ଏଇ ଭାରତରେ

ନିଜ ଦରମାରୁ ଖର୍ଚ୍ଚକରି ୨୨୦୦ ପିଲାଙ୍କୁ ମାଗଣାରେ ପଢାଉଥିବା ବଠିଣ୍ଡା( ପଞ୍ଜାବ)ର ଶିିକ୍ଷକ ସଞ୍ଜୀବ କୁମାର ଉଦାହରଣ ପାଲଟିଛନ୍ତି। ସେ ୧୮ ବର୍ଷ ହେବ ଭାରତର ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷାଦାନ କରି ଆସୁଛନ୍ତି। ସେ ଗଣିତ ପଢ଼ାନ୍ତି। ସ୍କୁଲ୍‌ ସମୟ ପରେ ସେ ପ୍ରତିଦିନ ପିଲାମାନଙ୍କୁ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ଯାଏ ପଢାଇଥାନ୍ତି। ପଢାଇବା ଲାଗି ଦୁଇଟି ଲାପ୍‌ଟପ୍‌ ଉପଯୋଗ କରୁଛନ୍ତି। ଗୋଟିକରେ ଜୁମ୍‌ ଆପ୍ଲିକେଶନ ପ୍ରସ୍ତୁତ ରହିଥିତ୍ତ୍ବାବେଳେ ଅନ୍ୟଟିରେ ନୋଟସ୍‌ ରହିଛି। ଲକ୍‌ଡାଉନ ପରେ ମାର୍ଚ୍ଚ ୨୯ରୁ ସେ ଅନ୍‌ଲାଇନ କ୍ଲାସ କରୁଛନ୍ତିି। ପିଲାଙ୍କୁ ବିନା ଦେୟରେ ପଢ଼ାଉଛନ୍ତି। ପ୍ରଥମେ ତାଙ୍କ ସହ ୫୦ ଜଣ ପିଲା ଯୋଡି ହୋଇଥିଲେ। ଏପ୍ରିଲ ପହିଲାବେଳକୁ ପିଲାଙ୍କ ସଂଖ୍ୟା ପହଞ୍ଚତ୍ଥିଲା ୩୫୦ରେ ଓ ଏବେ ୨୨୦୦ପଢୁଛନ୍ତି। ସଞ୍ଜୀବ ତାଙ୍କ ଦରମାରୁ ପ୍ରତିମାସରେ ୨୦,୦୦୦ ଟଙ୍କା ଏଥିରେ ଖର୍ଚ୍ଚ କରୁଛନ୍ତି। ପ୍ରତି ଅନ୍‌ଲାଇନ ସେସନରେ ୫୦୦ ପିଲା ପଢୁଛନ୍ତି। ଦିନକୁ ତିନୋଟି ସେସନ ପରିଚାଳନା କରୁଛନ୍ତି। ୮ମ ଓ ତଦୂର୍ଦ୍ଧ୍ୱ ଶ୍ରେଣୀର ପିଲାମାନେ ପଢୁଛନ୍ତିି। କେବଳ ଭାରତ ନୁହେଁ, ତାଙ୍କର ଏହି କ୍ଲ୍ଲାସରେ ଏବେ ୟୁଏଇ ଓ ମାଲେସିଆର ଛାତ୍ରମାନେ ସାମିଲ ହୋଇଛନ୍ତି। ସଞ୍ଜୀବଙ୍କ ସ୍ତ୍ରୀ ମଧ୍ୟ ଶିକ୍ଷୟିତ୍ରୀ। ସେ ଅନ୍‌ଲାଇନ୍‌ କ୍ଲାସ୍‌ରେ ସଞ୍ଜୀବଙ୍କୁ ସହଯୋଗ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri