ଏଇ ଭାରତରେ

ଜଳ ପୃଥିବୀକୁ ସବୁଜ ସୁନ୍ଦର କରେ। ଜଳ ବି ଜୀବନର ସଞ୍ଜିବନୀ,ଏହା ଉପଲବ୍ଧିି କରିଛନ୍ତି ଯୋଗେଶ ଚୌହାନ। ପୁଣେର ଏହି ଏଚ୍‌ଆର୍‌ ପସର୍ର୍ନାଲ ଦହିଗାଓଁରେ ଜଳ ସଂରକ୍ଷଣ କରି ଭୂତଳ ଜଳସ୍ତର ବୃଦ୍ଧି କରିପାରିଛନ୍ତି। ଏହାଦ୍ୱାରା ସବୁ କୂଅ, ନଳକୂଅରେ ପାଣି ଭରା ରହୁଛି। ମହାରାଷ୍ଟ୍ରର ସତରା ଜିଲା ଅନ୍ତର୍ଗତ ଦହିଗାଓଁରେ ଯୋଗେଶଙ୍କ ଜନ୍ମ। ଗାଁର ଜନସଂଖ୍ୟା ୩,୫୦୦। ଜଳ ସଙ୍କଟର ସମ୍ମୁଖୀନ ହେଉଥିବା ଏହି ଗାଁ ତଥା ଏହାର ୧୦୦କିମି ମଧ୍ୟରେ ଥିତ୍ବା ଗାଁଗୁଡ଼ିକରୁ ଏହି ସମସ୍ୟା ଏବେ ଦୂର ହୋଇଛି ଯାଦବଙ୍କ ପ୍ରଚେଷ୍ଟାରେ।୨୦୧୬ରେ ଯୋଗେଶ ଗାଁକୁ ଫେରି ତାଙ୍କ ସାଙ୍ଗମାନଙ୍କ ସହଯୋଗରେ ବର୍ଷାଜଳ ଅମଳ ପ୍ରୋଜେକ୍ଟ ଆରମ୍ଭ କରିଥିଲେ। ପରେ ଏହା ମାଧ୍ୟମରେ ବିଭିନ୍ନ ସ୍ଥାନରେ ବର୍ଷାଜଳ ସଂରକ୍ଷଣ କେନ୍ଦ୍ର ନିର୍ମାଣ କରିଛନ୍ତି। ପାଣିକୁ ଫିଲଟର କରି ପାଣିଟାଙ୍କିଗୁଡ଼ିକରେ ଜମାରଖିବାର ବ୍ୟବସ୍ଥା କରିଛନ୍ତି। ଗ୍ରାମବାସୀ ଏବଂ ସ୍ଥାନୀୟ ସଂସ୍ଥାମାନଙ୍କଠାରୁ ଆର୍ଥିକ ଅନୁଦାନ ଯୋଗାଡ କରି ଏହି ପ୍ରୋଜେକ୍ଟକୁ ଆଗକୁ ବଢାଇଛନ୍ତି। କେବଳ ଏତିକି ନୁହେଁ ସେ ଗାଁ ପାଖ ନଦୀରେ ୧୭ଟି ଚେକ୍‌ଡ୍ୟାମ ନିର୍ମାଣ କରି ନଦୀର ୫୦ ପ୍ରତିଶତ ପାଣି ଅଟକାଇ ପାରିଛନ୍ତି। ଏହି କାର୍ଯ୍ୟରେ ତାଙ୍କ ସହ ଇଞ୍ଜିନିୟର, ସ୍ବେଚ୍ଛାସେବୀ ଓ ବିଶେଷଜ୍ଞମାନେ ମଧ୍ୟ ସାମିଲ ହୋଇଛନ୍ତି। ଚେକ୍‌ଡ୍ୟାମରେ ୨୯ କୋଟି ଲିଟର ଜଳ ସଂରକ୍ଷଣ କରାଯାଇପାରିବ ବୋଲି ଆକଳନ କରିଛନ୍ତି ଯୋଗେଶ। ଦହିଗାଓଁ ଏବଂଏହାର ଆଖପାଖ ଗାଁଗୁଡ଼ିକରେ ଭୂତଳ ଜଳସ୍ତର ଢେର ବଢ଼ିଯାଇଛି। ୭୦ଫୁଟ ବଦଳରେ କୂଅରେ ୩୦ ଫୁଟରେ ପାଣି ପଡୁଛି। ପୁରୁଣା ନଳକୂପରେ ୧୫୦ ଫୁଟରେ ପାଣି ପଡୁଥିବାବେଳେ ଏବେ ପଡୁଛି ୭୦ ଫୁଟରେ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri