ମୃତ୍ୟୁ ପର ଜୀବନରେ ବିଜ୍ଞାନ

ଡକ୍ଟର ନରେନ୍ଦ୍ର ସେଠୀ

ବିଶ୍ୱର ଏକ ଲୋକପ୍ରିୟ ଧର୍ମଶାସ୍ତ୍ର ମହାଭାରତର ଏକ ଉପକ୍ରମରେ ଧର୍ମରାଜ ଯୁଧିଷ୍ଠିରଙ୍କୁ ଯକ୍ଷ ପ୍ରଶ୍ନ କରିଥିଲେ ଯେ ‘ଏହି ସଂସାରର ସବୁଠୁ ଆଶ୍ଚର୍ଯ୍ୟ କଲା ପରି କଥା କ’ଣ?’ ଏହି ସଂସାରରେ ପ୍ରତ୍ୟେକ ମୁହୂର୍ତ୍ତରେ କେତେ ପ୍ରାଣୀ ମୃତ୍ୟୁବରଣ କରୁଛନ୍ତି, ତଥାପି ମଣିଷ କେବେ ମରିବାକୁ ଚାହେଁ ନାହିଁ …ଏହାହିଁ ସବୁଠୁ ବଡ଼ ଆଶ୍ଚର୍ଯ୍ୟ ବୋଲି ଯୁଧିଷ୍ଠିର ଉତ୍ତରରେ କହିଥିଲେ। ପ୍ରକୃତରେ ଆମେ କେହି ବି ମରିବାକୁ ଚାହୁଁନା। ଯଦି ଜଣେ ମରିଯାଏ କିପରି ହୋଇପାରେ ମୃତ୍ୟୁ ପରର ଜୀବନ? ମୃତ୍ୟୁର ରହସ୍ୟ ଜାଣିବା ପାଇଁ ଓ ମୃତ୍ୟୁ ପରର ଅନୁଭବ ବିଷୟରେ ଭାରତୀୟ ଧର୍ମଶାସ୍ତ୍ର ଓ ମୁନି ରୁଷିମାନେ ପ୍ରୟାସ କରିଛନ୍ତି। ଏହି କ୍ରମରେ ବିଶ୍ୱ ଗାୟତ୍ରୀ ପରିବାରର ସଂସ୍ଥାପକ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ମତରେ, ଜୀବନ ହେଉଛି ଏକ ନିରନ୍ତର ପ୍ରବାହିତ ଜଳସ୍ରୋତ ପରି ଓ ଏହିପରି ସଂସାର ଥିବା ଯାଏ ଚାଲିଥିବ। ତା’ର ଅର୍ଥ ହେଲା ଜୀବନ ମୃତ୍ୟୁର କ୍ରମ ଅବିରତ ଚାଲିଛି। ତା’ହେଲେ ମରିବା ଓ ପୁଣି ଜନ୍ମ ନେବା ମଧ୍ୟରେ ଯେଉଁ ସମୟ ଥାଏ ଅଥବା ମୃତ୍ୟୁ ପରେ ଜୀବନର କ’ଣ ହୁଏ ?ଭାରତୀୟ ଯୋଗୀ ସନ୍ନ୍ୟାସୀଙ୍କ ମତ ହେଲା ଯେ ମରିବାର ଠିକ୍‌ ପୂର୍ବରୁ ମଣିଷ ଖୁବ୍‌ ବିଚଳିତ, ଅସ୍ଥିରତା ଓ ଏକ ଅସହ୍ୟ ପୀଡ଼ାର ସମ୍ମୁଖୀନ ହୋଇଥାଏ। ତେବେ ମୃତ୍ୟୁ ପରର ଜୀବନ କଥା ଆଲୋଚନା କରିବାକୁ ହେଲେ ଆମକୁ ଏହା ଗ୍ରହଣ କରିବାକୁ ହେବ ଯେ ଶରୀର ଓ ଆତ୍ମା ଦୁଇଟି ଅଲଗା ଜିନିଷ। ଯେଉଁ ଆତ୍ମା ଶରୀର ସହିତ ଜଡିତ ହୋଇଥିଲା ତାହା ଶରୀର ଛାଡି ଚାଲିଗଲା ବେଳେ ଶରୀର ଓ ଆତ୍ମାର ପରସ୍ପରକୁ ନ ଛାଡିବା ପାଇଁ ସଂଘର୍ଷ ମଣିଷକୁ ଅନ୍ତିମ ସମୟରେ ମୃତ୍ୟୁ ପୀଡା ପ୍ରଦାନ କରିଥାଏ। ଆଧ୍ୟାତ୍ମିକ ଶାସ୍ତ୍ର ପୁରାଣ ଅନୁସାରେ ଆତ୍ମା ଶରୀର ଛାଡିବା ପରେ ଏତେଦିନ ପର୍ଯ୍ୟନ୍ତ ସଂସାର ଭିତର ଯନ୍ତ୍ରଣା,ଭୟ, ଦୁଃଖ ଓ ମୋହ ମାୟାରେ ଛନ୍ଦି ହୋଇ କ୍ଳାନ୍ତ ହୋଇ ପଡିଥିବା ଆତ୍ମା ବିଶ୍ରାମ କରେ, ଯେଉଁଥିପାଇଁ ମୃତ୍ୟୁ ପରେ ‘ରେଷ୍ଟ ଇନ୍‌ ପିସ୍‌’ ବୋଲି କୁହାଯାଇଥାଏ। ତେବେ ଶାସ୍ତ୍ର ପୁରାଣ ଓ ଯୋଗୀ ମୁନିଙ୍କ ମତ ଅନୁସାରେ, ଆତ୍ମା ପୂର୍ବଜନ୍ମର ସ୍ମରଣରୁ ବର୍ତ୍ତି ନ ପାରି ପ୍ରାୟ ମାସେ ପନ୍ଦର ଦିନ ପର୍ଯ୍ୟନ୍ତ ବିଚଳିତ ହୋଇ ବିଶ୍ରାମ କରିପାରେ ନାହିଁ। ଏକ ଆଶ୍ଚର୍ଯ୍ୟ ଚକିତ ପରିବେଶରେ ଆତ୍ମା ସୂକ୍ଷ୍ମ ଅବସ୍ଥାରେ ଏକ ବିହଙ୍ଗ ପରି ଉଡିବୁଲେ ଓ ଜୀବିତ ଅବସ୍ଥାର ନିଜର ଲୋକମାନଙ୍କ ସହିତ ସଂଯୋଗ ସ୍ଥାପନ କରିବାକୁ ଅସଫଳ ପ୍ରୟାସ କରିଥାଏ। କିନ୍ତୁ ବିଜ୍ଞାନ କ’ଣ କହେ ଏହି ଜନ୍ମ, ମରଣ ଓ ମୃତ୍ୟୁ ପରର ଦୁନିଆ ବିଷୟରେ ଆସନ୍ତୁ ବିଚାର କରିବା। ବିଜ୍ଞାନ ମତରେ, ହୃଦୟର କାର୍ଯ୍ୟ କରିବା ବନ୍ଦ ହୋଇଗଲେ ଶରୀର ସମସ୍ତ ଜୈବିକ କ୍ରିୟା ବନ୍ଦ ହୋଇଯିବା ଯୋଗୁ ମଣିଷର ମୃତ୍ୟୁ ହୋଇଥାଏ। ଅତି ଆଧୁନିକ ଭେଷଜ ଔଷଧି ଓ ଆଇସିୟୁ ସାହାଯ୍ୟରେ ଡାକ୍ତରମାନେ ମଣିଷର ମସ୍ତିଷ୍କ କାମ କରିବା ବନ୍ଦ କରିଦେବା ପରେ ମଧ୍ୟ ହୃଦୟକୁ ଅନେକ ଦିନ ପର୍ଯ୍ୟନ୍ତ ଜୀବିତ ରଖିବାରେ ସକ୍ଷମ ହେଉଛନ୍ତି। ଏହି ଅବସ୍ଥାରେ ମଣିଷ ଆଇନତଃ ମୃତ ହେଲେ ମଧ୍ୟ ତାହାର ହୃଦୟ କାମ କରୁଥାଏ। ଦୁରାରୋଗ୍ୟରେ ପୀଡିତ କିମ୍ବା ଆଘାତପ୍ରାପ୍ତ ହୋଇ ମୃତ ଘୋଷଣା ପରେ ମଧ୍ୟ ବେଳେ ବେଳେ ବଞ୍ଚି ଯାଇଥିବା ଲୋକମାନଙ୍କର ମୃତ୍ୟୁ ନିକଟ ଅନୁଭୂତି ହୋଇଥାଏ। ଯେତେବେଳେ ଜଣେ ମଣିଷ ହୃଦ୍‌ଘାତ,ି ଜୀବନ ଯିବା ଭଳି ସଙ୍କଟରେ ପଡ଼ିଯାଏ ସେହି ସମୟରେ ଅନେକ ଲୋକ ମୃତ୍ୟୁ ନିକଟ ଅନୁଭୂତି କରିଥିବାର ପ୍ରମାଣ ମିଳିଛି। ପ୍ରତି ଦଶ ଜଣ ହୃଦ୍‌ଘାତ ରୋଗୀମାନଙ୍କ ମଧ୍ୟରୁ ଜଣେ ଏହିପରି ଅନୁଭୂତି କରିଥାଏ ବୋଲି ଜଣାପଡିଛି। ତେଣୁ ହଜାର ହଜାର ଲୋକ ବିଶ୍ୱରେ ଏହି ମୃତ୍ୟୁ ନିକଟ ଅନୁଭୂତିରେ ନିଜ ଶରୀର ଛାଡି ସମୟ ଓ ସତ୍ାର ପ୍ରାଚୀରକୁ ଭେଦ କରିବାର ଅନୁଭୂତି ପ୍ରାପ୍ତ କରିଛନ୍ତି।
ଏହା ଉପରେ ଗବେଷଣା କରି ବୈଜ୍ଞାନିକମାନେ ଏହି ବିଷୟରେ କିଛି ତଥ୍ୟ ଲୋକଲୋଚନକୁ ଆଣିଛନ୍ତି। ଏହି ଲୋକମାନଙ୍କ ମଧ୍ୟରୁ ଶତକଡା ଚାଳିଶ ଭାଗ ଲୋକ ବାହ୍ୟ ଚିକିତ୍ସାକୁ ପ୍ରତିକ୍ରିୟା ନ କରି ମୃତପ୍ରାୟ ରହିଥିଲେ ମଧ୍ୟ ଅନେକ କିଛି ଅନୁଭବ କରୁଥିବାର ଜଣାପଡିଛି। ଏହି ମୃତପ୍ରାୟ ବ୍ୟକ୍ତିମାନେ ଯେଉଁମାନେ ପରେ ଜୀବିତ ହୋଇପାରିଥିଲେ ଦୂରରୁ ନିଜ ଦେହକୁ ଚିକିତ୍ସାଧୀନ ଅବସ୍ଥାରେ ଦେଖିପାରୁଥିଲେ ଓ ବେଳେ ବେଳେ ଦୂରରୁ ଏକ ଉଜ୍ଜ୍ୱଳ ଆଲୋକ ସେମାନଙ୍କୁ ସ୍ବାଗତ କରୁଥିବାର ଅନୁଭବ କରୁଥିଲେ ବୋଲି ଆମେରିକାର ମିସୋରି ବିଶ୍ୱବିଦ୍ୟାଳୟ ତରଫରୁ ଏକ ରିପୋର୍ଟରେ କୁହାଯାଇଛି। ଏହି ରିପୋର୍ଟ ଅନୁସାରେ ହୃଦ୍‌ଘାତ ପାଇଥିବା ୧୫% ରୋଗୀ ଏହା ଅନୁଭବ କରିଛନ୍ତି ଓ ଏହା ଶରୀରଠାରୁ ପ୍ରାଣର ଅଲଗା ହେବାର ପ୍ରକ୍ରିୟା ବୋଲି କୁହାଯାଇଛି।
ସୂଚନାଯୋଗ୍ୟ ଯେ ବିଜ୍ଞାନର ଏହି ସଦ୍ୟତମ ଅନୁଧ୍ୟାନକୁ ପ୍ରାଚୀନ ଭାରତର ମୁନିଋଷି ଓ ଗ୍ରନ୍ଥରେ କେତେ ସୁନ୍ଦର ଭାବରେ ଶରୀରକୁ ତ୍ୟାଗ କରି ଆତ୍ମା ସୂକ୍ଷ୍ମ ରାଜ୍ୟରେ ବିଚରଣ କରିବା କଥା କୁହାଯାଇଛି। ସେହିପରି ନେଦରଲାଣ୍ଡ୍ସରେ ୩୪୪ ଜଣ ମୃତପ୍ରାୟ ରୋଗୀ ଯେଉଁମାନେ ଅକସ୍ମାତ ଜୀବନ ପାଇଥିଲେ ସେମାନଙ୍କ ଉପରେ ଗବେଷଣା କରି ମୃତ୍ୟୁ ନିକଟ ଅନୁଭୂତି ଉପରେ ଏକ ସୁନ୍ଦର ରିପୋର୍ଟ ପ୍ରକାଶିତ ହୋଇଛି। ଏହା ମଧ୍ୟ ଅନୁରୂପ ସମାନ ତଥ୍ୟ ଉପସ୍ଥାପନ କରୁଛି। ଏଠାରେ କହିରଖିବା ଉଚିତ ହେବ ଯେ ଏହି ମୃତ୍ୟୁ ନିକଟ ଅନୁଭୂତି ଗବେଷଣାରେ ଅନେକ ଦେଶର ଅନେକ ଧର୍ମର ଲୋକ ସାମିଲ ଥିଲେ ମଧ୍ୟ ଅନୁଭୂତି ପ୍ରାୟ ସମାନ ଥିଲା। ତେବେ ମୃତ୍ୟୁ ନିକଟ ଅନୁଭୂତି ଏକ କାଳ୍ପନିକ ଅନୁଭୂତି ନୁହେଁ ବୋଲି ସାଇଣ୍ଟିଫିକ୍‌ ଆମେରିକାନ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ଏହା ଶରୀରଠାରୁ ଆତ୍ମାର ଅଲଗା ହୋଇ ଏକ ଯନ୍ତ୍ରଣା ମୁକ୍ତ ଦୁନିଆରେ ସୂକ୍ଷ୍ମ ଭାବରେ ଉଡିବୁଲିବା ଓ ସେଠାରେ ଯାଇ ନିଜର ପୂର୍ବର ମୃତ ସମ୍ପର୍କୀୟମାନଙ୍କ ସହିତ ଯୋଗାଯୋଗ କରିବା ଭଳି ଘଟଣା। ବିଜ୍ଞାନର ଏହି ମୃତ୍ୟୁ ନିକଟ ଅନୁଭୂତିକୁ ଭାରତୀୟ ଶାସ୍ତ୍ରରେ ସ୍ପଷ୍ଟ ରୂପରେ ଅନେକ ଥର ଅନେକ ସ୍ଥାନରେ କୁହାଯାଇସାରିଛି।
ମୋ- ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?