ଏକାଠି ହେଲେ ସବୁ ଟ୍ରକ ମାଲିକ ସଂଘ

କେନ୍ଦୁଝର, ୩।୮ (ସ୍ବ.ପ୍ର./ଡି.ଏନ.ଏ.)- ରାଜ୍ୟ ବାହାରୁ ଭାରି ଯାନ ଅଣାଯାଇ କେନ୍ଦୁଝର ଜିଲାରେ ଖଣିଜ ଦ୍ରବ୍ୟ ପରିବହନ କରାଯାଉ ଥିବାରୁ ସ୍ଥାନୀୟ ଅଞ୍ଚଳର ଟ୍ରକ ମାଲିକମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଅଧିକ ସଂଖ୍ୟାରେ ଭାରିଯାନ ଚଳାଚଳ ଯୋଗୁ ରାସ୍ତା ଅବସ୍ଥା ଶୋଚନୀୟ ହେବା ସହ ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଛି। ଖଣି ସଂସ୍ଥାର ଏଭଳି କାର୍ଯ୍ୟକୁ ବିରୋଧ କରି କେନ୍ଦୁଝର ଜିଲାର ଟ୍ରକମାଲିକମାନେ ମେଳି ବାନ୍ଧି ପ୍ରତିବାଦ ଜଣାଇଛନ୍ତି। କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ସମେତ ଯୋଡା ଟ୍ରକ ମାଲିକ ସଂଘ, ବଡବିଲ ଟ୍ରକ ମାଲିକ ସଂଘ, କୋଇଡା ଟ୍ରକ ମାଲିକ ସଂଘ, ମା ’ତାରିଣୀ ଟିପର ମାଲିକ ସଂଘ, ଯୋଡା ଓ ଗୁଆଲି ଟ୍ରକ ମାଲିକ ସଂଘର ଏକ ସମନ୍ବୟ ବୈଠକ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ସଂଘର ସଭାପତି ରମାକାନ୍ତ ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ପରେ ଆୟୋଜିତ ଏକ ମିଳିତ ଖବରଦାତା ସମ୍ମିଳନୀରେ ଜିଲାର ଟ୍ରକ ମାଲିକମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସଂଗଠନର କର୍ମକର୍ତ୍ତା ଅବଗତ କରାଇଥିଲେ ା
ସେମାନେ ଦର୍ଶାଇଥିଲେ ଯେ, ବାହାର ରାଜ୍ୟର ଗାଡି ଓ ଟ୍ରେଲର ଜିଲାକୁ ଅଣାଯାଇ ଏବେ ଲୁହାପଥର ପରିବହନ କରାଯାଉଛି। ଫଳରେ ସ୍ଥାନୀୟ ଟ୍ରକ ମାଲିକମାନେ କାମ ନ ପାଇ କ୍ଷତିଗ୍ରସ୍ତ ହେଉଛନ୍ତି। ସେହିପରି ଜିଲାରେ ବିଭିନ୍ନ ରାସ୍ତାରେ ଥିବା ଟୋଲ ଗେଟରୁ ଟୋଲ ଆଦାୟ କରାଯାଉଥିବାରୁ ଟ୍ରକ ଓ ଟିପର ଗାଡି ମାଲିକ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ୨୦ ନମ୍ବର ଜାତୀୟ ରାଜପଥ ସମେତ ସର୍ଭିସ ରାସ୍ତାଗୁଡିକ ମରାମତି ଅଭାବରୁ ଦୁର୍ଘଟଣା ପ୍ରବଣ ହୋଇପଡିଛି। ଏଥିଲାଗି ଗାଡିର ବିଭିନ୍ନ ଯନ୍ତ୍ରାଂଶ ଭାଙ୍ଗୁଛି ା ଜିଲାର ସବୁ ଗାଡିକୁ ଟୋଲ ଦେୟ ମୁକ୍ତ କରିବା, ଲୁହାପଥର ପରିବହନ କରୁଥିବା ଟ୍ରକ ମାଲିକଙ୍କୁ ଉଚିତ ଭଡା ପ୍ରଦାନ ଏବଂ ରାସ୍ତା ମରାମତି ଦିଗରେ ସରକାର ପଦକ୍ଷେପ ନେବା ଉଚିତ। ଗୋଟିଏ ରାଜ୍ୟର ଗାଡି ଅନ୍ୟ ରାଜ୍ୟରେ ଚଳାଚଳ ଉପରେ କଟକଣା ରହିଥିବା ବେଳେ କେନ୍ଦୁଝର ଜିଲାରେ କିଭଳି ଏହାକୁ ଉଲ୍ଲଂଘନ କରାଯାଉଛି, ସେ ନେଇ ଖବରଦାତା ସମ୍ମିଳନୀରେ ପ୍ରଶ୍ନ ଉଠାଯାଇଥିଲା। ଏସବୁ ସମସ୍ୟାର ସମାଧାନ ଲାଗି ସରକାର ଓ ପ୍ରଶାସନ ଉପରେ ଚାପ ପକାଇବାକୁ ସମସ୍ତ ସଂଘକୁ ନେଇ ଏକ ସମନ୍ନୟ କମିଟି ଗଠନ କରାଯାଇଥିବା ସୂଚନା ଦିଆଯାଇଥିଲା। ଖବରଦାତା ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦୁଝର ସଂଘ ସଭାପତି ରମାକାନ୍ତ ନାୟକ, ସମ୍ପାଦକ ସୂର୍ଯ୍ୟ ନାରାୟଣ କର, ଯୁଗ୍ମ ସମ୍ପାଦକ ଦେବାଶିଷ ପଟ୍ଟନାୟକ, ବଡବିଲ ସଂଘର ସଭାପତି ତରଣୀସେନ ମହାପାତ୍ର, ଯୋଡା ସଂଘର ସମ୍ପାଦକ ରବି ଦାସପ୍ରମୁଖ ଉପସ୍ଥିତ ଥିଲେ । ପ୍ରଶାସନ ଏହାର ପ୍ରତିକାର ନ ଗଲେ ଆଗାମୀ ଦିିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘର କର୍ମକର୍ତ୍ତା ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ପାଟଣାରେ ଗୁରୁଦିବସ: ଅବସରପ୍ରାପ୍ତ ଗୁରୁଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା

ପାଟଣା,୫।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri