ଏଇ ଭାରତରେ

ମଣିଷର ଆଦିମ ସାଥୀ ହେଉଛି କୁକୁର। ଏହା ବିଶ୍ୱସ୍ତ ଭୃତ୍ୟ ପରି କାର୍ଯ୍ୟ କରିଥାଏ। ଅଧୁନା ମଣିଷ ବିଶ୍ୱାସଘାତକ ସାଜୁଥିବା ବେଳେ ଏହି ଇତର ପ୍ରାଣୀଟି ଯାହାର ଲୁଣ ଖାଏ ତାହାର ଗୁଣ ଗାଏ। ତାମିଲନାଡୁର ତାଞ୍ଜାଭୁରଠାରେ ଏକ ପୋଷା କୁକୁର ଗୋଟିଏ ବିଷଧର ସାପଠାରୁ ମାଲିକକୁ ବଞ୍ଚାଇବାକୁ ଯାଇ ନିଜେ ଦଂଶନର ଶିକାର ହୋଇ ମୃତ୍ୟୁବରଣ କରିଛି। ଭେଙ୍ଗରାୟାନ୍‌କୁଡିକାଡୁ ଗଁାର ଚାଷୀ ନଟରାଜନ୍‌ (୫୦) ତାଙ୍କ ପୋଷା କୁକୁରକୁ ନେଇ ଶନିବାର କୃଷିକ୍ଷେତ୍ରକୁ ଯାଉଥିବା ବେଳେ ଘରଠାରୁ ଅଳ୍ପକିଛି ଦୂରରେ ଏକ ବିଷଧର ସାପ ଫଣା ଟେକି କାମୁଡିବାକୁ ଉଦ୍ୟତ ହେଉଥିଲା। ଏହି ସମୟରେ ‘ପପି’ ନାମକ ଏହି କୁକୁରଟି ଏହାର ପ୍ରତିରୋଧ କରିଥିଲା। କୁକୁର ଓ ସାପ ମୁହାଁମୁହିଁ ହୋଇଥିବାବେଳେ ସାପକୁ ବାଡେଇବା ପାଇଁ ନଟରାଜନ୍‌ ଏକ ବାଡ଼ି ଆଣିବା ପାଇଁ ଘରକୁ ଦୌଡ଼ିଥିଲେ। ଘରୁ ଫେରିଆସି ଦେଖନ୍ତି ତ ପପି ସାପଟିକୁ ମାରିଦେଇଛି। ଅଥଚ ମାରିବା ପୂର୍ବରୁ ସାପଠାରୁ ଚୋଟ ଖାଇ ଲଢ଼େଇ ଜାରି ରଖିଥିଲା। ସାପ ଓ କୁକୁର ଲଢ଼େଇ ବିଷୟ ଜାଣିବା ପରେ ଆଖପାଖ ଗଁାର ଲୋକେ ଘଟଣାସ୍ଥଳରେ ଠୁଳ ହୋଇଯାଇଥିଲେ। ନଟରାଜନ୍‌ ପୋଷା କୁକୁରକୁ ହରାଇ ମ୍ରିୟମାଣ ହୋଇପଡ଼ିବା ସହିତ କିଛି ସମୟ ନିଜ ଛାତିରେ ତାକୁ ଚାପି ଧରିଥିଲେ। ଏହାପରେ କାନ୍ଦିକାନ୍ଦି ନିଜ ଘର ନିକଟରେ କୁକୁରକୁ ସମାଧି ଦେଇଥିଲେ। ଏହି କରୁଣ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri