ଏଇ ଭାରତରେ

ଗୋଆରେ ପ୍ଲାଷ୍ଟିକ ପ୍ରଦୂଷଣ ସେଠାକାର ପରିବେଶକୁ ବିଷାକ୍ତ କରିପକାଉଛି। ଏଥିରୁ ଗୋଆକୁ ମୁକ୍ତ କରିବା ଲାଗି ସଞ୍ଜୀବ ଖଣ୍ଡେଲଓ୍ବାଲ ଆରମ୍ଭ କରିଛନ୍ତି ଏକ ଅଭିଯାନ, ଯାହାର ନାମ ହେଉଛି ‘ମାକା ନାକା ପ୍ଲାଷ୍ଟିକ’। ଏହି ଓ୍ବାନ୍‌ ମ୍ୟାନ୍‌ ମିଶନରେ ସେ ପ୍ଲାଷ୍ଟିକ ପ୍ରଦୂଷଣ ଦୂର କରିବା ଲାଗି କନାବ୍ୟାଗ୍‌ ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି। ଏକ ସର୍ଭେରୁ ଜଣାପଡ଼ିଛି ଯେ ପ୍ରତିଦିନ ଗୋଆରେ ୬୦,୦୦୦ରୁ ଅଧିକ ପ୍ଲାଷ୍ଟିକ କ୍ୟାରିବ୍ୟାଗ୍‌ ବ୍ୟବହାର ହେଉଛି। ପ୍ଲାଷ୍ଟିକ ବ୍ୟାଗ୍‌ ବ୍ୟବହାର ଦୂର କରିବା ଲାଗି ସଞ୍ଜୀବ ଅକ୍ଟୋବର ୨୦୨୧ରେ ମାକା ନାକା ଅଭିଯାନ ଆରମ୍ଭ କରିଥିଲେ। ଏହି ଅଭିଯାନ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସେନ୍‌ସିବଲ୍‌ ଆର୍ଥ ’ସଂସ୍ଥା ମାଧ୍ୟମରେ ଚାଲୁଛି। ସେ ବ୍ୟକ୍ତି କିମ୍ବା ବିଭିନ୍ନ ସଂସ୍ଥାରୁ ଅଦରକାରୀ କିମ୍ବା ବ୍ୟବହୃତ କନା ସଂଗ୍ରହ କରି ସେଥିରେ ବ୍ୟାଗ ତିଆରି କରି ତାହାକୁ ଲୋକମାନଙ୍କୁ ମାଗଣାରେ ଦେଉଛନ୍ତି। ମାର୍କେଟକୁ ଆସୁଥିବା ଲୋକମାନଙ୍କୁ ସେ ୬,୦୦୦ କନାବ୍ୟାଗ୍‌ ବାଣ୍ଟି ସାରିଲେଣି। ଏବେ ସୁଦ୍ଧା ୧ ଲକ୍ଷ ବ୍ୟାଗ୍‌ ତିିଆରି କରାଯାଇଛି ଓ ତାହାକୁ ବଣ୍ଟାଯିବା ଦ୍ୱାରା ୨ ମିଲିୟନ ପ୍ଲାଷ୍ଟିକ ବ୍ୟାଗ୍‌ ବ୍ୟବହାରକୁ ରୋକାଯାଇପାରିବ ବୋଲି କହିଛନ୍ତି ସଞ୍ଜୀବ।


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri