ପୁରୁଣା ରାସ୍ତାରେ ପାଣ୍ଡେ

Dillip Cherian

ଆଇପିଏସ୍‌ ଅଫିସର୍‌ ଗୁପ୍ତେଶ୍ୱର ପାଣ୍ଡେ ବିହାରର ପୋଲିସ ମହାନିର୍ଦ୍ଦେଶକ( ଡିଜିପି) ଥିଲେ ଏବଂ ସ୍ବେଚ୍ଛାକୃତ ଅବସର( ଭିଆର୍‌ଏସ୍‌) ନେବାକୁ ଚାହିଁଥିଲେ। କିନ୍ତୁ ଏ କ୍ଷେତ୍ରରେ ତାଙ୍କ ପାଇଁ ତିନି ମାସିଆ ବାଧ୍ୟତାମୂଳକ ପୁନର୍ବିଚାର ଅବଧି ଛାଡ଼ କରାଯାଇଛି। ତାଙ୍କୁ ରାଜନୀତିରେ ଯୋଗଦେବାର ଅନୁମତି ଦେଇ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ସମ୍ଭବତଃ ଏହା କରାଯାଇଥିଲା। ସୁଶାନ୍ତ ସିଂ ରାଜପୁତ ଆମତ୍ହତ୍ୟା ଘଟଣାରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ପାଣ୍ଡେ ଭିଆର୍‌ଏସ୍‌ ଲାଗି ଆବେଦନ କରିଥିଲେ ଏବଂ ୨୪ ଘଣ୍ଟା ମଧ୍ୟରେ ଏହା ବିହାର ସରକାରଙ୍କ ଅନୁମୋଦନ ବା ସ୍ବୀକୃତି ପାଇଥିଲା। ସାଧାରଣତଃ ଜଣେ ଅଫିସର୍‌ ଭିଆର୍‌ଏସ୍‌ ନେବାକୁ ଚାହିଁଲେ ପଦ ଛାଡ଼ିବାର ତିନିମାସ ପୂର୍ବରୁ ସରକାରଙ୍କୁ ନୋଟିସ୍‌ ଦେଇଥାନ୍ତି। ସୂତ୍ରରୁ ପ୍ରକାଶ ଯେ, ଅବସର ଦେବା ପୂର୍ବରୁ ସବୁ କାଗଜପତ୍ର କାମ ଶେଷ କରିବା ପାଇଁ ସରକାରଙ୍କୁ ଦୁଇମାସ ସମୟ ଲାଗିଯାଏ । କିନ୍ତୁ ପାଣ୍ଡେଙ୍କ ଘଟଣାରେ ଏହା କରାଯାଇନି। ଅନୁଚିତ ଓ ତରବରିଆ ଭାବେ ତାଙ୍କ ଅବସରକୁ ଅନୁମୋଦନ କରାଯାଇଛି। ତେବେ ହଠାତ୍‌ ଆଇପିଏସ୍‌ରୁ ପାଣ୍ଡେଙ୍କ ଇସ୍ତଫା ଘଟଣା କେତେଜଣଙ୍କୁ ବିସ୍ମିତ କରିଦେଇଥିତ୍ଲା। ବାସ୍ତବରେ ଏଭଳି ପଦକ୍ଷେପ ନେବାର କିଛି ସପ୍ତାହ ପୂର୍ବରୁ ତାଙ୍କର ରାଜନୈତିକ ଅଭିଳାଷ ଥିବା ଜଣାପଡ଼ିିଥିଲା। ୨୦୦୯ରେ ମଧ୍ୟ ସେ ଏହି ରାସ୍ତା ଧରିଥିଲେ ଓ ସେହି ବର୍ଷ ଲୋକ ସଭା ନିର୍ବାଚନରେ ଲଢ଼ିବାକୁ ଭିଆର୍‌ଏସ୍‌ ନେଇଥିଲେ। ସେ ନିର୍ବାଚନରେ ହାରି ଯାଇଥିଲେ ଓ ପୁଣି ଆଇପିଏସ୍‌ରେ ପୁନଃ ଅବସ୍ଥାପିତ ହୋଇଥିଲେ।
ଶୀର୍ଷ ପଦବୀ ଲାଗି ଲଢ଼େଇ
ହରିୟାଣା ମୁଖ୍ୟ ଶାସନ ସଚିବ କେଶ୍‌ନି ଆନନ୍ଦ ଆରୋରାଙ୍କ ଅବସର ନେଇଛନ୍ତି ।
ଏହାସହ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ ଖୁଲ୍ଲାରଙ୍କୁ ବିଶ୍ୱ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏହି ଦୁଇଟି ଘଟଣାକୁ ଲକ୍ଷ୍ୟ କରି ଏବେ ରାଜ୍ୟରେ ପ୍ରଶାସନିକ କ୍ଷେତ୍ରରେ ବଡ଼ଧରଣର ପରିବର୍ତ୍ତନ ହେବ ବୋଲି ପର୍ଯ୍ୟବେକ୍ଷକମାନେ ଆଶା କରୁଛନ୍ତି। ସେମାନଙ୍କ ମତରେ ବହୁ ବରଷ୍ଠ ଆଇଏଏସ୍‌ ଅଧିକାରୀ ଏହି ପଦ ପାଇଁ ଦୌଡ଼ରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ୧୯୮୫ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ତଥା ଏବକାର ଗୃହ ସଚିବ ବିଜୟ ବର୍ଦ୍ଧନ ମୁଖ୍ୟ ସଚିବ ପଦ ଲାଗି ପ୍ରମୁଖ ଦାବିଦାର ରହିଛନ୍ତି। ତେବେ ୧୯୮୬ ବ୍ୟାଚ୍‌ ଆଇଏଏସ୍‌ ସଞ୍ଜୀବ କୌଶଲ ଓ ୧୯୮୭ ବ୍ୟାଚ୍‌ ଆଇଏଏସ୍‌ ରାଜୀବ ଆରୋରା ମଧ୍ୟ ଏହି ଲଢେଇରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ୧୯୯୩ ବ୍ୟାଚ୍‌ ଆଇଏଏସ୍‌ ଭି. ଉମାଶଙ୍କର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କର ଅତିପାଖ ଲୋକ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ନିକଟତର ହୋଇଥିବାରୁ ସେ ଏହି ରେସ୍‌ରେ ଜିତିଯିବେ ବୋଲି ପ୍ରତୀୟମାନ ହେଉଛି। କେତେଜଣ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି ଯେ, ଜାତି ତତ୍ତ୍ୱ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରେ। ଉଭୟ କେଶ୍‌ନି ଆନନ୍ଦ ଆରୋରା ଓ ରାଜେଶ ଖୁଲ୍ଲାର ପଞ୍ଜାବୀ। ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ବି ପଞ୍ଜାବୀ। ଏଣୁ ପଞ୍ଜାବୀଙ୍କ ମଧ୍ୟରୁ ସେ ଏହି ପଦବୀ ପୂରଣ କରିବା ପାଇଁ ଚୟନ କରିବେ କି? ଜାତି ତତ୍ତ୍ୱ ଏ କ୍ଷେତ୍ରରେ ଭୂମିକା ନେବ କି?
ଜବରଦଖଲକାରୀ ବାବୁ
ସରକାରୀ ଚାକିରିଆମାନଙ୍କୁ ଯେଉଁ ସରକାରୀ ଘର ଯୋଗାଇ ଦିଆଯାଇଥାଏ ତାହାକୁ ଅବସର ପରେ ଛାଡ଼ିବା ଲାଗି ସେମାନେ ଅନିଚ୍ଛୁକ ହେବା କିଛି ନୂଆ କଥା ନୁହେଁ। ଏହି ବିଷୟରେ ସାଧାରଣରେ ବୁଦ୍ଧିଜୀବୀ ଓ ଅନ୍ୟ ନାଗରିକମାନେ ବିତର୍କ କରି ଆସୁଛନ୍ତି। କୋର୍ଟରେ ଏହାର ବିଚାର ହୋଇ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉଛି। କିନ୍ତୁ ଏଥିରେ ଅଧିକ କିଛି ପରିବର୍ତ୍ତନ ହୋଇପାରିନି। ବାବୁମାନେ ସରକାରୀ ଘରର ଅପବ୍ୟବହାର କରିପାରିବେ ନାହିଁ ବୋଲି ଏଇ ନିକଟରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ବେଆଇନ ଦଖଲରେ ଥିବା ଘରଗଡ଼ିକୁ ଖାଲି କରିବା ପାଇଁ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି। ଏହାସହ ଯେତେଦିନ ଯାଏ ସେମାନେ ବେଆଇନ ଭାବେ ସରକାରୀ ଘରେ ରହିଛନ୍ତି ସେହି ସମୟର ଭଡ଼ା ସେମାନଙ୍କଠାରୁ ଆଦାୟ କରିବା ଲଗି କୋର୍ଟ କହିଛନ୍ତି। ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉପସ୍ଥାପନ କରାଯାଇଥିବା ତଥ୍ୟ ଅନୁସାରେ ଅବସରପ୍ରାପ୍ତ ସରକାରୀ ଚାକିରିଆଙ୍କ ଦ୍ୱାରା ବେଆଇନ ଦଖଲରେ ଥିବା ୫୬୫ ଟି ଘର ଖାଲି କରାଯିବା ସହ ସେମାନଙ୍କଠାରୁ ଭଡ଼ା ବାବଦରେ ୩ କୋଟି ଟଙ୍କା ଆଦାୟ କରାଯାଇଛି। ତଥାପି ବେଆଇନ ଦଖଲକାରୀଙ୍କଠାରୁ ୯ କୋଟି ଟଙ୍କା ଆଦାୟ କରିବାକୁ ବାକିଥିଲାବେଳେ ସେମାନଙ୍କ ନିକଟକୁ ନୋଟିସ ପଠାଯାଇଛି ବୋଲି ଉକ୍ତ ତଥ୍ୟରେ ଦର୍ଶାଯାଇଛି। ବର୍ତ୍ତମାନ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯିବା ସହ ସମସ୍ୟା ସାମାନ୍ୟ ଶାନ୍ତ ପଡ଼ିବା ଭଳି ମନେହେଉଛି । କିନ୍ତୁ ଏହି ସମସ୍ୟା ଦୂର ହୋଇନାହିଁ। ବାବୁ ଓ ପ୍ରତିଷ୍ଠିତ ନେତାମାନେ ଅବସର ପରେ ଯଦି ସରକାରୀ ସମ୍ପତ୍ତି ବା ଘର ନ ଛାଡନ୍ତି ତେବେ ଏହି ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇପାରିବନାହିଁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri