ଏଇ ଭାରତରେ

ଆସାମରେ କାର୍‌ ଚଲାଉଥିବା ଜଣେ ମହିଳା ପରେ ବ୍ୟବସାୟୀ ପାଲଟି ୧୦,୦୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସଶକ୍ତ କରିବା କିଛି କମ୍‌ କଥା ନୁହେଁ। ଏହି ମହିଳା ଜଣକ ହେଉଛନ୍ତି ମନ୍ଦିରା ବରୁଆ। ମନ୍ଦିରାଙ୍କୁ ଯେତେବେଳେ ବୟସ ୧୬ ବର୍ଷ ସେତେବେଳେ ତାଙ୍କ ବାହାଘର ହୋଇଥିଲା। ତାଙ୍କ ସ୍ବାମୀ ଆସାମ ସରକାରଙ୍କ ଜଳ ସଂଶାଧନ ବିଭାଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଥିଲେ ବି ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟଗତ କାରଣ ଯୋଗୁ ସେ ଚାକିରି ହରାଇଥିଲେ। ପରିବାରର ସବୁ ବୋଝ ମନ୍ଦିରାଙ୍କ ଉପରକୁ ଆସିବା ପରେ ଟଙ୍କା ପାଇଁ ଘର ବନ୍ଧା ରଖିଲେ ଓ ଶେଷରେ ତାହା ବିକ୍ରି ହୋଇଯାଇଥିଲା। ଘର ଚଳାଇବା ଲାଗି ସେ ଏକ କ୍ଲିନିକ୍‌ରେ କେୟାରଗିଭର ଭାବେ କାର୍ଯ୍ୟ କରିବା ସହ ରୋଷେଇ, ଘରସଫା ଓ ବଗିଚା କାମ କରି ରୋଜଗାର କରିଥିଲେ। ଏହାବାଦ ସକାଳେ ଓ ସନ୍ଧ୍ୟା ପରେ କାର୍‌ ଡ୍ରାଇଭର ଭାବେ କାର୍ଯ୍ୟ କଲେ। ୨୦୦୧ରେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ପରେ ସେ ‘ସତସରିି’ ଏନଜିଓ ଗଠନ କରି ତା’ମାଧ୍ୟମରେ ମହିଳାମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଆମତ୍ନିର୍ଭରଶୀଳ କରିବାରେ ଲାଗିଲେ। ‘ମନ୍ଦିରା ସଲ୍ୟୁଶନ’ ସଂସ୍ଥା ଗଠନ କରି ପ୍ରତି ବର୍ଷ ଆଖପାଖ ଗାଁର ୨୫-୩୦ ଜଣ ଝିଅଙ୍କୁ ଘରେ ତଥା ଓଲ୍ଡଏଜ୍‌ ହୋମ୍‌ରେ କାର୍ଯ୍ୟ କରିବା ଲାଗି ପ୍ରଶିକ୍ଷଣ ଦେଉଛନ୍ତି। ନର୍ସିଂ ସ୍କୁଲ ବି ଖୋଲିଛନ୍ତି। ଗାଁ ଗାଁରେ ନାଚ ଗୀତ ମାଧ୍ୟମରେ ମହିଳାମାନଙ୍କୁ ସଚେତନ କରୁଛନ୍ତି। ‘ସତସିରା’ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ୫,୦୦୦ ମହିଳାଙ୍କୁ ରୋଜଗାରକ୍ଷମ କରିପାରିଛି। ମନ୍ଦିରା ଘରୋଇ ହିଂସା,ଯୌନ ନିର୍ଯାତନା ଆଦି ବିରୋଧରେ ସଚେତନତା ସୃଷ୍ଟି କରୁଛନ୍ତି। ସେ ମଧ୍ୟ ଏକ ଟ୍ରାଭେଲ ଏଜେନ୍ସି ପରିଚାଳନା କରୁଛନ୍ତି। ତାଙ୍କୁ ଏବେ ବୟସ ୫୧। ହଜାର ହଜାର ମହିଳାଙ୍କ ମୁହଁରେ ହସ ଫୁଟାଇ ପାରିଥିବା ମନ୍ଦିରା ଆସାମରେ ଏକ ସ୍ବତନ୍ତ୍ର ପରିଚୟ ଆଣିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

ନୀତିଗତ ତ୍ରୁଟି

ଯଦିଓ ଏବେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର ପ୍ରଭାବ ପଡ଼ିଛି, ଭାରତ ଦୃଷ୍ଟିକୋଣରୁ ଦେଖିଲେ ଯେତେବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ କମ୍‌…

ଏଇ ଭାରତରେ

ଦେବେନ୍ଦ୍ର କୁମାର ୨ ବର୍ଷର ହୋଇଥିବାବେଳେ ତାଙ୍କ କୋଳରେ ୩ଦିନର ଝିଅକୁ ଛାଡ଼ିଦେଇ ମାତାପିତା ଅରପାରିକି ଚାଲିଗଲେ। ଦିଲ୍ଲୀର ଏକ ବସ୍ତିରେ ରହୁଥିବା ଅସହାୟ ଭାଇଭଉଣୀଙ୍କୁ ସମ୍ପର୍କୀୟମାନେ…

ଅଧା ବିଶ୍ୱ ପାଇଁ ଜଳସଙ୍କଟ

ସମଗ୍ର ପରିବେଶ ଓ ପାଣିପାଗ ଏକ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯାଉଛି। ଆମ୍ଭମାନଙ୍କର କାର୍ଯ୍ୟକଳାପ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ଅସନ୍ତୁଳନର ଗୋଟାଏ ବିପଜ୍ଜନକ…

ବିକାଶର ନୂଆ ଠିକଣା

ବିକାଶକୁ ନେଇ ସମ୍ପ୍ରତି ଖୁବ୍‌ ଚର୍ଚ୍ଚା ଚାଲିଛି। କୁହାଯାଉଛି ଆମେ ଏକ ବିକାଶଶୀଳ ଦେଶରେ ପରିଣତ ହେବାକୁ ଆଉ ବେଶି ଦୂର ନୁହେଁ। ଏଥିପାଇଁ ଅନେକ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri