ଏଇ ଭାରତରେ

ପ୍ରାର୍ଥୀ ଯୋଗ୍ୟ ହେବା ପରେ ଚାକିରି ପାଇବାକୁ ଚାଲିଗଲା ଦୁଇ ଦଶନ୍ଧିରୁ ଅଧିକ ସମୟ। ଏମିତି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାରେ। ଉକ୍ତ ଜିଲା ଅନ୍ତର୍ଗତ ସିଦ୍ଧି ଗାଁର ବ୍ୟକ୍ତି କେଦାରେଶ୍ୱର ରାଓ ୧୯୯୮ରେ ଡିଷ୍ଟ୍ରିକ୍ଟ ସିଲେକ୍‌ଶନ କମିଟି (ଡିଏସ୍‌ସି) ଦ୍ୱାରା ଶିକ୍ଷକ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ତେବେ ଆଇନଗତ କାରଣରୁ ଏହାକୁ ସରକାର ବନ୍ଦ କରିଦେଇଥିଲେ। ପରେ ବହୁ ଯୋଗ୍ୟ ପ୍ରାର୍ଥୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏହାର ସମାଧାନ ହୋଇ ନ ଥିଲା। ତେବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ପଦଯାତ୍ରାରେ କେଦାରେଶ୍ୱରଙ୍କ ଗାଁକୁ ଯାଇଥିବା ବେଳେ ସେ ତାଙ୍କ ଚାକିରି ବିଷୟରେ ଜଣାଇଥିଲେ। ପରେ ମୁଖ୍ୟମନ୍ତ୍ରୀ ସେହି ଫାଇଲକୁ ସବୁଜ କ୍ଲିୟର୍‌ କରିବାରୁ କେଦାରେଶ୍ୱର ୨୪ ବର୍ଷ ପରେ ଚାକିରି ପାଇଛନ୍ତି। କେଦାରେଶ୍ୱରଙ୍କୁ ଏବେ ବୟସ ୫୭। ଆଉ କେଇ ବର୍ଷ ଚାକିରି କରିବେ ସତ, କିନ୍ତୁ ଦୁଇ ଦଶନ୍ଧି ପରେ ଚାକିରି ପାଇଥିବାରୁ ଗାଁ ଲୋକେ ତାଙ୍କୁ ନୂଆ ପ୍ୟାଣ୍ଟଶାର୍ଟ ପିନ୍ଧାଇ ଶିକ୍ଷକ ବେଶରେ ସଜାଇଛନ୍ତି। କାରଣ ଅତି ଗରିବ ଅବସ୍ଥାରେ ସେ ବଞ୍ଚୁଥିଲେ। ପିଲାଦିନେ ବାପାଙ୍କୁ ହରାଇବା ପରେ ବହୁ କଷ୍ଟରେ ବି.ଏ. ପାସ୍‌ କରି ବିଏଡ୍‌ କରି ଡିଏସ୍‌ସି ଦ୍ୱାରା ଶିକ୍ଷକ ପାଇଁ ମନୋନୀତ ହୋଇଥିଲେ। ତେବେ ତାହା ବନ୍ଦ ରହିବା ପରେ କେଦାରେଶ୍ୱର ମା’ଙ୍କ ସହ ହାଇଦ୍ରାବାଦ ଯାଇ ସେଠାରେ କପଡ଼ା ଦୋକାନରେ କାମ କରିଥିଲେ। ପୁନର୍ବାର ଗାଁକୁ ଫେରି ସାଇକେଲରେ ବୁଲି ଶାଢ଼ି ବିକୁଥିଲେ। ଏବେ ଚାକିରି ପାଇବା ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ସବୁ ଶ୍ରେୟ ଅଜାଡ଼ି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ…

ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ

ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍‌ଦର୍ଶକ। ତଥାପି, ଆଧୁନିକ…

ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା…

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri