ଏଇ ଭାରତରେ

ନଭିମୁମ୍ବାଇର ବେଲାପୁର ସେକ୍ଟର-୯ର ବାସିନ୍ଦାମାନେ ସରକାରୀ ଜମି ଜବରଦଖଲ ବନ୍ଦ କରି ସେଠାରେ ବୃକ୍ଷରୋପଣ କରୁଛନ୍ତି। ସେମାନେ ଆଗ୍ରୋ ସୋସାଇଟିି ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଆଗ୍ରୋର ସବୁଠୁ ବରିଷ୍ଠ ସ୍ବେଚ୍ଛାସେବୀ କ୍ୟାପ୍ଟେନ ପଓ୍ବାଣ୍ଡେ କହନ୍ତି ଯେ, ସେମାନେ ୩୫୦ ପ୍ରକାର ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିଛନ୍ତି ଯାହା ପାଖାପାଖି ୨୫ରୁ ୩୦ ପ୍ରଜାତିର ପକ୍ଷୀଙ୍କ ବାସସ୍ଥଳୀ ପାଲଟିଛି। ସୋସାଇଟିିର ସଦସ୍ୟମାନେ କଲୋନିର ସବୁ ଘରେ କିଚେନ ଗାର୍ଡେନ କରିଛନ୍ତି। ଛାତ ଉପରେ ବି ବିଭିନ୍ନ ପରିବା ଚାଷ କରୁଛନ୍ତି। ଆଗ୍ରୋର ସ୍ବେଚ୍ଛାସେବୀମାନେ ଏକ ଭେଜିଟେବ୍‌ଲ ଗାର୍ଡେନ ମଧ୍ୟ କରିଛନ୍ତି। ବର୍ଷସାରା ଏଥିତ୍ରେ ପରିବା ଚାଷ କରି ଆଖପାଖ ଅଞ୍ଚଳରେ ବିକ୍ରି କରୁଛନ୍ତି। ଏକ ବଟରଫ୍ଲାଏ ପାର୍କ କରିଛନ୍ତି ଯେଉଁଠି ୩୦ରୁ ୪୦ ପ୍ରକାର ପ୍ରଜାପତି ଦେଖିବାକୁ ମିଳୁଛି। ଯାତାୟାତର ସୁବିଧା ପାଇଁ ସେ ଅଞ୍ଚଳରେ ବହି ଯାଉଥିବା ଛୋଟ ଛୋଟ ଝରଣା ଉପରେ ପୋଲ ନିର୍ମାଣ କରୁଛନ୍ତି। ବାହାରୁ କେହି ଦେଖିଲେ ସହରାଞ୍ଚଳରେ ଏକ ସବୁଜ ବନାନୀଭରା ଅଞ୍ଚଳର ଭ୍ରମ ସୃଷ୍ଟି କରୁଛି। ପରିବେଶ ସୁରକ୍ଷା ଲାଗି ଏହି ସୋସାଇଟି ବସନ୍ତ ଉତ୍ସବ ପାଳନକରୁଛି। ସେମାନେ ବି ଏକ ସ୍ମୃତି ଉଦ୍ୟାନ ନିର୍ମାଣ କରିଛନ୍ତି,ଯେଉଁଠାରେ ଜଣେ ଚାହଁଲେ ଅନ୍ୟ ଜଣଙ୍କ ସ୍ମୃତିରେ ଗଛ ଲଗାଇପାରୁଛନ୍ତି। ଏମାନେ ସ୍କୁଲ ପରିଦର୍ଶନ କରି ପିଲାମାନଙ୍କ ପଢ଼ା ଦେଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri