ଏଇ ଭାରତରେ

ଇଲେକ୍ଟ୍ରି ବାଇକ୍‌ ଚଲାଇବେ ଓ ତାହାକୁ ଫୋଲ୍‌ଡିଂ କରି ରଖିଦେବେ। ଏମିତି ଏକ ବାଇକ୍‌ ନିର୍ମାଣ କରିଛନ୍ତି ଅହମଦାବାଦର ରାଜ୍‌ ପଟେଲ। ଏହି ବାଇକ୍‌ର ଓଜନ ମଧ୍ୟ କମ୍‌।
ସେ ୨୦୧୭ରେ ‘ସ୍ବିଚ୍‌ ବାଇକ୍ସ ଷ୍ଟାର୍ଟଅପ’୍‌ ଗଠନ କରି ତା’ମାଧ୍ୟମରେ ଏହାକୁ ନିର୍ମାଣ କରୁଛନ୍ତି। ଏବେ ସୁଦ୍ଧା ଏଥିରୁ ସେ ୨ କୋଟି ଟଙ୍କା ରୋଜଗାର କରିସାରିଲେଣି। ସାଧାରଣ ସାଇକେଲ ଘଣ୍ଟାକୁ ୧୦ରୁ ୨୦ କି.ମି. ବେଗରେ ଯାଇପାରୁଥିବା ବେଳେ ସ୍ବିଚ୍‌ ଇଲେକ୍ଟ୍ରି ବାଇକର ଘଣ୍ଟା ପ୍ରତି ବେଗ ରହୁଛି ୨୦ରୁ ୪୦ କି.ମି.। ୨୦୧୯ରେ ସେ ପ୍ରଥମେ ସ୍ବିଚ୍‌ ବାଇକ ନିର୍ମାଣ କରି ୨୦୨୦ ଜାନୁୟାରୀରେ ବିକ୍ରି ଆରମ୍ଭ କରିଥିଲେ। ଏବେ ସୁଦ୍ଧା ୭୦୦୦ ୟୁନିଟ୍‌ ବିକ୍ରି କରିସାରିଲେଣି। ଭାରତ ସମେତ ଦୁବାଇ, ଆମେରିକା, ନେଦରଲାଣ୍ଡ ଏବଂ ଅଷ୍ଟ୍ରେଲିଆରେ ବି ଏହି ବାଇକ୍‌ ବିକ୍ରି ହେଉଛି। ତାଙ୍କ ଷ୍ଟାର୍ଟଅପ୍‌ରେ ୨୫୦ଜଣ କର୍ମଚାରୀ କାମ କରୁଛନ୍ତି। ରାଜ୍‌ଙ୍କ ବୟସ ଏବେ ୩୦। ସେ ଅଷ୍ଟ୍ରେଲିଆରେ ମାର୍କେଟିଂ ଓ ଫାଇନାନ୍ସରେ ଡିଗ୍ରୀ ହାସଲ କରିଛନ୍ତି। ଇଭି ବାଇକ୍‌ର ବ୍ୟାଟେରି ଅଢ଼େଇ ଘଣ୍ଟାରେ ପୂରା ଚାର୍ଜ ହୋଇପାରୁଛି ଓ ଏଥିରେ ତାହା ୮୦ରୁ ୧୦୦ କି.ମି. ଯାଇପାରୁଛି। ଏହା ଘଣ୍ଟା ପ୍ରତି ୪୦ କି.ମି. ବେଗରେ ଯାଇପାରୁଛି। ଉକ୍ତ ବାଇକ୍‌କୁ ପରୀକ୍ଷା କରିବାକୁ ଆସୁଥିବା ପ୍ରତି ୧୦ ଜଣରେ ୮ ଜଣ କିିଣୁଛନ୍ତି ବୋଲି କୁହନ୍ତି ରାଜ୍‌। ବାଇକ୍‌ର ମୂଲ୍ୟ ୩୪ ହଜାରରୁ ଆରମ୍ଭ କରି ୧ଲକ୍ଷ ଟଙ୍କା ଯାଏ ରଖାଯାଇଛି। ଏବେ ରାଜ୍‌ ଇଲେକ୍ଟ୍ରି ମୋଟରବାଇକ୍‌ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri