Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ୨-୧ ଗୋଲରେ ଆମେରିକାକୁ ହରାଇଥିବାବେଳେ ଦ୍ୱିତୀୟ ସେମିରେ ଭାରତ ୭-୨ ଗୋଲରେ ଏସୀୟ ଚାମ୍ପିୟନ ଜାପାନକୁ ପରାସ୍ତ କରିଛି। ଏଥିସହ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି ଟୁର୍ନାମେଣ୍ଟ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ମ୍ୟାଚ ଆରମ୍ଭରେ କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ଅତିଥିଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଶେଷରେ କ୍ରୀଡ଼ା ସଚିବ ବିଶାଲ ଦେବ ଅତିଥିଭାବେ ଯୋଗଦେଇ ଭାରତ ପକ୍ଷରୁ ଡବଲ ଗୋଲ ସ୍କୋର କରିଥିବା ରମଣଦୀପ ସିଂଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ। ଟାଇଟଲ ପାଇଁ ଶନିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ। ଏହି ଦିନ ୩ୟ ସ୍ଥାନ ପାଇଁ ଜାପାନ ଓ ଆମେରିକା ପରସ୍ପରକୁ ଭେଟିବେ।
ମ୍ୟାଚ ଆରମ୍ଭ ହେବାକ୍ଷଣି ଆକ୍ରମଣ ଆରମ୍ଭ କରିଥିଲା ଜାପାନ। ଭାରତର ରକ୍ଷଣଭାଗରେ ତ୍ରୁଟିିରୁ ଫାଇଦା ଉଠାଇ ଦ୍ୱିତୀୟ ମିନିଟରେ ହିଁ ଗୋଲ ସ୍କୋର କରି ଏହି ଦଳ ଚାପ ସୃଷ୍ଟି କରିଥିଲା। ଜାପାନ ପକ୍ଷରୁ ଏହି ଗୋଲଟି ସ୍କୋର କରିଥିଲେ କେନ୍‌ଜି କିତାଜାତୋ। ଜାପାନ ଅଗ୍ରଣୀ ନେବା ସହିତ କିଛି ସମୟ ଷ୍ଟାଡିିୟମରେ ନିରବତା ଖେଳି ଯାଇଥିଲା। ମାତ୍ର ଘରୋଇ ଦର୍ଶକମାନେ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିିବାରେ ଭୁଲି ନ ଥିଲେ। ମନପ୍ରୀତ ବାହିନୀ ଦର୍ଶକଙ୍କୁ ନିରାଶ ମଧ୍ୟ କରି ନ ଥିଲେ। ପ୍ରତିଆକ୍ରମଣାତ୍ମକ ପନ୍ଥା ଅବଲମ୍ବନ କରି ଜାପାନ ଗୋଲପୋଷ୍ଟ ନିକଟରେ ସୁଯୋଗ ସୃଷ୍ଟିପାଇଁ ଉଦ୍ୟମକୁ ଜୋରଦାର କରିଥିଲେ। ଫଳସ୍ବରୂପ ୭ମ ମିନିଟରେ ଭାରତକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ପ୍ରଥମ ଉଦ୍ୟମରେ ଏହା ଫେଲ୍‌ ମାରିଥିଲେ ହେଁ ଦ୍ୱିତୀୟ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଡ୍ରାଗ୍‌ ଫ୍ଲିକର ହରମନପ୍ରୀତ ସିଂ ମ୍ୟାଚରେ ରୋମାଞ୍ଚ ଭରିଥିଲେ। ହରମନପ୍ରୀତଙ୍କର ଏହାଥିଲା ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ। ଜାପାନ ଗୋଲ ପରିଶୋଧ ଉଦ୍ୟମରେ ଥିବାବେଳେ ୧୪ତମ ମିନିଟରେ ଭାରତକୁ ଆଉ ଏକ ପେନାଲ୍ଟି କର୍ନର ମିିଳିଥିଲା। ପ୍ରଥମ ଓ ଦ୍ୱିତୀୟ ଉଦ୍ୟମ ବିଫଳ ହେବାପରେ ତୃତୀୟ ଉଦ୍ୟମରେ ଅର୍ଥାତ୍‌ ଦଳର ୫ମ ପେନାଲ୍ଟି କର୍ନରକୁ ଗୋଲ କରି ଭାରତକୁ ଅଗ୍ରଣୀ କରାଇଥିଲେ ବରୁଣ କୁମାର। ପ୍ରଥମ କ୍ବାର୍ଟରରେ ଭାରତ ୨-୧ ଗୋଲରେ ଅଗ୍ରଣୀ ରହିଥିଲା। ଦ୍ୱିତୀୟ କ୍ବାର୍ଟରରେ ଉଭୟ ଦଳ ଫାଷ୍ଟ ଖେଳିଥିଲେ। ଜାପାନ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ ପାଇଁ ଜୋରଦାର ଉଦ୍ୟମ କରିଥିଲା। ୨୦ତମ ମିନିଟରେ କୋତା ଓତାନାବେ ଏକ ଫିଲ୍ଡ ଗୋଲ ଦେବାରେ ମ୍ୟାଚ ୨-୨ ସ୍ଥିତିକୁ ଚାଲି ଆସିଥିଲା। ତେବେ ଜାପାନର ଏହି ଖୁସି ବେଶିକ୍ଷଣ ତିଷ୍ଠି ନ ଥିଲା। ୨୩ ତମ ମିନିଟରେ ରମଣଦୀପ ସିଂ ଏକ ଗୋଲ ଦେଇ ଭାରତକୁ ପୁଣି ଅଗ୍ରଣୀ କରାଇଥିଲେ। ଦୀର୍ଘ ୧ ବର୍ଷ ପରେ ଆହତ ସମସ୍ୟାରୁ ଫେରିଥିବା ରମଣଦୀପଙ୍କର ପ୍ରତିଯୋଗିତାରେ ଏହାଥିଲା ପ୍ରଥମ ଗୋଲ। ଏହାର ୨ ମିନିଟ ପରେ ଅର୍ଥାତ୍‌ ୨୫ତମ ମିନିଟରେ ହାର୍ଦ୍ଦିକ ସିଂ ଏକ ଗୋଲ ଦେବାରେ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତ ୪-୨ ଗୋଲରେ ଅଗ୍ରଣୀ ହାସଲ କରିଥିଲା।
ଦ୍ୱିତୀୟାର୍ଦ୍ଧରେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ ପାଇଁ ଜାପାନ ଚାପରେ ଥିବାବେଳେ ଭାରତ ଏହାର ଭରପୂର ଫାଇଦା ନେଇଥିଲା। ଆକ୍ରମଣାତ୍ମକ ରଣନୀତି ଜାରି ରଖି ତୃତୀୟ କ୍ବାର୍ଟରର ଅଧିକାଂଶ ସମୟ ଜାପାନ ହାଫ୍‌ରେ ବଲ୍‌ ରଖିଥିଲା ଭାରତ। ଫଳ ସ୍ବରୂପ ଦଳକୁ ୩୬ତମ ମିନିଟରେ ଏକ ପେନାଲ୍ଟି କର୍ନର ମିଳିଥିଲା। ଏହା ବେକାର ଯାଇଥିବାବେଳେ ୧ ମିନିଟ ପରେ ଅର୍ଥାତ୍‌ ୩୭ତମ ମିନିଟରେ ଆଉ ଏକ ପେନାଲ୍ଟି କର୍ନର ସୁଯୋଗ ମିଳିଥିଲା। ଏଥିରୁ ଗୋଲ ହୋଇ ନ ଥିଲେ ହେଁ ସେହି ୩୭ତମ ମିନିଟରେ କ୍ରମାଗତ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ରମଣଦୀପ ଭାରତର ସ୍ଥିତିକୁ ଦୃଢ଼ କରି ଦେଇଥିଲେ। ୪୩ତମ ମିନିଟରେ ଜାପାନ ନିକଟରେ ଗୋଲ ପରିଶୋଧ ପାଇଁ ସୁଯୋଗ ରହିଥିଲା। ମାତ୍ର ପେନାଲ୍ଟି କର୍ନରକୁ ଭାରତୀୟ ଡିଫେଣ୍ଡରମାନେ ସଫଳତାର ସହିତ ପ୍ରତିହତ କରିଥିଲେ। ଅନ୍ୟପକ୍ଷରେ ୪୩ତମ ମିନିଟରେ ଗୁରସାହିବଜିତ ସିଂ ଏକ ଗୋଲ ଦେବାରୁ ତୃତୀୟ କ୍ବାର୍ଟର ଶେଷସୁଦ୍ଧା ଭାରତର ଅଗ୍ରଣୀ ବ୍ୟବଧାନ ୬-୨ରେ ପହଞ୍ଚତ୍ ଯାଇଥିଲା। ୪ର୍ଥ ତଥା ଅନ୍ତିମ କ୍ବାର୍ଟରରେ ମଧ୍ୟ ଭାରତର ପ୍ରଭାବୀ ପ୍ରଦର୍ଶନ ଜାରି ରହିଥିଲା। ୪୭ତମ ମିନିଟରେ ଏକ ରିବାଉଣ୍ଡ ଶଟ୍‌ ଜରିଆରେ ଭାରତ ପକ୍ଷରୁ ଆଉ ଏକ ଗୋଲ ଦେଇଥିଲେ ବିବେକ ପ୍ରସାଦ। ୫୩ତମ ମିନିଟରେ ଜାପାନ ଆଉ ଏକ ପେନାଲ୍ଟି କର୍ନର ପାଇଥିଲେ ହେଁ ଭାରତୀୟ ଗୋଲକିପର ପି.ଆର. ଶ୍ରୀଜେଶ ଚମତ୍କାର ସେଭ୍‌ କରି ତାହାକୁ ବେକାର କରିଥିଲେ। ୫୫ତମ ମିନିଟରେ ଜାପାନ ଆଉ ଏକ ପେନାଲ୍ଟିି କର୍ନର ସୁଯୋଗ ସୃଷ୍ଟି କରିଥିଲା। ମାତ୍ର ଖେଳାଳିମାନେ ତାହାକୁ ପୋଷ୍ଟ ବାହାରକୁ ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

୧୦ଟି ୱିକେଟ ନେବା ସତ୍ତ୍ୱେ ମାନବ ସୁଥରଙ୍କୁ କାହିଁକି ମିଳିଲା ନାହିଁ ‘ପ୍ଲେୟାର ଅଫ ଦି ମ୍ୟାଚ’ ପୁରସ୍କାର? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୮: ଗାଲେରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟରେ ଭାରତୀୟ ସ୍ପିନ ଅଲରାଉଣ୍ଡର ମାନବ ସୁଥର ୧୦ ୱିକେଟ ନେଇଥିଲେ। ସେ ପ୍ରଥମ ଇନିଂସରେ ୪ ଜଣ ଏବଂ…

ହକି ବିଶ୍ୱକପ ମଇଦାନରେ ଭୟଙ୍କର ଦୁର୍ଘଟଣା, ଭାରତୀୟ ଖେଳାଳି ଲହୁଲୁହାଣ

ନୂଆଦିଲ୍ଲୀ, ୧୯।୮: ଭାରତୀୟ ମହିଳା ହକି ଟିମ ମଙ୍ଗଳବାର ଏକ ଐତିହାସିକ ବିଜୟ ହାସଲ କରିଛି। ନେଦରଲାଣ୍ଡ୍ସର ଆମଷ୍ଟେଲଭନ୍‌ରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାକୁ…

ଗାଲେ ଟେଷ୍ଟକୁ ୧୬୫ ରନରେ ଜିତିଲା ଭାରତ; ୧୦ ୱିକେଟ ନେଇ ଇତିହାସ ରଚିଲେ ମାନବ ସୁଥାର

ନୂଆଦିଲ୍ଲୀ,୧୯।୮: ଗାଲେ ଟେଷ୍ଟରେ ଭାରତ ଶ୍ରୀଲଙ୍କାକୁ ୧୬୫ ରନରେ ପରାସ୍ତ କରିଛି। ଚତୁର୍ଥ ଇନିଂସରେ ୩୭୨ ରନର ଟାର୍ଗେଟ ପିଛା କରି ଶ୍ରୀଲଙ୍କା କେବଳ ୨୦୬ ରନ…

Video: ଦୁଇ ପତ୍ନୀଙ୍କ କଳହ ମଧ୍ୟରେ ବେହୋସ ହେଲେ ଫୁଟବଲ ପ୍ରଶିକ୍ଷକ, ଚେତା ଫେରିବା ପରେ ପ୍ରଥମ ପତ୍ନୀଙ୍କ ସହ କଲେ ଏମିତି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୯।୮: ପ୍ରାୟତଃ, ଦୁଇଜଣଙ୍କ ମଧ୍ୟରେ ବିବାଦର ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି କ୍ରସଫାୟାରରେ ଫସି ଯାଆନ୍ତି; କିନ୍ତୁ, ଯେତେବେଳେ ବିବାଦ ଜଣେ ପୁରୁଷଙ୍କ ଦୁଇ ସ୍ତ୍ରୀଙ୍କ…

କ୍ୟାମେରା ବୁଲିବା ମାତ୍ରେ ଖୋଲିଗଲା ଗମ୍ଭୀରଙ୍କ ‘ମାଷ୍ଟରପ୍ଲାନ’ର ରହସ୍ୟ! ଭାଇରାଲ ଭିଡିଓରେ ଦେଖାଗଲା…

ନୂଆଦିଲ୍ଲୀ, ୧୯।୮: ଗଲରେ ଲ୍ର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟି…

ବିଶ୍ୱରେକର୍ଡ କଲେ ରିଷଭ ପନ୍ତ: ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ କଲେ ଏମିତି କାରନାମା

ଗାଲେ, ୧୯ା୮(ପିଟି):ଭାରତର ବିସ୍ଫୋରକ ଉଇକେଟ୍‌କିପର-ବ୍ୟାଟର ରିଷଭ ପନ୍ତ ପ୍ରଥମ ଭାରତୀୟ ଓ ବିଶ୍ୱର ଚତୁର୍ଥ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୧୦୦ ଛକା ପୂରଣ କରିଛନ୍ତି। ଶ୍ରୀଲଙ୍କା…

ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ଆମଷ୍ଟେଲଭିନ୍‌,୧୮ା୮: ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କ ଗୋଲ ବଳରେ ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୬-୧ ଗୋଲରେ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri