ଉପନ୍ୟାସ ‘ଗୋପଦାଣ୍ଡର ଧୂଳି’ ଉନ୍ମୋଚିତ

ଢେଙ୍କାନାଳ ଅଫିସ, ୧୩।୫:  ଢେଙ୍କାନାଳ ଜିଲା ଲେଖକ ସଂସଦ ଭବନରେ ଶନିବାର ଅପରାହ୍ନ ୫ଟାରେ ଶିକ୍ଷାବିତ୍‌ ତଥା ସ୍ତମ୍ଭକାର ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ୭୭ତମ ଜନ୍ମ ଦିବସ ପାଳନ ଅବସରରେ ତାଙ୍କ ଦ୍ୱାରା ରଚିତ ଉପନ୍ୟାସ ପୁସ୍ତକ ‘ଗୋପଦଣ୍ଡର ଧୂଳି’ ଉନ୍ମୋଚିତ ହୋଇଯାଇଛି। ଏଥିପୂର୍ବରୁ ପ୍ରଫେସର ମିଶ୍ର ଢେଙ୍କାନାଳର ଇତିହାସ ଓ ସାହିତ୍ୟ କ୍ଷେତ୍ରରେ ବୀର ବୈଷ୍ଣବଙ୍କ ଜୀବନଗାଥା, ଗଡ଼ଜାତ ଗାନ୍ଧୀ, ଢେଙ୍କାନାଳର କିମ୍ବଦନ୍ତୀ, ହରମୋହନଙ୍କ କବିତା କଳା ପୁସ୍ତକ ରଚନା କରିଛନ୍ତି।

ଅତିଥି ଭାବେ କବି ନୃସିଂହ ପ୍ରସାଦ ତ୍ରିପାଠୀ, ସାହିତ୍ୟ ଏକାଡେମୀ ସଦସ୍ୟ କବି ମନୋରଞ୍ଜନ ନନ୍ଦ, କବୟିତ୍ରୀ ପ୍ରଭାସିନୀ ମହାକୁଡ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ଭଞ୍ଜ, କୃଷ୍ଣଚନ୍ଦ୍ର ପାତ୍ର, ନବୀନ ନନ୍ଦ, ଯୋଗେନ୍ଦ୍ରନାଥ ତ୍ରିପାଠୀ, ଶିକ୍ଷାବିତ୍‌ ଡ. ଭବାନୀ ଶଙ୍କର ମିଶ୍ର, ଉତ୍କଳ ସାହିତ୍ୟ ସମାଜର ଶାଖା ସଭାପତି ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ଶ୍ୟାମାଚରଣପୁର ବିକାଶ ସମିତି କାର୍ଯ୍ୟକାରୀ ସଭାପତି ଯୋଗୀନାଥ ମହାନ୍ତି, ଜନକ୍ରାନ୍ତି ପରିଷଦ କାର୍ଯ୍ୟକାରୀ ସଭାପତି ଭିକାରି ଚରଣ ରାଉତ, ଲେଖକ ସଂସଦ ସମ୍ପାଦକ ବସନ୍ତ କୁମାର ପଟ୍ଟନାୟକ, କବିଭୂଷଣ ସ୍ମୃତି ସଂସଦ ସମ୍ପାଦକ ପରେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗଦେଇ କବି ନିତ୍ୟାନନ୍ଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ସାହିତ୍ୟ ସର୍ଜନା କ୍ଷେତ୍ରରେ ଅବଦାନ ପାଇଁ  କବି ଅକ୍ଷୟ କୁମାର ପାତ୍ର, ରାଧାନାଥ ରଥ ମାଟିର ପ୍ରତିଭା ଭାବେ ସମ୍ବର୍ଦ୍ଧିତ ହୋଇଥିଲେ।

ପ୍ରଫେସର ଧନେଶ୍ୱର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଉତ୍ସବକୁ କବି ଅଥୟ କୁମାର ସାହୁ, ବାହାଦୁର ପାଟସାହାଣୀ, ଅବନୀ କୁମାର ମିଶ୍ର, ସମୀର ସାହୁ, ସରୋଜ କୁମାର ଶତପଥୀ, କାଳିନ୍ଦୀ ଚରଣ ସାହୁ ପ୍ରମୁଖ ପରିଚାଳନା କରିଥିଲେ।  ଜିଲା ଲେଖକ ସଂସଦ, ମାଇକ୍ରୋମେଡିଆ ଆୱାରନେସ୍‌, ବିଭାବନା, କବିଭୂଷଣ ସ୍ମୃତିସଂସଦ, ଶ୍ୟାମାଚରଣପୁର ବିକାଶ ସମିତି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri