ଏଇ ଭାରତରେ

ପିଲାମାନେ ଟଙ୍କାଟିଏ ପାଇଲେ ବଜାରରୁ ବିସ୍କୁଟ କି ଚକୋଲେଟ କିଣିଦିଅନ୍ତି। କିନ୍ତୁ ଏମିତି ପିଲା ଅଛନ୍ତି ଯେଉଁମାନେ ତାଙ୍କ ପକେଟ୍‌ ଖର୍ଚ୍ଚ ସଞ୍ଚୟ କରି ଚଳାଉଛନ୍ତି ଶିଶୁ ବ୍ୟାଙ୍କ। ମଧ୍ୟପ୍ରଦେଶ ଛତରପୁର ଅଞ୍ଚଳରେ ଚାଲୁଛି ଏହି ବ୍ୟାଙ୍କ। ବିଭିନ୍ନ ବ୍ୟାଙ୍କରେ କୋଟି କୋଟି ଟଙ୍କା ଜମା ହେଉଥିତ୍ବାବେଳେ ଶିଶୁ ବ୍ୟାଙ୍କରେ ୧ ଟଙ୍କାରୁ ଆରମ୍ଭ କରି ୧୦ ଟଙ୍କା ଯାଏ ଜମା ହେଉଥିତ୍ବା ଶୁଣି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଗରିବ ପିଲାମାନେ ସେମାନଙ୍କ ପକେଟ ଖର୍ଚ୍ଚ ବଞ୍ଚାଇ ବ୍ୟାଙ୍କ ବାଲାନ୍ସ ବୃଦ୍ଧି କରୁଛନ୍ତି। ଏହି ବ୍ୟାଙ୍କରେ ସେମାନେ ଟଙ୍କା ଜମା ରଖିବା ସହ ଆବଶ୍ୟକ ସମୟରେ ବ୍ୟାଙ୍କରୁ ୫୦୦ ଟଙ୍କା ଯାଏ ମଧ୍ୟ ଋଣ ନେଉଛନ୍ତି। ଛତରପୁର ଥାନାରେ ସଂଚାଳିତ ସଞ୍ଜୀବନୀ ବାଲ୍‌ ମିତ୍ର କେନ୍ଦ୍ର ଦ୍ୱାରା ଏହି ଶିଶୁ ବ୍ୟାଙ୍କ ମେ’ ୨୦୧୬ରେ ଖୋଲାଯାଇଥିଲା। ଏବେ ଏହି ବ୍ୟାଙ୍କରେ ୧୫୦ ଜଣ ଶିଶୁ ଯୋଡ଼ି ହୋଇଗଲେଣି। ୧୪ ବର୍ଷ ବୟସ ଯାଏ ପିଲାମାନେ ବ୍ୟାଙ୍କରେ ଖାତା ଖୋଲିପାରୁଛନ୍ତି। ବ୍ୟାଙ୍କ ମ୍ୟାନେଜର, କୋଷାଧ୍ୟକ୍ଷ ମଧ୍ୟ ପିଲାମାନେ ରହିଛନ୍ତି। ଏହି ବ୍ୟାଙ୍କ ସେବା ମାଧ୍ୟମରେ ସେମାନଙ୍କ ସଞ୍ଚୟ ମନୋଭାବ ବୃଦ୍ଧି ପାଉଛି ଓ ଜରୁରୀ ସମୟରେ ସେମାନେ ଆଉ ମାତାପିତାଙ୍କୁ ପଇସା ମାଗୁନାହାନ୍ତି। ଜନ୍ମଦିନରେ ଖର୍ଚ୍ଚ କରିବା ଲାଗି ହେଉ କି ଅନ୍ୟ କୌଣସି ଜିନିଷ କିଣିବା ଲାଗି ସେମାନେ ବ୍ୟାଙ୍କ୍‌ରୁ ଋଣ ନେଉଛନ୍ତି। ଏହି ବ୍ୟାଙ୍କର ଜମାକାରୀ ପିଲାମାନଙ୍କୁ ପୋଲିସ ପକ୍ଷରୁ ନୈତିକ ଶିକ୍ଷା, ପରିବେଶ ଓ ସ୍ବାସ୍ଥ୍ୟ, ଦେଶପ୍ରେମ, ସାଧାରଣ ଜ୍ଞାନ, ଇଂଲିଶ ଓ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯାଉଛି। ଏଥିପାଇଁ ପିଲାମାନଙ୍କୁ ଘରୁ କେନ୍ଦ୍ରକୁ ଅଣାଯାଉଛି। ଏହି ବ୍ୟାଙ୍କ ଓ କେନ୍ଦ୍ର ସହ ଜଡିତ ଥିବା ପିଲା ବୟସ୍କ ହୋଇ ଭିନ୍ନ ଭିନ୍ନ କ୍ଷେତ୍ରରେ ରୋଜଗାରକ୍ଷମ ବି ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri