ଏଇ ଭାରତରେ

ଭାରତରେ ଏବେ ବର୍ଜ୍ୟ ସମସ୍ୟା ବୃଦ୍ଧି ପାଉଥିବାବେଳେ ତାହାର ସମାଧାନ ଲାଗି ଯେଉଁ କେତେଜଣ ଆଗକୁ ଆସିଛନ୍ତି ସେମାନଙ୍କ ମଧ୍ୟରେ ଦିଲ୍ଲୀର ମାଧୁରୀ ବାହେଲାଡ଼ିଙ୍କ ପ୍ରୟାସ ପ୍ରଶଂସନୀୟ। ମାଧୁରୀ ବର୍ଜ୍ୟ କାଚ ବୋତଲ ପୁନଃବ୍ୟବହାର କରି ସେଥିରେ ଆକର୍ଷଣୀୟ ଘର ସାଜସଜ୍ଜା ଓ ଅନ୍ୟ ଉପଯୋଗୀ ଜିନିଷ ପ୍ରସ୍ତୁତ କରୁଛନ୍ତି। ସେ ଏକ ମିଡିଆ ସଂସ୍ଥାରେ କାମ କରୁଥିଲେ। ସେଠାରେ ଅମିତ ସିଂଙ୍କ ସହ ତାଙ୍କର ସାକ୍ଷାତ ହେବା ପରେ ଏଭଳି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ୨୦୧୩ରେ ‘କବି ପୋଏଟ୍ରି ଆର୍ଟ ପ୍ରୋଜେକ୍ଟ’ ପ୍ରତିଷ୍ଠା କରି ଏହି କାର୍ଯ୍ୟ ଜାରି ରଖିଛନ୍ତି। ଫେସ୍‌ବୁକ କ୍ୟାମ୍ପେନରେ ତାଙ୍କ ଦ୍ୱାରା ପ୍ରସ୍ତୁତ ଜିନିଷଗୁଡ଼ିକ ଅଧିକ ଗ୍ରହଣୀୟ ହୋଇପାରିଛିି। ସେମାନଙ୍କ ଗ୍ରାହକ ସଂଖ୍ୟା ଏବେ ୮୦,୦୦୦ରୁ ଊର୍ଦ୍ଧ୍ୱରେ ପହଞ୍ଚିସାରିଲାଣି। ପ୍ରାୟ ୧୦୦ କର୍ପୋରେଟ ହାଉସରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଶୋଭାପାଉଛି। ଅଦରକାରୀ କାଚ ବୋତଲ ସହ ସେମାନେ ଅନ୍ୟ ବର୍ଜ୍ୟର ପୁନଃ ଉପଯୋଗ ମଧ୍ୟ କରୁଛନ୍ତି। ଏହି କାର୍ଯ୍ୟ କରି ଏବେ ସୁଦ୍ଧା ସେମାନେ ୧୪୦ ଟନ୍‌ ଅଣ-ବିଘଟନ ଯୋଗ୍ୟ ବର୍ଜ୍ୟର ଉପଯୋଗ କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri