Posted inଖେଳ

ଏଆଇଏଫ୍‌ଏଫ୍‌ ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ନୂଆଦିଲ୍ଲୀ, ୯ା୭ (ପି.ଟି.)-ଭାରତୀୟ ଫୁଟ୍‌ବଲ ଏବେ ସଙ୍କଟରେ, ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପର ଆବଶ୍ୟକ ପଡ଼ିଛି। ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ର କାର୍ଯ୍ୟଶୈଳୀରେ ଅସନ୍ତୋଷ ପ୍ରକାଶ କରିଛନ୍ତି କେତେକ ଆଇ-ଲିଗ୍‌ କ୍ଲବ। ତଦନ୍ତ ପାଇଁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଚିଠିରେ ମୋହନବାଗାନ ପରିଚାଳନା ନିର୍ଦ୍ଦେଶକ ସ୍ବପନ ସାଧନ ବୋଷଙ୍କ ସ୍ବାକ୍ଷର ରହିଛି। ମୋହନବାଗାନ ବ୍ୟତୀତ ଇଷ୍ଟ ବେଙ୍ଗଲ, ଚର୍ଚ୍ଚିଲ ବ୍ରଦର୍ସ, ଏଫ୍‌ସି ଗୋଆ, ଗୋକୁଳମ କେରଳ ଏଫ୍‌ସି, ମିନର୍ଭା ପଞ୍ଜାବ ଏଫ୍‌ସି ଏବଂ ଆଇଜଲ ଏଫ୍‌ସି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଏଆଇଏଫ୍‌ଏଫ୍‌ ନିକଟରେ ଏହାର ଏକ ପ୍ରେସ୍‌ ଇସ୍ତାହାରରେ ଇଣ୍ଡିଆନ ସୁର ଲିଗ୍‌ (ଆଇଏସଏଲ୍‌)କୁ ଦେଶର ଶ୍ରେଷ୍ଠ ଲିଗ୍‌ର ମାନ୍ୟତା ଦେବା ଲାଗି ଚାହୁଁଛି ବୋଲି ସୂଚନା ଦେଇଥିଲା। ଏହାର କୌଣସି ପ୍ରାସଙ୍ଗିକତା ନାହିଁ। କାରଣ ୨୦୦୭ରେ ଆଇ-ଲିଗ୍‌ ଦେଶର ପ୍ରଥମ ପ୍ରଫେଶନାଲ ଲିଗ୍‌ ଭାବେ ଜନ୍ମ ନେଇଥିବା ବେଳେ ଆଇଏସଏଲ୍‌ର ଉତ୍ପତ୍ତିି ହେଉଛି ୨୦୧୩ରେ। ଏଆଇଏଫ୍‌ଏଫ୍‌ ଆଇ-ଲିଗ୍‌କୁ ଦ୍ୱିତୀୟ ଲିଗ୍‌ର ମାନ୍ୟତା ଦେବାକୁ ମସୁଧା ଚଳାଇଛି। ଫୁଟ୍‌ବଲ ଭାରତ ସମେତ ସମଗ୍ର ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ। ମାତ୍ର ଏଆଇଏଫ୍‌ଏଫ୍‌ର ପରିଚାଳନାଗତ ତ୍ରୁଟି ପାଇଁ ଭାରତୀୟ ଫୁଟ୍‌ବଲର ମାନ କ୍ରମେ ହ୍ରାସ ପାଇବାରେ ଲାଗିଛି। ଏହାର ଏକ ତଦନ୍ତ ଆବଶ୍ୟକ ବୋଲି ଆଇ-ଲିଗ୍‌ କ୍ଲବଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆଇପିଏଲ୍‌ ନିୟମରେ ପରିବର୍ତ୍ତନ କରିବାକୁ ତେନ୍ଦୁଲକରଙ୍କ ବଡ଼ ପ୍ରସ୍ତାବ

ମୁମ୍ବାଇ,୩୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ପ୍ରଚଳିତ ଇମ୍ପାକ୍ଟ ପ୍ଲେୟାର ନିୟମକୁ ହଟାଇବାକୁ ଚାହୁଁଛନ୍ତି ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଏଥିସହିତ ସେ ଲିଗ୍‌ରେ ବଲ ଓ ବ୍ୟାଟ…

IPL-2026 ଫାଇନାଲ୍‌ରେ ଟସ୍‌ ଜିତିଲା RCB

ଅହମଦାବାଦ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୬ର ଫାଇନାଲ ମ୍ୟାଚ୍‌ ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଟସ୍‌…

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri