ଏଇ ଭାରତରେ

ପ୍ରାଣୀ ଉଦ୍ଧାରରେ ସମର୍ପିତ ଜୀବନଟିଏ ହେଉଛନ୍ତି ପ୍ରିୟା ଅଗ୍ରଓ୍ବାଲା ହିବ୍ବର। ସେ ରହୁଛନ୍ତି ମୁମ୍ବାଇରେ। ସହରର ବିଭିନ୍ନ ସ୍ଥାନରେ ନିର୍ଯାତିତ ବୁଲା ପ୍ରାଣୀମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ଆଶ୍ରୟ ଦେଉଛନ୍ତି। ସେ ଏହି କାର୍ଯ୍ୟକୁ ‘ୟୋଦା’ ଏନ୍‌ଜିଓ ମାଧ୍ୟମରେ ସଞ୍ଚାଳନ କରୁଛନ୍ତି। ପ୍ରିୟାଙ୍କୁ ଯେତେବେଳେ ୧୬ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ଏହି ସଂସ୍ଥା ଗଠନ କରିଥିଲେ। ଏବେ ତାହା ଏକ ବୃହତ୍‌ ସଂସ୍ଥା ପାଲଟିଯାଇଛି। ପ୍ରାଣୀମାନଙ୍କୁ ଉଦ୍ଧାର କରିବା, ସେମାନଙ୍କୁ ଚିକିତ୍ସା କରି ଆଶ୍ରୟସ୍ଥଳୀରେ ରଖିବା ଏବଂ ପ୍ରାଣୀମାନଙ୍କ ଜନ୍ମ ନିୟନ୍ତ୍ରଣ ଭଳି କାର୍ଯ୍ୟ ଏହା ମାଧ୍ୟମରେ କରାଯାଉଛି। ୟୋଦା ମାଧ୍ୟମରେ ପ୍ରତି ମାସରେ ୩,୦୦୦ରୁ ଊର୍ଦ୍ଧ୍ୱ ପ୍ରାଣୀଙ୍କୁ ଉଦ୍ଧାର କରାଯାଉଛି। ପ୍ରତି ମାସରେ ୫୦୦ କୁକୁର ଏବଂ ବିଲେଇଙ୍କର ବନ୍ଧ୍ୟାକରଣ ମଧ୍ୟ ହେଉଛି। ଏବେ ସୁଦ୍ଧା ପ୍ରିୟା ୪,୦୦୦ ପ୍ରାଣୀଙ୍କୁ ଏକ ଆଶ୍ରୟସ୍ଥଳୀରେ ରଖିଛନ୍ତି। ସେମାନଙ୍କ ଖାଦ୍ୟ ଓ ଚିକିତ୍ସା ଖର୍ଚ୍ଚ ସେ ନିଜେ ବହନ କରୁଛନ୍ତି। ମୁମ୍ବାଇରେ ପ୍ରାଣୀମାନଙ୍କ ପାଇଁ ଦିନରାତି ଆମ୍ବୁଲାନ୍ସ ସେବା ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri