ଏ-୧ ଗ୍ରେଡ୍‌ଧାରୀଙ୍କୁ ସମ୍ବର୍ଦ୍ଧନା:‘ବୌଦ୍ଧିକ ଜ୍ଞାନ ବିକଶିତ କର’

ଢେଙ୍କାନାଳ ଅଫିସ, ୪।୬

କଠିନ ପରିଶ୍ରମ, ନିଷ୍ଠା, ଅଧ୍ୟାବସାୟ ବିଦ୍ୟାର୍ଥୀ ଜୀବନର ମୂଳ ପୁଞ୍ଜି। ଦକ୍ଷତା ଏବଂ ବୌଦ୍ଧିକ ଜ୍ଞାନ ବିକଶିତ ହେଲେ ଛାତ୍ରୀଛାତ୍ରମାନେ ସଫଳ ମଣିଷ ହୋଇପାରିବେ। ଢେଙ୍କାନାଳ ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ଶ୍ରେଷ୍ଠସ୍ଥାନ ହାସଲ କରିପାରିବ ବୋଲି କହିଛନ୍ତି ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ। ମାଟ୍ରିକ୍‌ ପରୀକ୍ଷାରେ ଜିଲାରୁ ଏ-୧ ଗ୍ରେଡ୍‌ରେ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯିବା ଅବସରରେ ସେ ଏହା କହିଥିଲେ। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ଏବଂ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ୩୮ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା, ଜିଲା ମଙ୍ଗଳ ଅଧିକାରୀ ମାନସ ରଞ୍ଜନ ମିଶ୍ର ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ସବୁକ୍ଷେତ୍ରରୁ ଉଦ୍ୟମ ହେଲେ ଜିଲା ଶିକ୍ଷାରେ ରାଜ୍ୟସ୍ତରରେ ପ୍ରଥମସ୍ଥାନ ହାସଲ କରିବ। ଏଥିରେ ଛାତ୍ରୀଛାତ୍ର, ଶିକ୍ଷୟତ୍ରୀଶିକ୍ଷକ ଏବଂ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ କହିଥିଲେ।
ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ୍‌ରେ ପାସ୍‌ ହୋଇଥିବା ଛାତ୍ରୀଛାତ୍ର ସମେତ ଶତପ୍ରତିଶତ ପାସ୍‌ ହାର ରଖିଥିବା କାମାକ୍ଷାନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଗୁଣ୍ଡିଚାନାଳୀସ୍ଥିତ ସରକାରୀ ଅପଗ୍ରେଡେଡ୍‌ ହାଇସ୍କୁଲ ଏବଂ ଢେଙ୍କାନାଳ ସଦର ବ୍ଲକ ବାରଦାସ୍ଥିତ ଶ୍ରୀମା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବି.ବି. ହାଇସ୍କୁଲର ମେଧାବୀ ଛାତ୍ରୀ ବିଷ୍ଣୁପ୍ରିୟା ପଣ୍ଡା ନିଜର ଅନୁଭୂତି ବାଣ୍ଟିଥିଲେ।
ଜିଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡା ଉତ୍ସବରେ ସଭାପତିତ୍ୱ କରିଥିବାବେଳେ ଶିକ୍ଷକ ନିରଞ୍ଜନ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଡିଇଓଙ୍କ କାର୍ଯ୍ୟାଳୟର ବିଜ୍ଞାନ ସୁପରଭାଇଜର ସୁକାନ୍ତ ସାହୁ ପରିଚାଳନାରେ ସହଯୋଗ କରିଥିଲେ। ସମାରୋହରେ ବିଇଓ ଅଜୟ ପାତ୍ର, ହରିହର ଦେହୁରୀ, ନିତ୍ୟାନନ୍ଦ ବାରିକ, ମିନତି ଦେହୁରୀଙ୍କ ସମେତ ବହୁ ଶିକ୍ଷୟିତ୍ରୀଶିକ୍ଷକ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଜିଲାରେ ପାସ୍‌ହାର ଥିଲା ୭୨.୦୨%। ୨୭୦ ହାଇସ୍କୁଲର ୧୬,୮୨୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେଥିରୁ ୧୨,୦୦୩ ଜଣ ପାସ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟକ୍ଷ ଦାୟିତ୍ୱ ନେଲେ ଦିଲ୍ଲୀପ: କଲେଜର ଉନ୍ନତି ପ୍ରତି ଦିଆଯିବ ଧ୍ୟାନ

ଭଞ୍ଜନଗର,୨୦।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଡଃ ଦିଲ୍ଲୀପ କୁମାର ପ୍ରଧାନ ସୋମବାର ଦାୟିତ୍ୱ ନେଇଛନ୍ତି। ସେ ବାଲିପଦର…

ରାୟଗଡ଼ାରେ ବଡ଼ ଧରଣର ଡକାୟତି, ଗ୍ରିଲ୍‌ ଭାଙ୍ଗି ନେଇଗଲେ ୧୫ ଭରି ସୁନା ଅଳଙ୍କାର

ରାୟଗଡ଼ା,୨୦।୭(କୈଳାଶ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି l ଅଞ୍ଚଳରେ ଚୋରି, ଡକାୟତି, ରାହାଜନୀ, ଲୁଯ୍‌ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ…

ରଥକାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ: ସାନ୍ତ୍ୱନା ଦେଲେ ମହାପ୍ରଭୁ

କେସିଙ୍ଗା,୨୦।୭(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକ ଅଧିନସ୍ଥ ସିର୍ଜାପାଲି ଗ୍ରାମରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାଆଡମ୍ବରରେ ହେରାପଞ୍ଚମୀ ସୋମବାର ପାଳିତ ହୋଇଯାଇଛି। ଉକ୍ତ ଗ୍ରାମର ଶ୍ରୀପଦ୍ମନାଭ(ବଳଭଦ୍ର) ପ୍ରମୋଦ କୁମାର…

ଏହି ସ୍ଥାନରେ ୩୦୦ ବର୍ଷ ଧରି ଟଣା ହୋଇନାହିଁ ରଥ

କେନ୍ଦ୍ରାପଡ଼ା, ୨୦ା୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରଠାରୁ ୧୨ କି.ମି. ଦୂର ଇନ୍ଦୁପୁର ବଜାର। ଏଠାରୁ ଦେଢ଼ କି.ମି. ଦୂର ହାବେଳି (ପତିସାହି) ଠାରେ ଥିବା ପ୍ରାୟ ୩୦୦ବର୍ଷ…

ସୋନମ ୱାଙ୍ଗଚୁକଙ୍କୁ ଚାରିଆଡ଼ୁ ସମର୍ଥନ: ଯୁବପିଢ଼ିର ଭବିଷ୍ୟତକୁ ସୁରକ୍ଷିତ କରିବା ଦାବିରେ…

କେନ୍ଦୁଝର,୨୦।୭(ନରେଶ ଚନ୍ଦ୍ର ପଟ୍ଟନାୟକ):ଦେଶର ଶିକ୍ଷା ବ୍ୟବସ୍ଥାକୁ ବଞ୍ଚାଇବା ଏବଂ ଯୁବପିଢ଼ିର ଭବିଷ୍ୟତକୁ ସୁରକ୍ଷିତ କରିବା ଦାବିରେ ସଂଘର୍ଷ କରୁଥିବା ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ଆଜି କେନ୍ଦୁଝରରେ ଆମ…

ଧମକ ଚମକ ଦେଇ କାମରୁ ବାହାର କରି ଦେବାରୁ ଏସ୍‌ପିଙ୍କ ଦାରସ୍ଥ ହେଲେ ଆର୍ଯ୍ୟପଲ୍ଲୀ ମହିଳା

ଛତ୍ରପୁର,୨୦।୭( ଦିଲ୍ଲୀପ ସାମଲ/ ଦ୍ୱାରିକା ପଟ୍ଟନାୟକ): ୫୦ ବର୍ଷ ପୂର୍ବରୁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଥିବା ଭାଲିଆ ତୋଟାରେ ଜଗୁଆଳି…

ସ୍ଥାନୀୟ ଯୁବତୀଯୁବକଙ୍କୁ ମିଳୁ ସ୍ଥାୟୀ ନିଯୁକ୍ତି: ଦାବି କଲା କଂଗ୍ରେସ, ପୂରଣ ନ ହେଲେ ଆଗାମୀ ଦିନରେ…

ଛତ୍ରପୁର,୨୦।୭( ଦିଲ୍ଲୀପ ସାମଲ/ ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ଉପକଣ୍ଠରେ ଥିବା ଆଇ. ଆର୍‌. ଇ. ଏଲ. ଓ ଗୋପାଳପୁର ବନ୍ଦର ଭଳି ପ୍ରତିଷ୍ଠିତ ଶିଳ୍ପରେ ସ୍ଥାନୀୟ ଯୁବତୀଯୁବକଙ୍କୁ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାହିଁ ନାଁ: ଗର୍ଜିଲେ ମହିଳା

କେସିଙ୍ଗା,୨୦।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମ ପଞ୍ଚାୟତ ଅଧିନସ୍ଥ କାଦୋପଡାର ୧୩ ମହିଳା ଜିଲାପାଳଙ୍କ ଜନଶୁଣାଣି ଶିବିରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri