ଏଇ ଭାରତରେ

ଉତ୍ତରାଖଣ୍ଡ ପାହାଡ଼ିଆ ଅଞ୍ଚଳର ଦୁର୍ଗମ ଗାଁଗୁଡିକରେ ଲକ୍‌ଡାଉନ୍‌ରେ ଓ୍ୟଷଧ ପହଞ୍ଚାଉଛନ୍ତି ମନୀଷ ପନ୍ଥ। ମୁଖ୍ୟତଃ ପକ୍ଷାଘାତ, ଉଚ୍ଚରକ୍ତଚାପ ଏବଂ ଅନ୍ୟ ଜୀବନଶୈଳୀ ସମ୍ବନ୍ଧିତ ରୋଗରେ ପୀଡ଼ିତ ଲୋକମାନଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି ମନୀଷ ସେମାନଙ୍କୁ ସହଯୋଗ କରୁଛନ୍ତି। ୩୦ ବର୍ଷୀୟ ମନୀଷ ଉତ୍ତରାଖଣ୍ଡ ଅଗ୍ନିଶମ ବିଭାଗରେ ଫାୟାରମ୍ୟାନ୍‌ ଭାବେ କାର୍ଯ୍ୟକରନ୍ତି। ସେ ପୌରି ସହରର ବାସିନ୍ଦା। ଲକ୍‌ଡାଉନ୍‌ରେ ଡେରାଡୁନ, ଆଲମୋରା, ଚାମୋଲି, ପିଥୋରଗଡ, ରୁଦ୍ରପୟାଗ, ଉତ୍ତରାକାଶୀ ଓ ଅନ୍ୟ ସହରରେ ମାର୍ଚ୍ଚ ୨୨ ଜନତା କଫୁର୍‌ୟଠାରୁ ଏପର୍ଯ୍ୟନ୍ତ ସେ ବରିଷ୍ଠ ନାଗରିକ, ଗର୍ଭବତୀ ଓ ପିଲାମାନଙ୍କୁ ଏହି ସେବା ଯୋଗାଇଆସୁଛନ୍ତି। ସେ ଦିନବେଳା ଡ୍ୟୁଟିକୁ ଯାଉଛନ୍ତି ଓ ରାତିରେ ରୋଗୀମାନଙ୍କ ନିକଟରେ ଓ୍ୟଷଧ ପହଞ୍ଚାଉଛନ୍ତି। ‘ଅପରେଶନ୍‌ ସଞ୍ଜିବନୀ’ ମାଧ୍ୟମରେ ଏହି ସେବା ଜାରି ରଖିଛନ୍ତି। ଏଥିପାଇଁ ଲୋକେ ତାଙ୍କୁ ‘ଫାୟାରମ୍ୟାନ୍‌’ ବଦଳରେ ‘ମେଡିସିନ ମ୍ୟାନ୍‌’ ବୋଲି ସମ୍ବୋନ୍ଧନ କରୁଛନ୍ତି। ଯେଉଁମାନଙ୍କର ଓ୍ୟଷଧ ଆବଶ୍ୟକ ସେମାନେ ଫେସ୍‌ବୁକରେ ଜଣାଇବା ସହ ସେମାନଙ୍କ ଠିକଣା ଓ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍ସନର ଫଟୋ ପୋଷ୍ଟ କରିବା ଲାଗି ଅନୁରୋଧ କରୁଛନ୍ତି। ଏ ସବୁ ତଥ୍ୟ ପାଇବା ପରେ ସେ ରାତିରେ ଓ୍ୟଷଧ ଧରି ସେମାନଙ୍କ ଘର ଅଭିମୁଖେ ବାହାରିଯାଉଛନ୍ତି। ମନୀଷ ଏଥିପାଇଁ ତାଙ୍କ ଘର ପାଖରୁ ୧୦୦ କି.ମି ଦୂରରେ ଥିବା ଲୋକଙ୍କ ପାଖରେ ପହଞ୍ଚି ଯାଉଛନ୍ତି। ପ୍ରତିକୂଳ ପରିବେଶରେ ହିମାଳୟର ବିପଦପୂର୍ଣ୍ଣ ପାହାଡ଼ିଆ ରାସ୍ତାରେ ସେ ବାଇକ୍‌ରେ ଯାଉଛନ୍ତି। ବିଭିନ୍ନ ଅଞ୍ଚଳର ଦୁର୍ଗମ ଗାଁରେ ପହଞ୍ଚିବା ପାଇଁ ତାଙ୍କ ସାଙ୍ଗମାନେ ସହଯୋଗ କରୁଛନ୍ତି। ସେ ଏଥିପାଇଁ ନିଜ ପକେଟ୍‌ରୁ ଅଧିକ ଖର୍ଚ୍ଚ କରୁଛନ୍ତି, କିନ୍ତୁ ପାଉଛନ୍ତି କମ୍‌। ଯେଉଁମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରୁନାହାନ୍ତି ସେମାନଙ୍କୁ ବି ମନୀଷ ସାହାଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri