ଏଇ ଭାରତରେ

ଜୈବ ଇନ୍ଧନ ଚାଳିତ ଦୁଇଚକିଆ ଯାନ ଯୋଗୁ ବାୟୁ ପ୍ରଦୂଷଣ ବଢୁଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ମୋଟର କମ୍ପାନୀ ବିଦ୍ୟୁତ୍‌ ଚାଳିତ ଯାନ(ଇଭି)ଉପତ୍ାଦନରେ ଲାଗିଛନ୍ତି। କିନ୍ତୁ ବ୍ୟକ୍ତିଗତ ସ୍ତରରେ ପ୍ରଦୂଷଣ ରୋକିବା ଲାଗି ବେଙ୍ଗାଲୁରର ଆଶିଷ ଡୋକାନିଆଙ୍କ ପ୍ରୟାସ ପ୍ରଶଂସନୀୟ। ସେ ଗ୍ରୀନ୍‌ ଟାଇଗର ମୋବିଲିଟି ଷ୍ଟାର୍ଟଅପ୍‌ ଗଠନ କରି ତା’ ମାଧ୍ୟମରେ ଜୈବ ଇନ୍ଧନ ଚାଳିତ ଦୁଇଚକିଆ ସ୍କୁଟରକୁ ଇଭିରେ ପରିଣତ କରୁଛନ୍ତି। ମୂଳ ପେଟ୍ରୋଲ ଇଞ୍ଜିନ ନ ବଦଳାଇ ସେଥିରେ ମୋଟର ଓ ଇଲେକ୍ଟ୍ରି ପାଓ୍ବାର ଟ୍ରେନ୍‌ ଲଗାଯାଉଛି। ଫଳରେ ଏହି ଯାନରେ ଉଭୟ ଜୈବ ଇନ୍ଧନ ଏବଂ ବିଦ୍ୟୁତ୍‌ର ବିକଳ୍ପ ରହୁଛି। ସେଥିରେ ବ୍ୟାଟେରି, କଣ୍ଟ୍ରୋଲର ଓ ସ୍ମାର୍ଟ ଡିସପ୍ଲେ ଲଗାଯାଉଛି। ଏହି କମ୍ପାନୀ ଆରଟିଓ ଓ ଅଟୋମୋଟିଭ ରିସର୍ଚ୍ଚ ଆସୋସିଏଶନ ଅଫ୍‌ ଇଣ୍ଡିଆ(ଏଆର୍‌ଏଆଇ)ର ସ୍ବୀକୃତି ଲାଭ କରିଛି। ଏବେ ସୁଦ୍ଧା କମ୍ପାନୀ ୫୦ଟି ସ୍କୁଟରକୁ ଇଭି କରିସାରିଲାଣି। ସେ ଅକ୍ଷୟଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମୟରେ ପ୍ରଦୂଷଣ ରୋକିବାରେ ଇଭିର ଆବଶ୍ୟକତା ଉପଲବ୍ଧି କରିବା ପରେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ଦୁଇଚକିଆ ଚାଳକଙ୍କ ପାଇଁ ଏଭଳି ଇଭି ସୁଯୋଗ ଆଣିଦେବ ବୋଲି କହନ୍ତି ଆଶିଷ।


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri