ଏଇ ଭାରତରେ

ଭାରତରେ ଏବେ ବର୍ଜ୍ୟ ସମସ୍ୟା ବୃଦ୍ଧି ପାଉଥିବାବେଳେ ତାହାର ସମାଧାନ ଲାଗି ଯେଉଁ କେତେଜଣ ଆଗକୁ ଆସିଛନ୍ତି ସେମାନଙ୍କ ମଧ୍ୟରେ ଦିଲ୍ଲୀର ମାଧୁରୀ ବାହେଲାଡ଼ିଙ୍କ ପ୍ରୟାସ ପ୍ରଶଂସନୀୟ। ମାଧୁରୀ ବର୍ଜ୍ୟ କାଚ ବୋତଲ ପୁନଃବ୍ୟବହାର କରି ସେଥିରେ ଆକର୍ଷଣୀୟ ଘର ସାଜସଜ୍ଜା ଓ ଅନ୍ୟ ଉପଯୋଗୀ ଜିନିଷ ପ୍ରସ୍ତୁତ କରୁଛନ୍ତି। ସେ ଏକ ମିଡିଆ ସଂସ୍ଥାରେ କାମ କରୁଥିଲେ। ସେଠାରେ ଅମିତ ସିଂଙ୍କ ସହ ତାଙ୍କର ସାକ୍ଷାତ ହେବା ପରେ ଏଭଳି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ୨୦୧୩ରେ ‘କବି ପୋଏଟ୍ରି ଆର୍ଟ ପ୍ରୋଜେକ୍ଟ’ ପ୍ରତିଷ୍ଠା କରି ଏହି କାର୍ଯ୍ୟ ଜାରି ରଖିଛନ୍ତି। ଫେସ୍‌ବୁକ କ୍ୟାମ୍ପେନରେ ତାଙ୍କ ଦ୍ୱାରା ପ୍ରସ୍ତୁତ ଜିନିଷଗୁଡ଼ିକ ଅଧିକ ଗ୍ରହଣୀୟ ହୋଇପାରିଛିି। ସେମାନଙ୍କ ଗ୍ରାହକ ସଂଖ୍ୟା ଏବେ ୮୦,୦୦୦ରୁ ଊର୍ଦ୍ଧ୍ୱରେ ପହଞ୍ଚିସାରିଲାଣି। ପ୍ରାୟ ୧୦୦ କର୍ପୋରେଟ ହାଉସରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଶୋଭାପାଉଛି। ଅଦରକାରୀ କାଚ ବୋତଲ ସହ ସେମାନେ ଅନ୍ୟ ବର୍ଜ୍ୟର ପୁନଃ ଉପଯୋଗ ମଧ୍ୟ କରୁଛନ୍ତି। ଏହି କାର୍ଯ୍ୟ କରି ଏବେ ସୁଦ୍ଧା ସେମାନେ ୧୪୦ ଟନ୍‌ ଅଣ-ବିଘଟନ ଯୋଗ୍ୟ ବର୍ଜ୍ୟର ଉପଯୋଗ କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଚୋରି

ପାଣିର ଅନ୍ୟ ନାମ ଜଳ। ଜଳ ବିନା ବଞ୍ଚିବା ଅସମ୍ଭବ। ପୃଥିବୀରେ ୩ ଭାଗ ଜଳ ଥିବାବେଳେ ୧ ଭାଗ ସ୍ଥଳ ରହିଛି। ତେବେ ଅନେକ...

ନାଁ ବଦଳେଇବାର ଖେଳ

ସପ୍ତମ ଶ୍ରେଣୀରେ ପଢ଼ୁଥିବା ସମୟରେ ଆମ ସାର୍‌ ଥରେ କଳାପଟାରେ ଦୁଇଟା ସମାନ ଲମ୍ବର ଗାର ଟାଣି ପଚାରିଲେ, କୌଣସି ବି ଗାରକୁ ନ ଲିଭେଇ...

ଅଭିନବତ୍ୱ ଲାଭଦାୟକ

ସାରା ବିଶ୍ୱରେ ମହିଳାମାନେ ବାର୍ଷିକ ପ୍ରାୟ ୩୨ ଟ୍ରିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ପରିଚାଳନା ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ସେମାନେ ଇଚ୍ଛାନୁମୋଦିତ ଖର୍ଚ୍ଚର...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri