ଉପାନ୍ତ ସହରର ଆକର୍ଷଣ ପ୍ରେମ ପାହାଡ଼

ରାୟଗଡ଼ା ଜିଲାର ୩୫ଟି ସ୍ଥାନକୁ ଚିହ୍ନଟ କରି ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଁ ଜିଲା ପ୍ରଶାସନ ପର୍ଯ୍ୟଟନ ବିଭାଗକୁ ଯେଉଁ ପ୍ରସ୍ତାବ ତାଲିକା ପଠାଇଛନ୍ତି ସେଥିରେ ପ୍ରେମ ପାହାଡ଼ ରହିଛି। ରାୟଗଡା ସହରରେ ଥିବା ଲଣ୍ଡା ପାହାଡର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଥମେ ଜିଲା ପ୍ରଶାସନ ତାହାର ନାମ ପ୍ରେମ ପାହାଡ଼ ରଖି ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀର ରୂପରେଖ କରିଥିଲା। ତକତ୍ାଳୀନ ଜିଲାପାଳ ଗୁହା ପୁନମ ତାପସ କୁମାର ପର୍ଯ୍ୟଟନ ବିଭାଗକୁ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ୪କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୦୧୭ ମାର୍ଚ୍ଚ ୩ରେ ୧କୋଟି ଓ ୨୦୧୮ ଜାନୁୟାରୀ ୧୨ରେ ୨କୋଟି ୧୮ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରାଯାଇଥିଲା। ବର୍ତ୍ତମାନ ପ୍ରେମ ପାହାଡର ସୌନ୍ଦର୍ଯ୍ୟକରଣ ତଥା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଭାରପ୍ରାପ୍ତ ଜିଲା ପର୍ଯ୍ୟଟନ ଅଧିକାରୀ ସୁରେନ୍ଦ୍ର ଲିମାଙ୍କଠାରୁ ମିଳିଥିବା ସୂଚନା ପ୍ରକାରେ, ଏହାର କାର୍ଯ୍ୟ ଓଟିଡିସି (ଓଡିଶା ପର୍ଯ୍ୟଟନ ଉନ୍ନୟନ ସଂସ୍ଥା) ଦ୍ୱାରା କରାଯାଉଛି। ପ୍ରେମ ପାହାଡର ଚତୁଃପାର୍ଶ୍ୱରେ ୯୦୦ମିଟର ବୃତ୍ତାକାରରେ ସହରବାସୀଙ୍କ ପାଇଁ ପାଦଚଲା ପଥ ନିର୍ମାଣ କରାଯାଇଛି। ତଳୁ ବସି ପାହାଡର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ୨୯ଟି ଚେୟାର ବ୍ୟବସ୍ଥା କରାଯାଇଛି। ସେହିପରି ପାହାଡର ଚାରିପଟ ପାଚେରି ନିର୍ମାଣ କରାଯାଇଥିବା ବେଳେ ୩ଟି ମୁଖ୍ୟଦ୍ୱାର ନିର୍ମାଣ କରାଯାଇଛି। ପାଦଚଲା ରାସ୍ତା କଡରେ ସିମେଣ୍ଟ କୁଣ୍ଡରେ ବିଭିନ୍ନ କିସମର ଫୁଲଗଛ ଲଗାଯିବା ପାଇଁ ଯୋଜନା ରହିଛି। ଏଥିସହ ପାହାଡ ଉପରେ ୨ଟି ଡେକୋରେଟିଭ୍‌ ଭିଉ ପଏଣ୍ଟ, ଲୋକେ ବସି ଚା’ପିଇବା ପାଇଁ ଟି-ହାଉସ ଓ ୨ଟି ମସ୍‌ରୁମ୍‌ ହାଉସ୍‌ (ଛତୁ ଆକାରର ଘର) ନିର୍ମାଣ କରାଯାଇଛି। ଆଗାମୀ ଦିନରେ ଏହାର ଚତୁଃପାର୍ଶ୍ୱରେ ଆଲୋକ ବ୍ୟବସ୍ଥା କରାଯିବ। ପ୍ରେମ ପାହାଡର ପାଦଚଲା ରାସ୍ତା ନିର୍ମାଣ ହୋଇସାରିଥିବା ଯୋଗୁ ଏଠାକୁ ପ୍ରତିଦିନ ସକାଳେ, ସନ୍ଧ୍ୟାରେ ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ମହିଳା, ପୁରୁଷ, ଯୁବକ ଭ୍ରମଣରେ ଆସିଥାନ୍ତି। ପାହାଡର ଗୋଟିଏ ଭାଗରେ ମହାକାଳେଶ୍ୱରଙ୍କ ଏକ ବିରାଟ ମୂର୍ତ୍ତି ରହିଛି। ଅନ୍ୟଭାଗରେ ଶ୍ରୀ ଗଣେଶ, ଶିବ ମନ୍ଦିର ନିର୍ମାଣ ମଧ୍ୟ କରାଯାଇଛି। ଏହି ପ୍ରେମ ପାହାଡକୁ ସବୁଜବନାନୀରେ ପରିପୂର୍ଣ୍ଣ କରିବା ପାଇଁ ପ୍ରଶାସନଠାରୁ ଆରମ୍ଭ କରି ସହରର ବହୁ ସ୍ବେଚ୍ଛାସେବୀ ସଙ୍ଗଠନ ଅନେକ ସମୟରେ ଚାରାରୋପଣ କରୁଛନ୍ତି। ବର୍ତ୍ତମାନ ପାହାଡର ଏକ ତୃତୀୟାଂଶରେ କୃତ୍ରିମ ଜଙ୍ଗଲ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

ସାଇବର ଠକେଇ ଅଭିଯୋଗରେ ୩ ଗିରଫ : ଅଭିଯୁକ୍ତଙ୍କ ନିକଟରୁ ଜବତ ହେଲା…

ଆନନ୍ଦପୁର,୯।୧୨(ସୁଶାନ୍ତ କୁମାର ସାହୁ): ପୃଥକ ଦୁଇଟି ମାମଲାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୋଟିଏ ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri