Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ରୁଷିଆ ବିଦା, ଦକ୍ଷିଣ ଆଫ୍ରିକା ସେମିରେ

ଭୁବନେଶ୍ୱର, ୧୩।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଆମେରିକା ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ୧୪ ତାରିଖରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ବୁଧବାର ଅନୁଷ୍ଠିତ ଦ୍ୱିତୀୟ କ୍ରସ୍‌ ଓଭର ମ୍ୟାଚ ପରେ ଏହା ସ୍ପଷ୍ଟ ହୋଇଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ୨-୧ ଗୋଲରେ ରୁଷିଆକୁ ପରାସ୍ତ କରିଛି। ପୁଲ୍‌ ପର୍ଯ୍ୟାୟରେ ଖରାପ ଖେଳିଥିଲେ ହେଁ ଗୋଟିଏ ବିଜୟ ସହ କ୍ରସ୍‌ ଓଭରକୁ ଆସିଥିବା ଦକ୍ଷିଣ ଆଫ୍ରିକା ଭାଗ୍ୟ ସାଥ୍‌ ବଳରେ ପ୍ରତିଯୋଗିତାର ସେମିଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ଅନ୍ୟପକ୍ଷରେ ରୁଷିଆର ଅଭିଯାନ କ୍ରସ୍‌ ଓଭରରୁ ଶେଷ ହୋଇଛି। ଏହି ଦଳ ୧୪ରେ ପୋଲାଣ୍ଡ ସହ ୫-୬ ସ୍ଥାନ ପାଇଁ ପ୍ଲେସିଂ ମ୍ୟାଚ ଖେଳିବ।
ଆଫ୍ରିକା ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଗ୍ରୁପ ପର୍ଯ୍ୟାୟରେ ଅପେକ୍ଷାକୃତ ଭଲ ଖେଳି ରୁଷିଆ କ୍ରସ୍‌ ଓଭରକୁ ଆସିଥିଲେ ହେଁ କଡ଼ା ଟକ୍କର ଦେଇଥିଲା ଦକ୍ଷିଣ ଆଫ୍ରିକା। ପ୍ରଥମ ଓ ଦ୍ୱିତୀୟ କ୍ବାର୍ଟରରେ ଉଭୟ ଦଳ ଏକାଧିକ ପେନାଲ୍ଟି କର୍ନର ପାଇଥିଲେ ହେଁ ତାହାକୁ ଗୋଲରେ ପରିଣତ କରିପାରି ନ ଥିଲେ। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିବାପରେ ତୃତୀୟ କ୍ବାର୍ଟରରେ ଅଗ୍ରଣୀ ନେବାପାଇଁ ଉଦ୍ୟମ ଜୋରଦାର ହୋଇଥିଲା। ୪୦ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଦକ୍ଷିଣ ଆଫ୍ରିକାର ଏନକୋବିଲ ଏନଟୁଲି ମ୍ୟାଚରେ ଉଷ୍ମତା ଭରିଥିଲେ। ତୃତୀୟ କ୍ବାର୍ଟର ଶେଷସୁଦ୍ଧା ଦକ୍ଷିଣ ଆଫ୍ରିକା ୧-୦ ଗୋଲରେ ଅଗ୍ରଣୀ ନେଇଥିଲା। ମାତ୍ର ୪ର୍ଥ କ୍ବାର୍ଟର ଆରମ୍ଭର ଅଳ୍ପକିଛି ସମୟ ପରେ ଅର୍ଥାତ୍‌ ୪୭ତମ ମିନିଟରେ ରୁଷିଆକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲକରି ରୁଷିଆର ଜର୍ଜି ଆରୁସିଆ ମ୍ୟାଚକୁ ୧-୧ ସମାନ ସ୍ତରକୁ ନେଇ ଆସିଥିଲେ। ମାତ୍ର ଦକ୍ଷିଣ ଆଫ୍ରିକା ସହଜରେ ହାର ମାନିବାକୁ ପ୍ରସ୍ତୁତ ନ ଥିଲା। ୫୩ତମ ମିନିଟରେ ର଼୍ୟାନ ଜୁଲିଅସଙ୍କ ଫିଲ୍ଡ ଗୋଲ ବଳରେ ଦଳ ପୁଣି ଅଗ୍ରଣୀ ହାସଲ କରିଥିଲା। ଶେଷ ମିନିଟରେ ଗୋଲ ପରିଶୋଧ ପାଇଁ ରୁଷିଆ ସୁବର୍ଣ୍ଣ ସୁଯୋଗ ପାଇଥିଲା। ମାତ୍ର ପେନାଲ୍ଟି କର୍ନର ମିସ୍‌ କରି ଦଳ ଏହାକୁ ହାତଛଡ଼ା କରିଥିଲା। ଆକର୍ଷଣୀୟ ପ୍ରଦର୍ଶନ ପାଇଁ ଦକ୍ଷିଣ ଆଫ୍ରିକାର ଅଷ୍ଟିନ ସ୍ମିଥ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।
ପୁଲ୍‌ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ୦-୨ରେ ଆମେରିକାଠାରୁ ଏବଂ ୦-୨ରେ ଜାପାନଠାରୁ ହାରିଥିବାବେଳେ ମେକ୍ସିକୋକୁ ୬-୦ ଗୋଲରେ ହରାଇ କ୍ରସ୍‌ ଓଭର ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ଏବେ ସେମିଫାଇନାଲରେ ଆମେରିକାକୁ ଭେଟିବାକୁ ଯାଉଥିବାରୁ ପରାଜୟ ମଧୁର ପ୍ରତିଶୋଧ ନେବାପାଇଁ ଦକ୍ଷିଣ ଆଫ୍ରିକା ନିକଟରେ ସୁଯୋଗ ରହିଛି। ଅନ୍ୟପକ୍ଷରେ ପୁଲ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ଉଜ୍‌ବେକିସ୍ତାନକୁ ୧୨-୧ ଓ ପୋଲାଣ୍ଡକୁ ୩-୨ ଗୋଲରେ ହରାଇଥିବା ରୁଷିିଆ ଏଠାରେ ଦକ୍ଷତା ଅନୁସାରେ ପ୍ରଦର୍ଶନ କରି ନ ପାରି ପରାଜିତ ହୋଇଛି। ପୁଲ୍‌ ‘ଏ’ରୁ କେବଳ ଭାରତ ଏବଂ ପୁଲ୍‌ ‘ବି’ରୁ ୩ ଦଳ ଜାପାନ, ଆମେରିକା ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପ୍ରବେଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିଅନ୍ସ ଟ୍ରଫି: ଲାହୋରରେ ଭାରତର ସମସ୍ତ ମ୍ୟାଚ୍ ଆୟୋଜନ କରିବାକୁ ପ୍ରସ୍ତାବ ଦେଲା ପାକିସ୍ତାନ

ଭବାନୀପାଟଣା,୧।୫: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତର ସମସ୍ତ ମ୍ୟାଚ୍କୁ ଗୋଟିଏ ସ୍ଥାନରେ ଆୟୋଜନ କରିବାକୁ...

ମୟଙ୍କ ଯାଦବଙ୍କୁ ବଡ ଉପହାର ଦେଲା ବିସିସିଆଇ, କିନ୍ତୁ ରହିଛି ଖରାପ ଖବର

ମୁମ୍ବାଇ,୧ା୫: ପେସ୍‌ ବୋଲିଂ ସେନ୍‌ସେସନ୍‌ ମୟଙ୍କ ଯାଦବ ଅବଶିଷ୍ଟ ଆଇପିଏଲ୍‌ ମ୍ୟାଚ୍‌ରେ ଅଂଶଗ୍ରହଣ କରିବା ନେଇ ସନ୍ଦେହ ଉପୁଜିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ସମୟରେ...

ସେଲିବ୍ରେସନ୍‌ ପାଇଁ ବାଣ, ମିଠା କିଣି ଘରକୁ ଆଣିଥିଲେ ରିଙ୍କୁ ସିଂ’ଙ୍କ ବାପା, ପୁଅର ହେଲାଣି ସିଲେକ୍‌ସନ୍‌

ନୂଆଦିଲ୍ଲୀ,୧ା୫: ମଙ୍ଗଳବାର ପୁରୁଷ ଟି୨୦ ବିଶ୍ୱକପ ପାଇଁ ୧୫ ଜଣ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ନିମ୍ନକ୍ରମର ଦୁର୍ଦଶ ବ୍ୟାଟର ରିଙ୍କୁ ସିଂଙ୍କୁ ଦଳରେ...

ଲକ୍ଷ୍ନୌ ଜିତିବା ପରେ ପଏଣ୍ଟ ଟେବୁଲ୍‌ରେ ହେଲା ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛି

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ଲକ୍ଷ୍ନୌର ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ...

ପାଣ୍ଡ୍ୟାଙ୍କ ଏହି ଭୁଲ ଯୋଗୁ ମୁମ୍ବାଇକୁ ପଡ଼ିଲା ଭାରି, ଅଧିନାୟକ ସମେତ ଖେଳାଳିଙ୍କ ଉପରେ ଲାଗିଲା ମୋଟା ଅଙ୍କର ଫାଇନ୍‌

ନୂଆଦିଲ୍ଲୀ,୧।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଡବଲ ଝଟକା ଲାଗିଛି। ଟୁର୍ନାମେଣ୍ଟର ୪୮ତମ ମ୍ୟାଚରେ ମୁମ୍ବାଇକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ୪ ଉଇକେଟ୍‌ରେ ହରାଇଛି। ଏହି...

ବିରାଟ କୋହଲି ଆମର ଜ୍ୱାଇଁ…କାହିଁକି ଏମିତି କହିଲେ ଶାହରୁଖ

କୋଲକାତା,୧।୫: ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ ମାଲିକ ତଥା ବଲିଉଡ ଅଭିନେତା ଶାହାରୁଖ ଖାନ ବିରାଟ କୋହଲିଙ୍କ ଉପରେ ନିଜର ମତ ରଖିଛନ୍ତି। କୋହଲିଙ୍କୁ...

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ରୁ ବିଦା! ଜାଣନ୍ତୁ କ’ଣ ରହିଛି ସମୀକରଣ

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ସୁପର ଜଏଣ୍ଟସ ଏହି ମ୍ୟାଚ ସହଜରେ ଜିତିଲା।...

ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ଜାଣନ୍ତୁ ଦଳରେ କାହାକୁ ମିଳିଲା ସ୍ଥାନ

ସିଡନୀ,୧।୫: ଅଷ୍ଟ୍ରେଲିଆ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ବିଶ୍ୱକପ୍‌ରେ ଦଳ ଅନ୍ତର୍ଜାତୀୟ ଟି-୨୦ ଅଧିନାୟକ ମିଚେଲ ମାର୍ଶଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri