ଏଇ ଭାରତରେ

ବହୁ ସମୟରେ ବନ୍ୟପ୍ରାଣୀଙ୍କ ଜୀବନ ନିଜ ଜୀବିକାଠାରୁ ଅଧିକ ହୋଇଯାଏ, ଯାହାର ପ୍ରମାଣ ମିଳିଛି ଛତିଶଗଡ଼ ଏମ୍‌.ସୂରଜଙ୍କ କାର୍ଯ୍ୟରୁ। ଚାକିରି ଛାଡି ସୂରଜ ବାଘ ଜୀବନ ରକ୍ଷା କରିବାରେ ନିଜ ଜୀବନ ଉତ୍ସର୍ଗ କରିଦେଇଛନ୍ତି। ଯୁବା ବୟସରେ ବନ୍ୟଜୀବ ସୁରକ୍ଷା ଏବେ ତାଙ୍କ ପାଇଁ ଏକ ଆହ୍ବାନ ପାଲଟିଛି। ଛତିଶଗଡ଼ର ଉଦନ୍ତି ସୀତା ନଦୀ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ସେ ଏହିି କାର୍ଯ୍ୟ ଜାରି ରଖିଛନ୍ତି। ୩୦ ବର୍ଷ ବୟସ୍କ ସୂରଜ ଏକ ଇଞ୍ଜିନିୟରିଂ କଲେଜରୁ ଅଧ୍ୟାପକ ଚାକିରି ଛାଡି ଏହି କାର୍ଯ୍ୟରେ ଲାଗିଛନ୍ତି। ଏଥିପାଇଁ ସେ ଏକ ଟିମ୍‌ ବି ଗଠନ କରିଛନ୍ତି। ଏହି ଟିମ୍‌ରେ ଓ୍ବାଇଲ୍ଡଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ, ରାଜ୍ୟ ବନ ବିଭାଗ ଏବଂ ଡ୍ୟାଭିଡ ସିପର୍ଡ ଓ୍ବାଇଲ୍ଡ ଲାଇଫ ଫାଉଣ୍ଡେଶନର କର୍ମଚାରୀମାନେ ସାମିଲ ହୋଇଛନ୍ତି। ଏବେ ସୁଦ୍ଧା ସୂରଜ ଏମାନଙ୍କ ସାହାଯ୍ୟରେ ଅଭୟାରଣ୍ୟର ୩୦୦ଟି ସ୍ଥାନକୁ ସର୍ଚ୍ଚକରିଛନ୍ତି। ଏହି ସମୟରେ ସେ ଶିକାରୀମାନଙ୍କ ଦ୍ୱାରା ବସାଯାଇଥିବା ୧୫୦ରୁ ଊର୍ଦ୍ଧ୍ୱ ଯନ୍ତା ଜବତ କରି ପ୍ରାଣୀଙ୍କ ଜୀବନ ବଞ୍ଚାଇପାରିଛନ୍ତି। କାଠ, ଜାଲ, ଷ୍ଟିଲ ତାର, ମାଉଥ ବମ୍‌ ଆଦି ଜବତ କରିବାରେ ସକ୍ଷମ ହୋଇଛନ୍ତି। ପ୍ରଥମେ ସେ କେବଳ ସାପ ଜୀବନ ବଞ୍ଚାଉଥିତ୍ଲେ। ପରେ ଚିତାବାଘ ସହ ହରିଣ, ହେଟାବାଘ, ମାଙ୍କଡ଼ ଏବଂ ବିଭିନ୍ନ ପକ୍ଷୀଙ୍କ ସଂରକ୍ଷଣରେ ଲାଗିଛନ୍ତି। ଏବେ ସେ ସରକାରଙ୍କ ସହାୟତାରେ ଭୋରାମ୍‌ଦେଓ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଆଉ ଏକ ଅଭିଯାନ ଆରମ୍ଭ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri