ। ଫଳ ସ୍ବରୂପ ବିଜୟ ସମ୍ଭବ ହେଲା ନାହିଁ“ ବୋଲି ପୋଲାଣ୍ଡର ମାସିଏଜ୍‌ ଜାନିସଜେସ୍କି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମ୍ୟାଚ ଜିତିବା ପରେ ଶୁବମନଙ୍କ ପାଇଁ କୋହଲି କଲେ ଏମିତି କିଛି, ଜିତିନେଲେ ସମସ୍ତଙ୍କ ମନ; ଭାଇରାଲ ଭିଡିଓ ଦେଖିଲେ…

ବର୍ମିଂହାମ,୧୫।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଭାରତୀୟ ଦଳର ଚମତ୍କାର ବିଜୟ ପରେ, ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ…

ଇଂଲଣ୍ଡରୁ ପରାସ୍ତ କରିବା ପରେ ବଡ଼ କଥା କହିଲେ ଶୁବମନ ଗିଲ୍‌

ବର୍ମିଂହାମ,୧୫।୭: ପ୍ରଥମ ଦିନିକିଆରେ ଇଂଲଣ୍ଡ ବିପକ୍ଷରେ ୬ ଉଇକେଟରେ ବିଜୟ ହାସଲ କରିଛି। ଭାରତୀୟ ଅଧିନାୟକ ଶୁବମନ ଗିଲ ମଧ୍ୟକ୍ରମ ବ୍ୟାଟସମ୍ୟାନମାନଙ୍କୁ ପ୍ରଶଂସା କରି କହିଛନ୍ତି, ଚାପ…

ଶେଷରେ ବିଜୟ ସ୍ବାଦ ଚାଖିଲା ଭାରତ: ଇଂଲଣ୍ଡକୁ କଲା ଧରାଶାୟୀ

ବର୍ମିଂହାମ୍‌,୧୫ା୭: ଚଳିତ ଇଂଲଣ୍ଡ ଟୁର୍‌ରେ ଲଗାତର ୪ ପରାଜୟ ପରେ ମଙ୍ଗଳବାର ଭାରତୀୟ ଦଳ ତା’ର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ…

ଫିଫା ବିଶ୍ୱକପ୍‌: ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ସ୍ପେନ୍‌

ଆର୍ଲିଂଟନ,୧୫ା୭:୨୦୧୦ ସଂସ୍କରଣ ଚାମ୍ପିୟନ ସ୍ପେନ ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଚଳିତ ଫିଫା ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ସ୍ପେନ ୨-୦ ଗୋଲରେ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri