ଏଇ ଭାରତରେ

ଭାରତରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଭୟଙ୍କର ପରିସ୍ଥିତି ନ ଉପୁଜିବା ଲାଗି ଲକ୍‌ଡାଉନ୍‌କୁ ବି କଡ଼ାକଡି ଭାବେ ପାଳନ କରାଯାଉଛି। କିନ୍ତୁ ଆମ ସ୍ବାସ୍ଥ୍ୟ ବ୍ୟବସ୍ଥା କରୋନାକୁ ମୁକାବିଲା କରିବା ଲାଗି କେତେ ପ୍ରସ୍ତୁତ ତାହାକୁ ନେଇ ସଭିଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମେଡିକାଲଗୁଡିକରେ ଅଧିକ ବେଡ୍‌ ବ୍ୟବସ୍ଥା କରାଯିବା ସହ ଭେଣ୍ଟିଲେଟର ଉପତ୍ାଦନ ଉପରେ ଗୁରୁତ୍ୱ ଦିଆଯାଇଛି। ଭାରତର ବହୁ ବଡ଼ ବଡ଼ କମ୍ପାନୀ ସେମାନଙ୍କ ଫ୍ୟାକ୍ଟ୍ରୀରେ ଭେଣ୍ଟିଲେଟର ତିଆରି କରିବା ଆରମ୍ଭ କରିଦେଇଥିବାବେଳେ ପୁଣେରେ କେତେଜଣ ଯୁବ ଇଞ୍ଜିନିୟର ଭେଣ୍ଟିଲେଟର ନିର୍ମାଣ କରିବା ପାଇଁ ରାତି ଦିନ ଏକା କରିଦେଇଛନ୍ତି। ସେମାନେ ଏନ୍‌ଓସିସିଏ ରୋବୋଟିକ୍ସ ପ୍ରାଇଭେଟ ଲିମିଟେଡ୍‌ ନାମକ ଏକ ଷ୍ଟାର୍ଟଅପ ପ୍ରତିଷ୍ଠା କରି ଭେଣ୍ଟିଲେଟର ନିର୍ମାଣ କରୁଛନ୍ତି। ଷ୍ଟାର୍ଟଅପ୍‌ର ପ୍ରତିଷ୍ଠାତା ନିଖିଲ କୁରେଲେ କହନ୍ତି, ସେମାନେ ତିଆରି କରୁଥିବା ପୋର୍ଟେବଲ ଭେଣ୍ଟିଲେଟରର ଦାମ ମାତ୍ର ୫୦ ହଜାର ଟଙ୍କା ରହିବ। କୋଭିଡ-୧୯ ପୀଡିତଙ୍କ ଲାଗି ସବୁପ୍ରକାର ସୁବିଧା ଏଥିରେ ଉପଲବ୍ଧ ହେବ। ନିଖିଲ ଓ ତାଙ୍କ ଟିମ୍‌ ପ୍ରଥମ ପର୍ଯ୍ୟାୟରେ ୧୦ରୁ ୨୦ଟି ଭେଣ୍ଟିଲେଟର ତିଆରି କରୁଛନ୍ତି। ଡାକ୍ତର ଓ ଟେଷ୍ଟ ଲାବ୍‌ର ମତନେଇ ଏହାକୁ ନିର୍ମାଣ କରାଯାଉଛି। ଏହା କେବଳ କୋଭିଡ-୧୯ ରୋଗୀଙ୍କ ପାଇଁ ନିର୍ମାଣ କରାଯାଉଛି ଓ ଏହା ସବୁ ରୋଗୀଙ୍କ ଲାଗି ବ୍ୟବହୃତ ହେଉଥିବା ଭେଣ୍ଟିଲେଟର ସହ ସମାନ ନୁହେଁ ବୋଲି କହନ୍ତି ନିଖିଲ। ଏବେ ବ୍ୟବହୃତ ଭେଣ୍ଟିଲେଟରର ଦାମ୍‌ ୧୫-୨୦ ଲକ୍ଷ ରହିଥିବାବେଳେ ଏହାର ମୂଲ୍ୟ ୫୦ ହଜାର ରହିଛି। ଦେଶରେ ଏବେ ମୋଟରେ ପାଖାପାଖି ୫୦ ହଜାର ଭେଣ୍ଟିଲେଟର ରହିଛି। ତେବେ କରୋନା ସଂକ୍ରମଣ ବିରୋଧରେ ଏହି ଯୁବ ଇଞ୍ଜିନିୟରଙ୍କ ଲଢେଇ ନିଶ୍ଚିତ ପ୍ରଶଂସନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?