ଏଇ ଭାରତରେ

ଲକ୍‌ଡାଉନ୍‌ ସମୟରେ ରିକ୍ସା ଚାଳକମାନେ ସେମାନଙ୍କ ଦୈନନ୍ଦିନ ରୋଜଗାର ହରାଇ ବସିଥିବାବେଳେ ମହାରାଷ୍ଟ୍ରର ଜଣେ ଅଟୋଚାଳକଙ୍କ ବଦାନ୍ୟତା ଏବେ ସାମ୍‌ନାକୁ ଆସିଛି। ନଭି ମୁମ୍ବାଇର ଆୟାଜ ଫାକୁହି ଅସହାୟମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦେଉଛନ୍ତି। କେବଳ ଏତିକି ନୁହେଁ, ସେ ଗରିବ ଲୋକମାନଙ୍କୁ ବି ମାଗଣାରେ ହସ୍ପିଟାଲକୁ ନେଉଛନ୍ତି। ଆୟାଜ ତାଙ୍କ ଅଟୋର ନାମ ରଖିଛନ୍ତି ‘ଖିଦମତ’ ଅର୍ଥାତ ନିଃସ୍ବାର୍ଥପର ସେବା। ସେ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେଇ ନଭି ମୁମ୍ବାଇରେ ଗରିବ ରୋଗୀ ଓ ତାଙ୍କ ପରିବାରକୁ ମାଗଣାରେ ସେବା ଯୋଗାଇ ଦେଉଛନ୍ତି। ତାଙ୍କ ଘର ପାଖରେ ଛୋଟବଡ଼ ୫ଟି ହସ୍ପିଟାଲ ରହିଥିବାରୁ ଲକଡାଉନରେ ଗରିବମାନଙ୍କ ଦୁର୍ଦ୍ଦଶା ଦେଖି ଏହି କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି କୁହନ୍ତି ୫୫ ବର୍ଷୀୟ ଆୟାଜ। ସେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ବି ମାଗଣାରେ ହସ୍ପିଟାଲକୁ ନେଉଛନ୍ତି। ଆୟାଜ ତାଙ୍କ ଅଟୋ ସାମ୍‌ନାରେ ‘ଏମର୍ଜେନ୍ସି ଫ୍ରି ରାଇଡ୍‌’ ବ୍ୟାନର୍‌ ବି ଲଗାଇଛନ୍ତି ଓ ସେଥିରେ ତାଙ୍କ ଫୋନ୍‌ ନମ୍ବର ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ପ୍ରଥମେ ହସ୍ପିଟାଲ୍‌ ସାମ୍‌ନାରୁ ଲୋକମାନଙ୍କୁ ନେଉଥିଲେ। ପରେ ନଭି ମୁମ୍ବାଇର ବିଭିନ୍ନ ସ୍ଥାନ ଓ ଗାଁମାନଙ୍କରୁ ତାଙ୍କ ପାଖକୁ କଲ୍‌ ଆସିବାରେ ଲାଗିଛି। ଏବେ ସେ ଦିନରାତି ସେବା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ରହୁଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ୩୦୦ରୁ ଊର୍ଦ୍ଧ୍ୱ ଗରିବ ଲୋକଙ୍କୁ ମାଗଣାରେ ଅଟୋରେ ନେଇ ସାରିଲେଣି। ନଭି ମୁମ୍ବାଇରେ ଲୋକମାନଙ୍କୁ ଖାଦ୍ୟ ଯୋଗାଉଥିବା ଏନ୍‌ଜିଓଗୁଡ଼ିକୁ ଖାଦ୍ୟ ନେବା ଆଣିବାରେ ମଧ୍ୟ ସାହାଯ୍ୟ କରୁଛନ୍ତି। ଗରିବଙ୍କୁ ଲକ୍‌ଡାଉନରେ ସେବା ଯୋଗାଇ ଦେଉଥିବାର ସୁଯୋଗ ପାଇଥିବାରୁ ବହୁତ ଖୁସି ବୋଲି କହନ୍ତି ଆୟାଜ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri