ଉପାଧ୍ୟକ୍ଷାଙ୍କ ମାଡ଼ରେ ଛାତ୍ରୀ ଆହତ: ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ

ବାଲେଶ୍ୱର ଅଫିସ, ୨।୯-ବାଲେଶ୍ୱର ଟାଉନ ଥାନା ଅଧୀନ ଚୁନଭାଟି ଅଞ୍ଚଳରେ ଥିବା ବେସିକ ସାଇନ୍ସ କଲେଜରେ ଗଣେଶ ପୂଜା ଚାଲିଥିବା ବେଳେ ଛାତ୍ର ଅଶାନ୍ତି ଦେଖାଦେଇଛି। କଲେଜ ଉପାଧ୍ୟକ୍ଷା ନୀଳିମା ମଢୁଆଳ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିବାରୁ ସେ କିଛି ସମୟ ପାଇଁ ଚେତାଶୂନ୍ୟ ହୋଇପଡିଥିଲେ। ଏହାକୁ ନେଇ ଛାତ୍ରୀଛାତ୍ରମାନେ ହୋହଲ୍ଲା କରିବା ସହ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଛି।
ଚଳିତବର୍ଷ ଗଣେଶ ପୂଜା ପାଳନ ବେଳେ ମାଇକ୍‌ ବଜାଇବା ପାଇଁ କର୍ତ୍ତୃପକ୍ଷ ମନା କରିବାରୁ ଛାତ୍ରୀଛାତ୍ରମାନେ ଅଧ୍ୟକ୍ଷ ଯଶୋବନ୍ତ ମହାପାତ୍ରଙ୍କୁ ଲିଖିତ ଭାବେ ଜଣାଇଥିଲେ। ପରେ ଅଧ୍ୟକ୍ଷଙ୍କ ସମ୍ମତିକ୍ରମେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମାଇକ୍‌ ବଜାଇବା ପାଇଁ ଅନୁମତି ମିଳିଥିଲା। କିନ୍ତୁ ଉପାଧ୍ୟକ୍ଷା ମଢୁଆଳ ସୋମବାର ପୂଜାରେ ମାଇକ୍‌ ବଜାଇବାକୁ ବାରଣ କରିବାରୁ ଛାତ୍ରୀଛାତ୍ରମାନେ ଏହାର ପ୍ରତିବାଦ କରିଥିଲେ। ଏହାକୁ ନେଇ କଲେଜ ଅଧ୍ୟାପିକା, ଅଧ୍ୟାପକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବଚସା ହେଉଥିବା ବେଳେ ଉପାଧ୍ୟକ୍ଷା ମଢୁଆଳ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିଲେ। ଏହାକୁ ନେଇ ଅସନ୍ତୋଷ ଉଗ୍ରରୂପ ଧାରଣ କରିଥିଲା। ଘଟଣାସ୍ଥଳରେ ଛାତ୍ରୀଙ୍କ ବାପା ପହଞ୍ଚିଥିଲେ। ଛାତ୍ରୀଛାତ୍ରଙ୍କ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଛାତ୍ରୀଛାତ୍ରମାନେ ଉପାଧ୍ୟକ୍ଷା ମଢୁଆଳଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ତାଙ୍କୁ କଲେଜରୁ ନିଲମ୍ବିତ କରିବା ପାଇଁ ଦାବି କରିଛନ୍ତି।
ଏ ସମ୍ପର୍କରେ ଉପାଧ୍ୟକ୍ଷା ମଢୁଆଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଛାତ୍ରୀଛାତ୍ରମାନେ ମାଇକ୍‌ ବଜାଇ ନାଚ କରିବା ପାଇଁ କଲେଜ ପରିଚାଳନା ସମିତି ପକ୍ଷରୁ ବାରଣ କରାଯାଇଥିଲା। ଏହାକୁ ସେମାନେ ନ ମାନିବାରୁ ମୁଁ ପ୍ରତିବାଦ କରିଥିଲି। ଛାତ୍ରୀଛାତ୍ରମାନେ ଏହାର ସୁଯୋଗ ନେଇ ବିଭିନ୍ନ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ। ସମ୍ପୃକ୍ତ ଛାତ୍ରୀ ଅତ୍ୟଧିକ ଉଶୃଙ୍ଖଳିତ ହେବାରୁ ତାଙ୍କୁ ଚାପୁଡ଼ା ମାରିଛି।
ଟାଉନ୍‌ ଥାନାଧିକାରିଣୀ ସରୋଜିନୀ ନାୟକ କହିଛନ୍ତି, କଲେଜର ଆଭ୍ୟନ୍ତରୀଣ ମାମଲା ହୋଇଥିବାରୁ ପରିଚାଳନା କମିଟି ଓ ଛାତ୍ରୀଛାତ୍ରମାନେ ମିଳିତ ଭାବେ ଆଲୋଚନା କରି ସମାଧାନ କରିଦେବା ଉଚିତ୍‌। ସେଥିପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି। ଲିଖିତ ଅଭିଯୋଗ ପାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’: ବରଗଡ଼ ଜିଲାରେ ଖୁସିର ଲହରୀ

ଝାରବନ୍ଧ, ୧।୯ (ଦେବେନ୍ଦ୍ର ସାହୁ): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଅଭିନବ ଶିକ୍ଷଣ ପଦ୍ଧତି ପାଇଁ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରି ସରକାରୀ…

୭ମ ରାଜ୍ୟସ୍ତରୀୟ କୁଡୋ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ଦେବଗଡ଼ ଜିଲାର ବାଜିମାତ: ହାତେଇଲେ ୮ ସ୍ୱର୍ଣ୍ଣ, ୧ ରୌପ୍ୟ…

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): କଟକର ସରସ୍ୱତୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ ଅଡିଟୋରିୟମଠାରେ ଅଗଷ୍ଟ ୨୯ରୁ ୩୦ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଅନୁଷ୍ଠିତ…

ମୋରୁମ ଖାଦାନରେ ଚାପି ହୋଇ ନାବାଳକ ମୃତ୍ୟୁ ଘଟଣା: ଜେଲ ଗଲେ ଟ୍ରାକ୍ଟର ମାଲିକ-ଚାଳକ

ଦିଗପହଣ୍ଡି, ୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟସ୍ଥ ମୋରୁମ ଖାଦାନରେ ପଥର ତଳେ ଚାପି…

ପ୍ରତି କଥାରେ ଝଗଡା କରନ୍ତି ଏହି ୩ ରାଶି, ଦେହକୁ ନେଇଯାଆନ୍ତି ଛୋଟ-ଛୋଟ କଥା…

ଆପଣଙ୍କ ସାଙ୍ଗ ମହଲରେ ମଧ୍ୟ ନିଶ୍ଚୟ ଏମିତି କେହି ଥିବେ, ଯିଏ ଛୋଟ କଥାକୁ ନେଇ ଯୁକ୍ତିତର୍କ (ତର୍କ-ବିତର୍କ) ଆରମ୍ଭ କରିଦିଅନ୍ତି। କଥା ସରିବା ବଦଳରେ ଲମ୍ୱା…

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

ଜନ୍ମାଷ୍ଟମୀରେ ମହାସଂଯୋଗ: ଚମକିବ ୫ ରାଶିର ଭାଗ୍ୟ, କାହ୍ନାଙ୍କ କୃପାରେ ହୋଇଯିବେ ମାଲାମାଲ!

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ ଚଳିତ ବର୍ଷ ୪ ସେପ୍ଟେମ୍ୱରରେ ଶ୍ରଦ୍ଧା ଓ ଉଲ୍ଲାସର ସହିତ ପାଳିତ ହେବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବର ଏହି ଦିନ ଧାର୍ମିକ ଆସ୍ଥା…

୧୬.୭୨ ଲକ୍ଷ ଟଙ୍କା ଆତ୍ମସାତ: ପ୍ୟାକ୍ସର ପୂର୍ବତନ ସମ୍ପାଦକ ଶ୍ରୀପତି ପ୍ରଧାନ ଗିରଫ

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): ସାର ବିକ୍ରି ଓ ସରକାରୀ ପାଣ୍ଠି ହେରଫେର ମାମଲାରେ ଭିଜିଲାନ୍ସକୁ ବଡ଼ ସଫଳତା। ୧୬.୭୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ…

ବୁଧ-ମଙ୍ଗଳଙ୍କ ଯୋଗରେ ୪ ରାଶିଙ୍କ ଖୋଲିବ ଭାଗ୍ୟ, ୨ଗୁଣା କରିବେ ଇନକମ୍‌! ମାସେ ଯାଏ ଧନଯୋଗ…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳବାର ୧ ସେପ୍ଟେମ୍ୱର, ୨୦୨୬ ସଂଧ୍ୟା ୬ଟା ୪୮ ମିନିଟରୁ ବୁଧ ଏବଂ ମଙ୍ଗଳ ଗ୍ରହ ପରସ୍ପରଠାରୁ ୬୦ଓ ଦୂରତାରେ ଅବସ୍ଥାନ କରିବେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri