ଏଣିକି ତତ୍‌କ୍ଷଣାତ ଲର୍ନିଂ ଲାଇସେନ୍ସ

ଭୁବନେଶ୍ୱର, ୨ା୧(ବ୍ୟୁରୋ): ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବାକୁ ଆଗକୁ ଆଉ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଆର୍‌ଟିଓ କାର୍ଯ୍ୟାଳୟରେ ଠିଆ ହେବାକୁ ପଡ଼ିବ ନାହିଁ। ଏଣିକି ଅନ୍‌ଲାଇନରେ ଆବେଦନ କରି ତତ୍‌କ୍ଷଣାତ୍‌ ଟେଷ୍ଟ ଦେଇ ଲର୍ନିଂ ଲାଇସେନ୍ସ ହାସଲ କରିହେବ। ଲାଇସେନ୍ସ ଆବେଦନକାରୀଙ୍କୁ ଅନୁମୋଦନ ନେବା ପାଇଁ ଥିବା ଜରୁରୀ ବ୍ୟବସ୍ଥାକୁ ବୁଧବାରଠାରୁ ରାଜ୍ୟ ସରକାର ଉଚ୍ଛେଦ କରିଦେଇଛନ୍ତି। ରାଜ୍ୟ ପରିବହନ କମିଶନର ସଞ୍ଜୀବ କୁମାର ପଣ୍ଡା କହିଛନ୍ତି ଯେ, ଆବେଦନକାରୀଙ୍କୁ ଏଣିକି ଲର୍ନିଂ ଲାଇସେନ୍ସ ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ)କୁ ଯିବାକୁ ପଡିବ ନାହିଁ। ସେମାନେ ଅନ୍‌ଲାଇନରେ ନିଜର ଆବଶ୍ୟକ ଦସ୍ତାବିଜ ସହ ଆବେଦନ କରିବେ। ଏହାପରେ ଟ୍ରାଫିକ ନିୟମ ଉପରେ ୧୦ଟି ପ୍ରଶ୍ନର ଉତ୍ତର ଦେବେ। ସେଥିରୁ ୬ଟି ପ୍ରଶ୍ନର ଠିକ୍‌ ଉତ୍ତର ଦେବାପରେ ତତ୍‌କ୍ଷଣାତ ଲର୍ନିଂ ଲାଇସେନ୍ସ ପାଇଯିବେ। ଆବେଦନକାରୀ ସଙ୍ଗେ ସଙ୍ଗେ ଏହାକୁ ଡାଉନଲୋଡ କରିପାରିବେ। ପୂର୍ବରୁ ଲାଇସେନ୍ସ ପାଇବା ପାଇଁ ଆବେଦନକାରୀଙ୍କୁ ଆରଟିଓ କାର୍ଯ୍ୟାଳୟକୁ ଯାଇ ଫଟୋ ଉଠାଇବା ଓ ଅନୁମୋଦନ ନେବାକୁ ପଡୁଥିଲା। ରାଜ୍ୟ ସରକାରଙ୍କ ୫-ଟି ଅନ୍ତର୍ଗତ ପରିବହନ ବିଭାଗ ପକ୍ଷରୁ ତ୍ୱରିତ ସେବା ଦିଆଯାଉଛି। ଖୁବ୍‌ଶୀଘ୍ର ସରକାର ଆବେଦନକାରୀଙ୍କ ସୁବିଧା ଲାଗି ଟଚସ୍କ୍ରିନ ସୁବିଧା ଥିବା କମ୍ପ୍ୟୁଟର କେତୋଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବସାଇବା ପାଇଁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ, ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ବ୍ୟବସ୍ଥାରେ ସରଳୀକରଣ କରିବାକୁ ରାଜ୍ୟ ସରକାର ଯେକୌଣସି ଆର୍‌ଟିଓରେ ଲର୍ନିଂ ଲାଇସେନ୍ସ, ଚୂଡାନ୍ତ ଡ୍ରାଇଭିଂ ଲାଇସେନ୍ସ ଓ ଗାଡି ରେଜିଷ୍ଟ୍ରେଶନ ପ୍ରକ୍ରିୟାର ସୁବିଧା ଉପଲବ୍ଧ କରାଇଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଯକ୍ଷ୍ମା ମୁକ୍ତ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର,୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ‘ଟିବି ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଯକ୍ଷ୍ମା ରୋଗ ଉପରେ ଏକ…

ବିଧାୟକ ହେବା ପରେ ପ୍ରତି ମାସରେ କେତେ ଦରମା ପାଇବେ ପ୍ରଶାନ୍ତ କିଶୋର, ଜାଣନ୍ତୁ କେଉଁ ସବୁ ସରକାରୀ ସୁବିଧା ମିଳିବ…

ପାଟନା,୪।୮: ବଡ଼ ବଡ଼ ରାଜନୈତିକ ଦଳକୁ ନିର୍ବାଚନ ଜିତିବାର ରଣନୀତି ଦେଉଥିବା ରାଜନୈତିକ ବିଶ୍ଳେଷକରୁ ସିଧାସଳଖ ରାଜନୀତିକୁ ପ୍ରବେଶ କରିଥିବା ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ…

ସ୍ବାମୀ ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ଯୁକ୍ତିତର୍କ କଲେ ସ୍ତ୍ରୀ, କହିଲେ- ସେ ବାଥରୁମ୍‌ରେ…

ନୂଆଦିଲ୍ଲୀ,୪।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ପୋଲିସ ତାଙ୍କୁ ତାଙ୍କ ବାସଭବନରୁ ନେଇଥିଲା। ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ତାଙ୍କ…

ପାଟ୍ରୋଲିଂ ବେଳେ ଜଗନ୍ନାଥ ପ୍ରସାଦ ପୋଲିସକୁ ସଫଳତା, ଡାଲା ଅଟୋରେ ମିଳିଲା….

ଜଗନ୍ନାଥ ପ୍ରସାଦ,୪।୮(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥ ପ୍ରସାଦ ପୋଲିସକୁ ପାଟ୍ରୋଲିଂ ସମୟରେ ଏକ ସଫଳତା ମିଳିଛି । ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର…

RJD, BJP ନା କଂଗ୍ରେସ; କାହା ସହ ମେଣ୍ଟ କରିବେ ପ୍ରଶାନ୍ତ କିଶୋର? ନିଜେ କଲେ ବଡ଼ ଖୁଲାସା

ପାଟନା,୪।୮: ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବାର ସମ୍ଭାବନାକୁ ଖଣ୍ଡନ କରି କହିଛନ୍ତି ଯେ, ବାଙ୍କିପୁର ବିଧାନସଭା…

CMOରୁ ଫାଇଲ ଗାୟବ ଘଟଣା: ବଡ଼ ବୟାନ ଦେଲେ କ୍ରାଇମବ୍ରାଞ୍ଚ ଡିଜି, ହାଜର ହେବେ…

ଭୁବନେଶ୍ୱର,୪।୮: CMOରୁ ନାଇଡୁ କମିଶନ ଫାଇଲ ଗାୟବ ମାମଲାରେ କ୍ରାଇମବ୍ରାଞ୍ଚ ଡିଜି ମଙ୍ଗଳବାର ଗଣମାଧ୍ୟମକୁ ଏକ ବଡ଼ ବୟାନ ଦେଇଛନ୍ତି। ମାମଲାର ତଦନ୍ତ ଟେକ୍ନିକାଲ ଉପାୟରେ କରାଯାଉଛି।…

ଶ୍ରୀଲଙ୍କା ଟେଷ୍ଟ ପୂର୍ବରୁ BCCIର ବଡ଼ ଘୋଷଣା, ଟିମ ଇଣ୍ଡିଆକୁ ଆସିଲେ ଆଉ ୨ ଖେଳାଳି

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ ୧୫ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିମ ଇଣ୍ଡିଆରେ ଲଗାତାର ପରିବର୍ତ୍ତନ ହେଉଛି। ଜସପ୍ରୀତ ବୁମ୍‌ରାଙ୍କ…

‘ବନ୍ଦ କରିଦେବି ଜନସୁରାଜ ପାର୍ଟି…,’ କାହିଁକି ଏମିତି କହିଲେ ପ୍ରଶାନ୍ତ କିଶୋର? ଜାଣନ୍ତୁ ଏହା ପଛର କାରଣ

ପାଟନା,୪।୮: ବାଙ୍କିପୁର ଉପନିର୍ବାଚନରେ ଏକ ବଡ଼ ବିଜୟ ପରେ, ଜନ ସୁରାଜ ପ୍ରତିଷ୍ଠାତା ଏବଂ ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଏକ ସ୍ବତନ୍ତ୍ର ଆଲୋଚନାରେ ଅନେକ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri