ଏଇ ଭାରତରେ

ଝିଅଙ୍କୁ ବୋଝ ମନେକରି ଗର୍ଭାବସ୍ଥାରୁ ସେମାନଙ୍କୁ ମାରିଦେଉଥିତ୍ବା ବ୍ୟକ୍ତିଙ୍କ ସଂଖ୍ୟା ଆମ ଦେଶରେ କମ୍‌ ନାହିଁ। କିନ୍ତୁ ଗୁଜରାଟର ଜଣେ ଦିବ୍ୟାଙ୍ଗ ଝିଅ ଅଙ୍କିତା ଅଟୋରିକ୍ସା ଚଲାଇ ତାଙ୍କ ପିତାଙ୍କ ଚିକିତ୍ସା କରିବା ନିଶ୍ଚିତଭାବେ ଏମାନଙ୍କ ଲାଗି ଏକ ଶିକ୍ଷା ଓ ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣାଦାୟକ। ଗୁଜରାଟର ସୁରଟନିବାସୀ ଅଙ୍କିତା ଶାହା ଜନ୍ମରୁ ଦିବ୍ୟାଙ୍ଗ। ତାଙ୍କର ଗୋଟିଏ ଗୋଡ ନାହିଁ। ତଥାପି କ୍ୟାନ୍‌ସରପୀଡିତ ତାଙ୍କ ପିତାଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ଲକ୍ଷ୍ୟ ନେଇ ସେ ଦିନରାତି ରିକ୍ସା ଚଲାଉଛନ୍ତି। ଅଙ୍କିତା ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ପ୍ରଥମେ ସେ ଚାକିରି କରିଥିଲେ। ବେତନ କମ୍‌ ମିଳୁଥିଲା। ଦିବ୍ୟାଙ୍ଗ ହୋଇଥିବାରୁ ଭେଦଭାବର ଶିକାର ବିି ହେଉଥିଲେ। ସେହି ଚାକିରିଟି ଚାଲିଗଲା ପରେ ଆଉ ତାଙ୍କୁ ଚାକିରି ମିଳି ନ ଥିଲା। ପରେ ସେ ନିଜେ କିଛି କରିବା ଲାଗି ଚାହିଁ ଏଭଳି ସାହସିକ ନିଷ୍ପତ୍ତି ନେଇ ୬ ମାସ ହେବ ରିକ୍ସା ଚଲାଉଛନ୍ତି। ଦିବ୍ୟାଙ୍ଗ ହେଲେ ମଧ୍ୟ କୌଣସି କ୍ଷେତ୍ରରେ ହାରିଯିବା ଉଚିତ ନୁହେଁ। ଗୋଟିଏ ପାଦ ସାହସର ସହ ଆଗକୁ ବଢାଇଲେ ଆମେ ଦଶପାଦ ଆଗକୁ ଚାଲିଯିବା ଓ ଏବେ ସେ ସବୁ ଚ୍ୟାଲେଞ୍ଚକୁ ସାମ୍‌ନା କରିବାକୁ ପ୍ରସ୍ତୁତ ବୋଲି କୁହନ୍ତି ଅଙ୍କିତା।


Enter your email to get our daily news in your inbox.

All Right Reserved By Dharitri.Com

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri