Posted inଖେଳ

ଏଥର ଦୋହାରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌

ଅଲିମ୍ପିକ୍ସ ପରେ ବିଶ୍ୱ ଆଥଲେଟିକ ଚାମ୍ପିୟନଶିପ୍‌ ଦ୍ୱିତୀୟ ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭର ମାନ୍ୟତା ପାଇଛି। ଏହି ମେଗା ଇଭେଣ୍ଟର ୧୭ତମ ସଂସ୍କରଣ ଏଥର କାତାର ରାଜଧାନୀ ଦୋହାରେ ଆୟୋଜନ ହେବ ସେପ୍ଟେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଏହା ଅକ୍ଟୋବର ୬ ତାରିଖରେ ଶେଷ ହେବ। ଦୋହାର ଖଲିଫା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହାର ଆୟୋଜନ ହେବ…

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୧୭ତମ ସଂସ୍କରଣ କାତାର୍‌ ରାଜଧାନୀ ଦୋହାଠାରେ ଚଳିତ ମାସ ୨୭ତାରିଖରୁ ଆରମ୍ଭ ହେବ। ଏହା ଅକ୍ଟୋବର ମାସ ୬ତାରିଖ ପର୍ଯ୍ୟନ୍ତ ଚାଲିବ। ଇଣ୍ଟରନାଶନାଲ୍‌ ଆସୋସିଏଶନ୍‌ ଅଫ୍‌ ଆଥ୍‌ଲେଟିକ୍ସ ଫେଡେରେଶନ୍‌ (ଆଇଏଏଏଫ୍‌) ଦ୍ୱାରା ଆୟୋଜିତ ଏହି ମେଗା ଇଭେଣ୍ଟ ବିଶ୍ୱସ୍ତରୀୟ ଆଥଲେଟମାନଙ୍କର ବେଶ୍‌ ପସନ୍ଦର ପ୍ରତିଯୋଗିତା ରୂପେ ଲୋକପ୍ରିୟତା ହାସଲ କରିଛି । ଅଲିମ୍ପିକ୍ସ ପରେ ଏହା ବିଶ୍ୱର ଦ୍ୱିତୀୟ ଶ୍ରେଷ୍ଠ ଆଥଲେଟିକ୍ସ ପ୍ରତିଯୋଗିତାର ମାନ୍ୟତା ପାଇଛି। ଏହା ପ୍ରତି ୪ବର୍ଷରେ ଥରେ ଅନୁଷ୍ଠିତ ହୋଇଆସୁଛି। ଅଲିମ୍ପିକ୍ସ ପରି ଏହି ମେଗା ପ୍ରତିଯୋଗିତାରେ ଅନେକ ଷ୍ଟାର ଆଥଲେଟଙ୍କ ସମାଗମ ଏହି ପ୍ରତିଯୋଗିତାକୁ ଆକର୍ଷଣୀୟ କରିବା ସହିତ ବିଶ୍ୱସ୍ତରୀୟ ପ୍ରତିଯୋଗୀମାନଙ୍କୁ ରେକର୍ଡ ସ୍ଥାପନ କରିବା ପାଇଁ ସହାୟକ ହୋଇଥାଏ। ଏସିଆ ମହାଦେଶର ତଥା ମଧ୍ୟପ୍ରାଚ୍ୟ ଦେଶ କାତାର ରାଜଧାନୀ ଦୋହାଠାରେ ଥିବା ଖଲିଫା ଇଣ୍ଟରନ୍ୟାଶନାଲ୍‌ ଷ୍ଟାଡିୟମରେ ପ୍ରତିଯୋଗିତାର ସବୁ ଇଭେଣ୍ଟ ଆୟୋଜନ ହେବ। ସୂଚନାଯୋଗ୍ୟ ଯେ, ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ୫ମ ଥର ପାଇଁ ଏସିଆ ମହାଦେଶରେ ଅନୁଷ୍ଠିତ ହେବାକୁ ଯାଉଛି। ପୂର୍ବରୁ ଜାପାନର ଟୋକିଓଠାରେ ୨ଥର, ଚାଇନା ଏବଂ ସାଉଥ୍‌ କୋରିଆରେ ଏହି ସମ୍ମାନଜନକ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଛି। ୨୦୧୭ ମସିହାରେ ଲଣ୍ଡନଠାରେ ଏହି ପ୍ରତିଯୋଗିତାର ୧୬ତମ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ବିଡିଂ ପ୍ରକ୍ରିୟାରେ ୨୦୧୪ ମସିହା ନଭେମ୍ବର ୧୮ତାରିଖରେ ଆଇଏଏଏଫର ବାର୍ଷିକ ବୈଠକ ମୋନାକୋ ସହରଠାରେ ଅନୁଷ୍ଠିତ ହୋଇଥିଲା। ଆୟୋଜକ ତାଲିକାରେ ବାର୍ସିଲୋନା (ସ୍ପେନ), ଦୋହା (କାତାର), ୟୁଜେନ୍‌ (ୟୁଏସ୍‌ଏ) ସହର ସାମିଲ ହୋଇଥିଲେ ମଧ୍ୟ କାତାର୍‌ ଏହି ସମ୍ମାନଜନକ ଟୁର୍ନାମେଣ୍ଟ ଆୟୋଜନ କରିବା ପାଇଁ ସୁଯୋଗ ପାଇଥିଲା। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଏହି ମେଗା ଚାମ୍ପିୟନଶିପ୍‌ ବେଶ୍‌ ଗୁରୁତ୍ୱ ବହନ କରୁଛି। ଆଇଏଏଏଫ୍‌ ର ଟେକ୍‌ନିକାଲ କମିଟିର ଘୋଷଣା କ୍ରମେ ଏହି ପ୍ରତିଯୋଗିତା ପାଇଁ ଅଂଶଗ୍ରହଣ କରୁଥିବା ଆଥଲେଟମାନେ ସେମାନଙ୍କର ବିଶ୍ୱ ର଼୍ୟାକିଙ୍ଗ୍‌ ମାନ୍ୟତା ଆଧାରରେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଏଥିସହିତ ଆଇଏଏଏଫ ଦ୍ୱାରା ଘୋଷିତ ଷ୍ଟାଣ୍ଡାର୍ଡ ଟାଇମିଂ ସହିତ ୨୦୦୯ର ଡାଇମଣ୍ଡ ଲିଗ୍‌ର ପ୍ରଦର୍ଶନ ଏବଂ ଫଳାଫଳ ଅନୁସାରେ ମଧ୍ୟ ବିଶ୍ୱସ୍ତରୀୟ ପ୍ରତିଯୋଗୀମାନେ ’ୱାଇଲ୍ଡ କାର୍ଡ ଏଣ୍ଟ୍ରି’ ମାଧ୍ୟମରେ ମଧ୍ୟ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରିବେ।
ଉଭୟ ପୁରୁଷ ଏବଂ ମହିଳା ବିଭାଗରେ ରନିଂ ରେସ୍‌ (୧୦୦ମି., ୨୦୦ମି., ୪୦୦ମି., ୧୫୦୦ମି, ୫୦୦୦ମି) ସହିତ ମାରାଥନ ହର୍ଡଲ୍ସ, ଡେକାଥେଲନ୍‌, ଷ୍ଟିପଲଚେଜ୍‌, ହାଇଜମ୍ପ, ପୋଲଭୋଲ୍ଟ, ଶଟ୍‌ପୁଟ୍‌, ଜାଭେଲିନ୍‌ ଥ୍ରୋ, ରିଲେ ରେସ ପରି ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ୨୧୪ଟି ମେମ୍ବର୍ସ ଫେଡେରେଶନର ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିବେ। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଦେଶ ରୁଷିଆନ୍‌ ଆଥଲେଟିକ ଫେଡେରେଶନ୍‌କୁ ଆଇଏଏଏଫ୍‌ ବାସନ୍ଦ କରିଛି। କାରଣ ଏହାର ଅଧିକାଂଶ ଆଥଲେଟ୍‌ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବାରୁ ରୁଷିଆ ଏହାର ଦୃଢ ପ୍ରତିବାଦ କରିବା ସହିତ ଏପରି ଏକ ସମ୍ମାନଜନକ ବିଶ୍ୱସ୍ତରୀୟ ପ୍ରତିଯୋଗିତାରୁ ନିଜକୁ ଦୂରେଇ ରଖିଛି। ବର୍ତ୍ତମାନ ଉଭୟ ପୁରୁଷ ଏବଂ ମହିଳା ଟ୍ରାକ ଆଣ୍ଡ୍‌ ଫିଲ୍ଡ ରେକର୍ଡ ରହିଛି। ପୁରୁଷ ୧୦୦ମି. ପାଇଁ ୧୦.୧୦ ସେକେଣ୍ଡ ରହିଛି। ଏବଂ ୧୧.୨୪ ସେକେଣ୍ଡ ମହିଳା ୧୦୦ମି. ପାଇଁ ରହିଛି। ପୁରୁଷ ୨୦୦ ମିଟର ରେସ୍‌ ପାଇଁ ରେକର୍ଡ ୨୦.୪୦ ସେକେଣ୍ଡ ରହିଛି। ସେହିପରି ୨୩.୨୮ ସେକେଣ୍ଡ ମହିଳାଙ୍କ ପାଇଁ ରହିଛି। ପୁରୁଷ ୪୦୦ ମିଟରରେ ରେକର୍ଡ ୪୫.୩୦ସେକେଣ୍ଡ ରହିଛି । ସେହିପରି ମହିଳା ୪୦୦ମି. ରେସ ପାଇଁ ରେକର୍ଡ ୫୧.୮୦ ସେକେଣ୍ଡ ରହିଛି। ଏହି ପ୍ରତିଯୋଗିତାଗୁଡିକ ପାଇଁ ସମଗ୍ର ବିଶ୍ୱରୁ ୪୮ଜଣ ଲେଖାଏଁ ପ୍ରତିଯୋଗୀ ରହିଥିବା ବେଳେ ମହିଳା ୨୦୦ମିଟର ପାଇଁ ୫୬ ଜଣ ଭାଗ ନେଇ ପାରିବେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ପ୍ରଥମ ସଂସ୍କରଣ ସ୍ବିଡେନଠାରେ ଅନୁଷ୍ଠିତ ହୋଇଥିବା ବେଳେ ଗୋଟିଏ ଇଭେଣ୍ଟ ପାଇଁ ୨୦ଟି ସଭ୍ୟ ଦେଶରୁ ମାତ୍ର ୪୨ଜଣ ପ୍ରତିଯୋଗୀ ଭାଗନେଇଥିଲେ। ୨୦୧୭ ମସିହାରେ ଏହାର ୧୬ତମ ସଂସ୍କରଣ ଗ୍ରେଟ୍‌ ବ୍ରିଟେନ୍‌ର ଲଣ୍ଡନଠାରେ ୪ଅଗଷ୍ଟ ରୁ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୦୫ଟି ଦେଶରୁ ୪୮ଟି ଇଭେଣ୍ଟ ପାଇଁ ୨୦୩୬ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଆମେରିକା ଏହି ସଂସ୍କରଣର ପଦକ ତାଲିକାରେ ଶୀର୍ଷରେ ରହିଥିଲା। ଆମେରିକା ମୋଟ୍‌ ୩୦ଟି ପଦକ (୧୦ଟି ସ୍ବର୍ଣ୍ଣ, ୧୧ଟି ରୌପ୍ୟ, ୯ଟି ବ୍ରୋଞ୍ଜ୍‌) ହାସଲ କରିଥିଲା। ସେହିପରି କେନିଆ ମୋଟ୍‌ ୧୧ଟି ପଦକ ସହ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଥିଲା। କେନିୟା ୫ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ, ୪ଟି ବ୍ରୋଞ୍ଜ୍‌ ପଦକ ଜିତିଥିଲା। ସେହିପରି ଦକ୍ଷିଣ ଆଫ୍ରିକା ୧୦ ପଦକ ସହ ତୃତୀୟ ସ୍ଥାନରେ ରହିଥିଲା। ଦକ୍ଷିଣ ଆଫ୍ରିକା ୭ଟି ସ୍ବର୍ଣ୍ଣ, ୧ଟି ରୌପ୍ୟ, ୨ଟି ବ୍ରୋଞ୍ଜ ପଦକ ହାସଲ କରିଥିଲା। ଭାରତ କୌଣସି ପଦକ ଜିତିବାକୁ ସକ୍ଷମ ହୋଇ ନ ଥିବା ବେଳେ ୪୨ଟି ଦେଶ ୧୪୫ଟି ପଦକ ହାସଲ କରିବାକୁ ସକ୍ଷମ ହୋଇଥିଲେ। ଆୟୋଜକ ଦେଶ ଗ୍ରେଟ ବ୍ରିଟେନ ୬ଷ୍ଠ ସ୍ଥାନରେ ରହିଥିଲା।
ଆମେରିକାର ଜଷ୍ଟିନ ଗାଟଲିନ୍‌ ୧୦୦ମିଟର ରେସରେ ପୁରୁଷ ବିଭାଗରେ ୯.୯୨ ସେକେଣ୍ଡରେ ଗୋଲଡ ମେଡାଲ ହାସଲ କରିଥିବା ବେଳେ ୨୦୦ମିଟରରେ ତୁର୍କୀର ରାମିଲ ଗଲିଏଭ୍‌ ୨୦.୦୯ ସେକେଣ୍ଡରେ ସ୍ବର୍ଣ୍ଣ ଏବଂ ୪୦୦ମିଟର ରେସ୍‌ରେ ସାଉଥ ଆଫ୍ରିକାର ୱାଡେଭାନ୍‌ ନିଏକେର୍କ ୪୩.୯୮ ସେକେଣ୍ଡରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ମହିଳା ବିଭାଗର ୧୦୦ମିଟର ରେସ୍‌ରେ ଆମେରିକାର ଟୋରିବୋୱି ୧୦.୮୫ ସେକେଣ୍ଡରେ ସ୍ବର୍ଣ୍ଣ ପଦକ ପାଇଥିଲେ।
ଏପର୍ଯ୍ୟନ୍ତ ଅନୁଷ୍ଠିତ ୧୬ଟି ସଂସ୍କରଣରେ ଆମେରିକା ପଦକ ତାଲିକାରେ ୧୫୬ଟି ସ୍ବର୍ଣ୍ଣ, ୧୦୫ଟି ରୌପ୍ୟ ଏବଂ ୯୧ଟି ବ୍ରୋଞ୍ଜ୍‌ ସହ ମୋଟ ୩୫୨ଟି ପଦକ ସହ ଶୀର୍ଷରେ ରହିଛି। କେନିଆ ୫୫ଟି ସ୍ବର୍ଣ୍ଣ, ୪୮ଟି ରୌପ୍ୟ ଏବଂ ୩୭ଟି ବ୍ରୋଞ୍ଜ୍‌ ସହ ମୋଟ ୧୪୦ଟି ପଦକ ପାଇ ଦ୍ୱିତୀୟ ଏବଂ ରୁଷିଆ ୪୩ଟି ସ୍ବର୍ଣ୍ଣ, ୫୨ଟି ରୌପ୍ୟ ଏବଂ ୪୮ଟି ବ୍ରୋଞ୍ଜ୍‌ ସହ ମୋଟ ୧୪୩ଟି ପଦକ ସହ ୩ୟ ସ୍ଥାନରେ ରହିଛି।
ଏସିଆ ମହାଦେଶରୁ ସବୁଠାରୁ ସଫଳ ଦେଶ ରୂପେ ଚାଇନା ୧୬ଟି ସ୍ବର୍ଣ୍ଣ, ୨୨ଟି ରୌପ୍ୟ ଏବଂ ୧୮ଟି ବ୍ରୋଞ୍ଜ୍‌ ସହ ମୋଟ ୫୬ଟି ପଦକ ପାଇ ଶୀର୍ଷରେ ରହିଛି। ଭାରତର ପ୍ରଦର୍ଶନ ଏହି ମେଗା ଇଭେଣ୍ଟରେ ନିହାତି ମାମୁଲି ରହିଛି। ସମସ୍ତ ସଂସ୍କରଣରୁ ଗୋଟିଏ ରୌପ୍ୟ ଏବଂ ୧ଟି ବ୍ରୋଞ୍ଜ୍‌ ପାଇଛି। ଏହା ବିଶ୍ୱସ୍ତରୀୟ ଆଥ୍‌ଲେଟ ସୃଷ୍ଟି କରିବାରେ ଆମ ଦେଶର ଦୁର୍ବଳତାକୁ ପଦାରେ ପକାଇଛି। ଆଇଏଏଏଫ୍‌ର ୧୦୧ଟି ଦେଶ ଏପର୍ଯ୍ୟନ୍ତ ପଦକ ପାଇଥିବା ବେଳେ ମୋଟ ୨୧୯୮ଟି ପଦକ ବିଭିନ୍ନ ଇଭେଣ୍ଟରେ ଆଥଲେଟମାନେ ପାଇଛନ୍ତି। ଆଇଏଏଏଫ ଇତିହାସରେ ଜାମାଇକା ତାରକା ସ୍ପ୍ରିଣ୍ଟର ଉସେନ୍‌ ବୋଲ୍ଟ ସର୍ବାଧିକ ୧୪ଟି ମେଡାଲ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ହାସଲ କରି ରେକର୍ଡ ସ୍ଥାପନ କରିଛନ୍ତି। ସେହିପରି କାର୍ଲ ଲୁଇସ୍‌ ମାଇକେଲ ଜନସନ୍‌ ଅନେକ ରେକର୍ଡ ସ୍ଥାପନ କରିଥିବା ବେଳେ ଆଲିସନ୍‌ ଫେଲିକ୍ସ ମହିଳା ବିଭାଗରେ ରେକର୍ଡ ୧୬ଟି ପଦକ ସହ ଆଗରେ ରହିଛନ୍ତି।
ଏଥର ୧୭ତମ ସଂସ୍କରଣ ପାଇଁ ଆଥଲେଟିକ୍ସ ଫେଡେରେଶନ୍‌ ଅଫ ଇଣ୍ଡିଆ ଭାରତୀୟ ଦଳ ଘୋଷଣା କରିଛି। ୧୪ଟି ଇଭେଣ୍ଟ ପାଇଁ ୨୫ଜଣ ଆଥଲେଟଙ୍କ ନାମ ଘୋଷଣା କରାଯାଇଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଭାରତୀୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ନାମ ଏହି ତାଲିକାରେ ନାହିଁ। କାରଣ ମହିଳା ବିଭାଗରେ ୧୦୦ମିଟର ପାଇଁ ମୋଟ ୪୮ ଜଣ ପ୍ରତିଯୋଗୀ ଭାଗନେବେ। ମାତ୍ର ୧୦୦ମିଟର ରେସ୍‌ ପାଇଁ ଟାଇମିଂ ରହିଛି ୧୧.୨୪ ସେକେଣ୍ଡ। ଦୂତୀଙ୍କ ବ୍ୟକ୍ତିଗତ ରେକର୍ଡକୁ ଆଧାର କରି ଆଇଏଏଏଫ ୱାଇଲ୍ଡ କାର୍ଡ ଏଣ୍ଟ୍ରି ମାଧ୍ୟମରେ ଦୂତୀ ଚାନ୍ଦଙ୍କୁ ସୁଯୋଗ ଦେଇପାରେ। ଏଥର ଭାରତ ପଦକ ତାଲିକାରେ ସଫଳତା ପାଇବ ବୋଲି ଆଶା କରାଯାଇପାରେ।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଆରଟିଆଇ (RTI) ର ବଡ଼ ତଥ୍ୟ, ୭ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ମେକଅପ ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି ଟଙ୍କା

ଜେରୁଜେଲମ,୧୨।୯: ଇସ୍ରାଏଲରେ, ୨୦୧୯ ମସିହାରୁ ଅଗଷ୍ଟ ୨୦୨୬ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କେଶ ସଜ୍ଜା (hairstyling) ଏବଂ ମେକଅପ ପାଇଁ ପ୍ରାୟ ୪,୭୦,୦୦୦ ଡଲାର (ପାଖାପାଖି ୪ କୋଟି…

ପ୍ରଧାନମନ୍ତ୍ରୀ ମୋଦି, ପୁଟିନ, ଜିନପିଙ୍ଗ… ବ୍ରିକ୍ସ (BRICS)ର ଏକ ଶକ୍ତିଶାଳୀ ଚିତ୍ର, ବିଶ୍ୱ ପାଇଁ ଦେଉଛି ବଡ଼ ବାର୍ତ୍ତା…

ନୂଆଦିଲ୍ଲୀ,୧୨।୯: ବ୍ରିକ୍ସ (BRICS) ସମ୍ମିଳନୀରୁ ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ବହନ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ…

ଜଲେଶପଟ୍ଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ଆଦର୍ଶ ଛାତ୍ର ହୋଇ ଲକ୍ଷ୍ୟସ୍ଥଳରେ ପହଞ୍ଚି…

ତୁମୁଡ଼ିବନ୍ଧ, ୧୨।୯ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧସ୍ଥିତ ଜଲେଶପଟ୍ଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଭିକାର…

ଅନ୍ଧବିଶ୍ୱାସ ଦୂରେଇବା ଲାଗି ପ୍ରୟାସ, ରଣଝାଲିରେ ପୋଲିସ ପଇଁତରା ମାରି…

ପୁରୁଷୋତ୍ତମପୁର,୧୨ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣଝାଲି ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଯାଇଥିବା ଅଭାବନୀୟ ଘଟଣାକୁ ନେଇ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଏକ ସଚେତନତା…

୧୨ ଗାଁରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ, ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ମଦ ବିରୋଧରେ ମହିଳାଙ୍କ ମହାମେଳି। ବେଆଇନ ମଦ ରନ୍ଧା ଏବଂ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୧୨ଟି ଗ୍ରାମର ମହିଳା। ନବରଙ୍ଗପୁର…

ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…

ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ…

ବେଆଇନ ବନ୍ଧୁକ କାରଖାନା ଠାବ: ୫ଟି ଦେଶୀ ବନ୍ଧୁକ ସହ ୩ ଗିରଫ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ ୟୁନିଟ୍‌ ଉପରେ ଶୁକ୍ରବାର ରାତିରେ ଚଢ଼ଉ କରି…

BRICS : ‘ପ୍ରତ୍ୟେକ ଦେଶର ସ୍ବର ଶୁଣାଯିବା ଉଚିତ; କିଛି ରାଷ୍ଟ୍ର ନେଉଛନ୍ତି ନିଷ୍ପତ୍ତି’ ପ୍ରଧାନମନ୍ତ୍ରୀଙ୍କ ଏହି କଥା ମଧ୍ୟରେ ଲୁଚି ରହିଛି ଏକ ଗୁପ୍ତ ବାର୍ତ୍ତା

ନୂଆଦିଲ୍ଲୀ,୧୨।୯: BRICS ସମ୍ମିଳନୀ ୨୦୨୬କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ ଯେ, ଏହି ସଂଗଠନ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରୟାସ କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?