ଏଇ ଭାରତରେ

ଶିକ୍ଷାଦାନ ମହାପୁଣ୍ୟ,ଏକଥା ହୃଦୟଙ୍ଗମ କରିଛନ୍ତି ବେଙ୍ଗାଲୁରୁର ଏକ ଦମ୍ପତି। ବୟସର ଅପରାହ୍ନରେ ବଦ୍ରିନାଥ ଭିତ୍ତଲ ଓ ଇନ୍ଦିରା ଭିତ୍ତଲ ମାଗଣାରେ ଅସହାୟ ପିଲାମାନଙ୍କୁ ପଢ଼ାଉଛନ୍ତି। ବଦ୍ରିନାଥଙ୍କ ବୟସ ୮୨ ହୋଇଥିବାବେଳେ ଇନ୍ଦିରାଙ୍କ ବୟସ ୭୭। ସେମାନେ ୧୦୦ରୁ ଊର୍ଦ୍ଧ୍ୱ ଅସହାୟ ଶିଶୁଙ୍କୁ ପଢାଉଛନ୍ତି। ବଦ୍ରିନାଥ ଜଣେ ଅବସରପ୍ରାପ୍ତ ସିଭିଲ ଇଞ୍ଜିନିୟର। ସେ ବମ୍ବେ ଆଇଆଇଟିରେ ପଢୁଥିଲେ। ତାଙ୍କ ଘରେ ଜଣେ ମହିଳା କାମ କରୁଥିଲେ। ସେ ତାଙ୍କ ଝିଅକୁ ପଢ଼ାଇବା ଲାଗି ଆର୍ଥିକ ସହଯୋଗ ଚାହଁିବା ପରେ ଏହି ଦମ୍ପତି ତାଙ୍କୁ ସାହାଯ୍ୟ କରିଥିଲେ । ବ୍ରଦିନାଥଙ୍କ ସ୍ତ୍ରୀ ଇନ୍ଦିରା ମଧ୍ୟ ଝିଅଟିକୁ ମାଗଣାରେ ପଢ଼ାଇବା ଆରମ୍ଭ କରିଥିତ୍ଲେ ଓ ପରେ ତା’ ସାନ ଭଉଣୀ ଏଥିତ୍ରେ ଯୋଗଦେଲା। ସେଇଠୁ ଆରମ୍ଭ ହୋଇଥିଲା ଏମାନଙ୍କ ଅଭିଯାନ। ୨୦୧୪ରେ ସେ ତାଙ୍କ ଘର ନିକଟରେ ରହୁଥିବା ଅଭାବୀ ପରିବାରର ୮ ଜଣ ପିଲା ଏହି ଟ୍ୟୁଶନରେ ଯୋଗଦେଇଥିତ୍ଲେ। ଏମିତିରେ ୨ରୁ ପିଲା ସଂଖ୍ୟା ୮ରେ ପହଞ୍ଚିଥିଲା। କିନ୍ତୁ ଲକ୍‌ଡାଉନ ଯୋଗୁ ଏମାନେ ଘରକୁ ନ ଆସିବାରୁ ସେମାନଙ୍କୁ ଭିତ୍ତଲ ଦମ୍ପତି ଅନ୍‌ଲାଇନରେ ପଢ଼ାଇବା ଆରମ୍ଭ କଲେ। ଅଧିକାଂଶ ପରିବାରରେ ସ୍ମାର୍ଟ ଫୋନ ଥିବାରୁ ଏହା ସମ୍ଭବ ହୋଇପାରିଲା। ଏଭଳି ନ୍ୟୁଜ୍‌ ପ୍ରକାଶ ପାଇବା ପରେ କର୍ନାଟକର ବିଭିନ୍ନ ସ୍ଥାନରୁ ଲୋକେ ସେମାନଙ୍କ ପିଲାଙ୍କୁ ପଢାଇବା ଲାଗି ଏହି ଦମ୍ପତିଙ୍କୁ ଅନୁରୋଧ କଲେ। ଧୀରେ ଧୀରେ ୮ରୁ ପିଲାଙ୍କ ସଂଖ୍ୟା ପହଞ୍ଚିଗଲା ୧୦୦ ଉପରେ। ପରେ ପଢାଇବା ପାଇଁ ଏହି ଦମ୍ପତିଙ୍କ ସହ ୧୦ରୁ ଅଧିକ ଅବସରପ୍ରାପ୍ତ ଶିକ୍ଷକ ଓ ଅନ୍ୟ ଅଧିକାରୀମାନେ ଯୋଗଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri