ଏଇ ଭାରତରେ

ସମାଜରେ ଏମିତି ଶିକ୍ଷକ ଅଛନ୍ତି ଯେଉଁମାନେ ନିଜସ୍ବ ଉଦ୍ୟମରେ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାର ବିକାଶ କରିବା ପାଇଁ ପ୍ରୟାସ କରିଥାନ୍ତିି। ତେବେ ଏମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲାର ଶିକ୍ଷୟିତ୍ରୀ ମମତା ମିଶ୍ରା ଜଣେ। ମମତା ଚାକା ବ୍ଲକ୍‌ର ନେନ୍ଦୁଆବନ ମଣ୍ଡଳ ପ୍ରାଇମେରି ସ୍କୁଲ୍‌ରେ ସହାୟକ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି। ସେ ନିଜ ଉଦ୍ୟମରେ ସ୍କୁଲ୍‌କୁ କନଭେଣ୍ଟ୍‌ ସ୍କୁଲ୍‌ ସ୍ତର ଯାଏ ନେଇଯାଇଛନ୍ତି। ପ୍ରୟାଗରାଜର ଏହି ଶିକ୍ଷୟିତ୍ରୀ ଜଣକ କେବଳ ନିଜ ଦରମା ଟଙ୍କାରେ ଏଭଳି କାର୍ଯ୍ୟ କରିଛନ୍ତି । ପିଲାମାନଙ୍କୁ ମୋବାଇଲ ମାଧ୍ୟମରେ ଅନ୍‌ଲାଇନ ଶିକ୍ଷା ପ୍ରଦାନ କରୁଛନ୍ତି। ସେ ୟୁ-ଟ୍ୟୁବ୍‌ରେ ନିଜସ୍ବ ଚ୍ୟାନେଲ ମଧ୍ୟ ଚଲାଉଛନ୍ତି। ପିଲାମାନଙ୍କୁ ପଢ଼ାଇବା ପାଇଁ ଏବେ ସୁଦ୍ଧା ସେ ୪୮୭ଟି ଭିଡିଓ ଅପ୍‌ଲୋଡ କରିଛନ୍ତି। ମମତା ଏହି ସ୍କୁଲ୍‌ରେ ୨୦୧୫ରେ ନିଯୁକ୍ତି ପାଇବା ପରଠାରୁ ଏପରିି ଉଦ୍ୟମ ଆରମ୍ଭ କରିଥିଲେ। ସେବେଠାରୁ ତାଙ୍କ ଉପାର୍ଜିତ ଅର୍ଥକୁ ପିଲାଙ୍କ ପାଇଁ ଖର୍ଚ୍ଚ କରିବା ଲାଗି ସ୍ଥିର କରିଥିଲେ ବୋଲି କୁହନ୍ତି ମମତା। ଏମିତିକି ସ୍କୁଲ୍‌ରେ ପଢୁଥିବା ପ୍ରଥମ ଶ୍ରେଣୀର ପିଲାମାନଙ୍କୁ ତାଙ୍କ ଘରେ ମୋବାଇଲ ମାଧ୍ୟମରେ କେମିତି ପଢିବେ ସେ ସମ୍ପର୍କରେ ଶିଖାଉଛନ୍ତି। କ୍ଲାସ୍‌ରେ ପିଲାମାନଙ୍କୁ ପଢାଇବା ସହ ମମତା ମୋବାଇଲରେ ଦୀକ୍ଷା ଆପ୍‌ ମାଧ୍ୟମରେ ପଢିବାର ଉପାୟ ବି ଶିଖାଇଥାନ୍ତି। ସ୍କୁଲରେ ଯଦି ପିଲାମାନଙ୍କ ବସିବା ପାଇଁ ମମତା ନିଜ ରୋଜଗାର ଅର୍ଥରୁ ଖର୍ଚ୍ଚ କରି ଡେକ୍ସ ବେଞ୍ଚ କିଣିଦିଅନ୍ତି। ଏମିତି କି ସ୍କୁଲ୍‌ରେ ପଢୁଥିବା ପିଲାମାନଙ୍କର ଯଦି ପାଠ୍ୟ ଉପକରଣ କିମ୍ବା ସ୍କୁଲ୍‌ ଫିସ୍‌ର ଅଭାବ ପଡେ ତେବେ ମମତା ତାହା ମଧ୍ୟ ପୂରଣ କରିଥାନ୍ତି। ମମତାଙ୍କର ଏଭଳି କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ‘ମନ୍‌ କି ବାତ୍‌’ରେ ପ୍ରଶଂସା ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri