ଏଇ ଭାରତରେ

ମଣିଷର ଆଦିମ ସାଥୀ ହେଉଛି କୁକୁର। ଏହା ବିଶ୍ୱସ୍ତ ଭୃତ୍ୟ ପରି କାର୍ଯ୍ୟ କରିଥାଏ। ଅଧୁନା ମଣିଷ ବିଶ୍ୱାସଘାତକ ସାଜୁଥିବା ବେଳେ ଏହି ଇତର ପ୍ରାଣୀଟି ଯାହାର ଲୁଣ ଖାଏ ତାହାର ଗୁଣ ଗାଏ। ତାମିଲନାଡୁର ତାଞ୍ଜାଭୁରଠାରେ ଏକ ପୋଷା କୁକୁର ଗୋଟିଏ ବିଷଧର ସାପଠାରୁ ମାଲିକକୁ ବଞ୍ଚାଇବାକୁ ଯାଇ ନିଜେ ଦଂଶନର ଶିକାର ହୋଇ ମୃତ୍ୟୁବରଣ କରିଛି। ଭେଙ୍ଗରାୟାନ୍‌କୁଡିକାଡୁ ଗଁାର ଚାଷୀ ନଟରାଜନ୍‌ (୫୦) ତାଙ୍କ ପୋଷା କୁକୁରକୁ ନେଇ ଶନିବାର କୃଷିକ୍ଷେତ୍ରକୁ ଯାଉଥିବା ବେଳେ ଘରଠାରୁ ଅଳ୍ପକିଛି ଦୂରରେ ଏକ ବିଷଧର ସାପ ଫଣା ଟେକି କାମୁଡିବାକୁ ଉଦ୍ୟତ ହେଉଥିଲା। ଏହି ସମୟରେ ‘ପପି’ ନାମକ ଏହି କୁକୁରଟି ଏହାର ପ୍ରତିରୋଧ କରିଥିଲା। କୁକୁର ଓ ସାପ ମୁହାଁମୁହିଁ ହୋଇଥିବାବେଳେ ସାପକୁ ବାଡେଇବା ପାଇଁ ନଟରାଜନ୍‌ ଏକ ବାଡ଼ି ଆଣିବା ପାଇଁ ଘରକୁ ଦୌଡ଼ିଥିଲେ। ଘରୁ ଫେରିଆସି ଦେଖନ୍ତି ତ ପପି ସାପଟିକୁ ମାରିଦେଇଛି। ଅଥଚ ମାରିବା ପୂର୍ବରୁ ସାପଠାରୁ ଚୋଟ ଖାଇ ଲଢ଼େଇ ଜାରି ରଖିଥିଲା। ସାପ ଓ କୁକୁର ଲଢ଼େଇ ବିଷୟ ଜାଣିବା ପରେ ଆଖପାଖ ଗଁାର ଲୋକେ ଘଟଣାସ୍ଥଳରେ ଠୁଳ ହୋଇଯାଇଥିଲେ। ନଟରାଜନ୍‌ ପୋଷା କୁକୁରକୁ ହରାଇ ମ୍ରିୟମାଣ ହୋଇପଡ଼ିବା ସହିତ କିଛି ସମୟ ନିଜ ଛାତିରେ ତାକୁ ଚାପି ଧରିଥିଲେ। ଏହାପରେ କାନ୍ଦିକାନ୍ଦି ନିଜ ଘର ନିକଟରେ କୁକୁରକୁ ସମାଧି ଦେଇଥିଲେ। ଏହି କରୁଣ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri