ପୁରୁଣା ରାସ୍ତାରେ ପାଣ୍ଡେ

Dillip Cherian

ଆଇପିଏସ୍‌ ଅଫିସର୍‌ ଗୁପ୍ତେଶ୍ୱର ପାଣ୍ଡେ ବିହାରର ପୋଲିସ ମହାନିର୍ଦ୍ଦେଶକ( ଡିଜିପି) ଥିଲେ ଏବଂ ସ୍ବେଚ୍ଛାକୃତ ଅବସର( ଭିଆର୍‌ଏସ୍‌) ନେବାକୁ ଚାହିଁଥିଲେ। କିନ୍ତୁ ଏ କ୍ଷେତ୍ରରେ ତାଙ୍କ ପାଇଁ ତିନି ମାସିଆ ବାଧ୍ୟତାମୂଳକ ପୁନର୍ବିଚାର ଅବଧି ଛାଡ଼ କରାଯାଇଛି। ତାଙ୍କୁ ରାଜନୀତିରେ ଯୋଗଦେବାର ଅନୁମତି ଦେଇ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ସମ୍ଭବତଃ ଏହା କରାଯାଇଥିଲା। ସୁଶାନ୍ତ ସିଂ ରାଜପୁତ ଆମତ୍ହତ୍ୟା ଘଟଣାରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ପାଣ୍ଡେ ଭିଆର୍‌ଏସ୍‌ ଲାଗି ଆବେଦନ କରିଥିଲେ ଏବଂ ୨୪ ଘଣ୍ଟା ମଧ୍ୟରେ ଏହା ବିହାର ସରକାରଙ୍କ ଅନୁମୋଦନ ବା ସ୍ବୀକୃତି ପାଇଥିଲା। ସାଧାରଣତଃ ଜଣେ ଅଫିସର୍‌ ଭିଆର୍‌ଏସ୍‌ ନେବାକୁ ଚାହିଁଲେ ପଦ ଛାଡ଼ିବାର ତିନିମାସ ପୂର୍ବରୁ ସରକାରଙ୍କୁ ନୋଟିସ୍‌ ଦେଇଥାନ୍ତି। ସୂତ୍ରରୁ ପ୍ରକାଶ ଯେ, ଅବସର ଦେବା ପୂର୍ବରୁ ସବୁ କାଗଜପତ୍ର କାମ ଶେଷ କରିବା ପାଇଁ ସରକାରଙ୍କୁ ଦୁଇମାସ ସମୟ ଲାଗିଯାଏ । କିନ୍ତୁ ପାଣ୍ଡେଙ୍କ ଘଟଣାରେ ଏହା କରାଯାଇନି। ଅନୁଚିତ ଓ ତରବରିଆ ଭାବେ ତାଙ୍କ ଅବସରକୁ ଅନୁମୋଦନ କରାଯାଇଛି। ତେବେ ହଠାତ୍‌ ଆଇପିଏସ୍‌ରୁ ପାଣ୍ଡେଙ୍କ ଇସ୍ତଫା ଘଟଣା କେତେଜଣଙ୍କୁ ବିସ୍ମିତ କରିଦେଇଥିତ୍ଲା। ବାସ୍ତବରେ ଏଭଳି ପଦକ୍ଷେପ ନେବାର କିଛି ସପ୍ତାହ ପୂର୍ବରୁ ତାଙ୍କର ରାଜନୈତିକ ଅଭିଳାଷ ଥିବା ଜଣାପଡ଼ିିଥିଲା। ୨୦୦୯ରେ ମଧ୍ୟ ସେ ଏହି ରାସ୍ତା ଧରିଥିଲେ ଓ ସେହି ବର୍ଷ ଲୋକ ସଭା ନିର୍ବାଚନରେ ଲଢ଼ିବାକୁ ଭିଆର୍‌ଏସ୍‌ ନେଇଥିଲେ। ସେ ନିର୍ବାଚନରେ ହାରି ଯାଇଥିଲେ ଓ ପୁଣି ଆଇପିଏସ୍‌ରେ ପୁନଃ ଅବସ୍ଥାପିତ ହୋଇଥିଲେ।
ଶୀର୍ଷ ପଦବୀ ଲାଗି ଲଢ଼େଇ
ହରିୟାଣା ମୁଖ୍ୟ ଶାସନ ସଚିବ କେଶ୍‌ନି ଆନନ୍ଦ ଆରୋରାଙ୍କ ଅବସର ନେଇଛନ୍ତି ।
ଏହାସହ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ ଖୁଲ୍ଲାରଙ୍କୁ ବିଶ୍ୱ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏହି ଦୁଇଟି ଘଟଣାକୁ ଲକ୍ଷ୍ୟ କରି ଏବେ ରାଜ୍ୟରେ ପ୍ରଶାସନିକ କ୍ଷେତ୍ରରେ ବଡ଼ଧରଣର ପରିବର୍ତ୍ତନ ହେବ ବୋଲି ପର୍ଯ୍ୟବେକ୍ଷକମାନେ ଆଶା କରୁଛନ୍ତି। ସେମାନଙ୍କ ମତରେ ବହୁ ବରଷ୍ଠ ଆଇଏଏସ୍‌ ଅଧିକାରୀ ଏହି ପଦ ପାଇଁ ଦୌଡ଼ରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ୧୯୮୫ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ତଥା ଏବକାର ଗୃହ ସଚିବ ବିଜୟ ବର୍ଦ୍ଧନ ମୁଖ୍ୟ ସଚିବ ପଦ ଲାଗି ପ୍ରମୁଖ ଦାବିଦାର ରହିଛନ୍ତି। ତେବେ ୧୯୮୬ ବ୍ୟାଚ୍‌ ଆଇଏଏସ୍‌ ସଞ୍ଜୀବ କୌଶଲ ଓ ୧୯୮୭ ବ୍ୟାଚ୍‌ ଆଇଏଏସ୍‌ ରାଜୀବ ଆରୋରା ମଧ୍ୟ ଏହି ଲଢେଇରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ୧୯୯୩ ବ୍ୟାଚ୍‌ ଆଇଏଏସ୍‌ ଭି. ଉମାଶଙ୍କର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କର ଅତିପାଖ ଲୋକ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ନିକଟତର ହୋଇଥିବାରୁ ସେ ଏହି ରେସ୍‌ରେ ଜିତିଯିବେ ବୋଲି ପ୍ରତୀୟମାନ ହେଉଛି। କେତେଜଣ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି ଯେ, ଜାତି ତତ୍ତ୍ୱ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରେ। ଉଭୟ କେଶ୍‌ନି ଆନନ୍ଦ ଆରୋରା ଓ ରାଜେଶ ଖୁଲ୍ଲାର ପଞ୍ଜାବୀ। ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ବି ପଞ୍ଜାବୀ। ଏଣୁ ପଞ୍ଜାବୀଙ୍କ ମଧ୍ୟରୁ ସେ ଏହି ପଦବୀ ପୂରଣ କରିବା ପାଇଁ ଚୟନ କରିବେ କି? ଜାତି ତତ୍ତ୍ୱ ଏ କ୍ଷେତ୍ରରେ ଭୂମିକା ନେବ କି?
ଜବରଦଖଲକାରୀ ବାବୁ
ସରକାରୀ ଚାକିରିଆମାନଙ୍କୁ ଯେଉଁ ସରକାରୀ ଘର ଯୋଗାଇ ଦିଆଯାଇଥାଏ ତାହାକୁ ଅବସର ପରେ ଛାଡ଼ିବା ଲାଗି ସେମାନେ ଅନିଚ୍ଛୁକ ହେବା କିଛି ନୂଆ କଥା ନୁହେଁ। ଏହି ବିଷୟରେ ସାଧାରଣରେ ବୁଦ୍ଧିଜୀବୀ ଓ ଅନ୍ୟ ନାଗରିକମାନେ ବିତର୍କ କରି ଆସୁଛନ୍ତି। କୋର୍ଟରେ ଏହାର ବିଚାର ହୋଇ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉଛି। କିନ୍ତୁ ଏଥିରେ ଅଧିକ କିଛି ପରିବର୍ତ୍ତନ ହୋଇପାରିନି। ବାବୁମାନେ ସରକାରୀ ଘରର ଅପବ୍ୟବହାର କରିପାରିବେ ନାହିଁ ବୋଲି ଏଇ ନିକଟରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ବେଆଇନ ଦଖଲରେ ଥିବା ଘରଗଡ଼ିକୁ ଖାଲି କରିବା ପାଇଁ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି। ଏହାସହ ଯେତେଦିନ ଯାଏ ସେମାନେ ବେଆଇନ ଭାବେ ସରକାରୀ ଘରେ ରହିଛନ୍ତି ସେହି ସମୟର ଭଡ଼ା ସେମାନଙ୍କଠାରୁ ଆଦାୟ କରିବା ଲଗି କୋର୍ଟ କହିଛନ୍ତି। ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉପସ୍ଥାପନ କରାଯାଇଥିବା ତଥ୍ୟ ଅନୁସାରେ ଅବସରପ୍ରାପ୍ତ ସରକାରୀ ଚାକିରିଆଙ୍କ ଦ୍ୱାରା ବେଆଇନ ଦଖଲରେ ଥିବା ୫୬୫ ଟି ଘର ଖାଲି କରାଯିବା ସହ ସେମାନଙ୍କଠାରୁ ଭଡ଼ା ବାବଦରେ ୩ କୋଟି ଟଙ୍କା ଆଦାୟ କରାଯାଇଛି। ତଥାପି ବେଆଇନ ଦଖଲକାରୀଙ୍କଠାରୁ ୯ କୋଟି ଟଙ୍କା ଆଦାୟ କରିବାକୁ ବାକିଥିଲାବେଳେ ସେମାନଙ୍କ ନିକଟକୁ ନୋଟିସ ପଠାଯାଇଛି ବୋଲି ଉକ୍ତ ତଥ୍ୟରେ ଦର୍ଶାଯାଇଛି। ବର୍ତ୍ତମାନ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯିବା ସହ ସମସ୍ୟା ସାମାନ୍ୟ ଶାନ୍ତ ପଡ଼ିବା ଭଳି ମନେହେଉଛି । କିନ୍ତୁ ଏହି ସମସ୍ୟା ଦୂର ହୋଇନାହିଁ। ବାବୁ ଓ ପ୍ରତିଷ୍ଠିତ ନେତାମାନେ ଅବସର ପରେ ଯଦି ସରକାରୀ ସମ୍ପତ୍ତି ବା ଘର ନ ଛାଡନ୍ତି ତେବେ ଏହି ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇପାରିବନାହିଁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri