ଉପକାରୀ ମୁଗଡାଲି ପାଣି, ଦୂର ହୋଇଥାଏ ଅନେକ ରୋଗ

ମୁଗଡାଲି ଖାଇବାକୁ ଯେତିକି ସ୍ବାଦିଷ୍ଟ ଏହାର ପାଣି ସ୍ବାସ୍ଥ୍ୟ ପକ୍ଷେ ସେତିକି ଉପକାରୀ ମଧ୍ୟ। ଏହି ଡାଲିରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍‌ ଭରି ରହିଛି। ଏହା ବ୍ୟତୀତ ଏଥିରେ ପୋଟାସିୟମ, କପର, ଜିଙ୍କ୍‌ ଏବଂ ଭିଟାମିନ୍‌ ପରି ପୋଷକତତ୍ତ୍ୱ ରହିଛି। ମୁଗଡାଲି ମାଣି ପିଇଲେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ ବୋଲି ଏକ ତଥ୍ୟରୁ ଜଣାପଡ଼ିଛି।
ମୁଗଡାଲି ପାଣି ପ୍ରସ୍ତୁତି ପ୍ରଣାଳୀ :


ପ୍ରେସର କୁକରରେ ଦୁଇ କପ୍‌ ପାଣି ଦେଇ ଏହାକୁ ଗ୍ୟାସରେ ଗରମ କରନ୍ତୁ। ଭଲ ଭାବେ ଫୁଟିଗଲେ ଏଥିରେ ଗୋଟିଏ କପ୍‌ ମୁଗଡାଲି ଏବଂ ସ୍ବାଦ ଅନୁସାରେ ଲୁଣ ପକାନ୍ତୁ। ୨-୩ଟି ସିଟି ଆସିଲେ ଏହାକୁ ବନ୍ଦ କରି ଦିଅନ୍ତୁ। ପରେ ଭଲ ଭାବରେ ଗୋଳାଇ ନିଅନ୍ତୁ। ଏହି ପାଣିକୁ ନିୟମିତ ପିଇଲେ ଏସବୁ ରୋଗ ଦୂର ହୋଇଥାଏ ଜାଣନ୍ତୁ…

ମେଦବହୁଳତା ଦୂର କରେ :


ଓଜନ କମ୍‌ କରିବାକୁ ଚାହଁୁଥିଲେ ପ୍ରତିଦିନ ମୁଗଡାଲି ପାଣି ପିଅନ୍ତୁ। ଏହି ଡାଲିରେ କ୍ୟାଲୋରୀ ମାତ୍ରା କମ୍‌ ଏବଂ ଫାଇବରର ମାତ୍ରା ଅଧିକ ଥାଏ। ଯାହା କି ମେଦବହୁଳତା ଖୁବ୍‌ ଶୀଘ୍ର ଦୂର କରିବାରେ ସହାୟକ ହୋଇଥାଏ।

ଡାଇବେଟିସ୍‌ ଦୂର ହୁଏ :


ମୁଗଡାଲି ପାଣି ଶରୀରରେ ଇନ୍‌ସୁଲିନ୍‌ ମାତ୍ରା ବଢ଼ାଇବାରେ ସହାୟକ ହୋଇଥାଏ। ଏହା ବ୍ୟତୀତ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ।

ଡେଙ୍ଗୁ ରୋଗରୁ ରକ୍ଷା ମିଳେ :

ମଶା କାମୁଡ଼ାରୁ ଡେଙ୍ଗୁ ପରି ମାରାତ୍ମକ ରୋଗ ହୋଇଥାଏ। ବର୍ତ୍ତମାନ ଏହି ରୋଗ ବ୍ୟାପିବାରେ ଲାଗିଛି। ତେଣୁ ଡେଙ୍ଗୁ ଦୂର ପାଇଁ ମୁଗଡାଲି ପାଣି ବହୁ ଉପକାରୀ। ଏହି ପାଣି ପିଇଲେ ଡେଙ୍ଗୁ ଭଲ ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା କର୍ମୀଙ୍କୁ ଆକ୍ରମଣ: ନିର୍ବାଚନ ଚାଲିଥିବାବେଳେ ବୁଥ୍‌ରେ ମାରପିଟ୍‌

କୋଲକାତା,୨୯।୪: ପଶ୍ଚିମବଙ୍ଗରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ବୁଧବାର ଭୋଟିଂ ଚାଲିଛି। ୨୯୪ ବିଧାନସଭା ଆସନ ମଧ୍ୟରୁ ୧୪୨ଟିରେ ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଛି।…

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଶଙ୍କର: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ

ଦାରିଙ୍ଗବାଡି, ୨୯/୪(ଅରୁଣ ସାହୁ):କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଲୋହରା ସାହିର ଶଙ୍କର ବିଶୋଇ (୪୦)ଙ୍କ ମୃତଦେହ ଦାରିଙ୍ଗବାଡିରେ ପହଞ୍ଚିଛି। ବୁଧବାର ସକାଳ ୮ଟା ସମୟରେ ମୃତଦେହ ତାଙ୍କ ଲୋହରା…

ବିପଦସଂକୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ: ମରାମତି ପାଇଁ ଦାବି

କେସିଙ୍ଗା,୨୯।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କିକିଆ ଗ୍ରାମ ପଞ୍ଚାୟତର ହରିଜନ ପଡା(ପୂର୍ବ)ରେ ଥିବା ବିଦ୍ୟୁତ ଖୁଣ୍ଟ ଦୀର୍ଘ ଦିନ ହେଲା ବିପଦସଂକୁଳ ଅବସ୍ଥାରେ…

ଡ୍ରେସିଂ ରୁମ୍‌ରେ ଇ-ସିଗାରେଟ୍‌ ଟାଣି ଚର୍ଚ୍ଚାରେ ଅଧିନାୟକ: ହେବ କି କାର୍ଯ୍ୟନୁଷ୍ଠାନ

ନୂଆଦିଲ୍ଲୀ,୨୯।୪: ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ପ୍ରିମିୟମ ଲିଗ ୨୦୨୬ ମ୍ୟାଚ ସମୟରେ ଏକ ନୂତନ ବିବାଦ ଦେଖାଦେଇଛି। ରାଜସ୍ଥାନର ୨୪ ବର୍ଷୀୟ ଅଧିନାୟକ…

ଉତ୍ତରପ୍ରଦେଶର ବାନ୍ଦା ପ୍ରଥମ ଝାରସୁଗୁଡ଼ା ଦେଶର ଦ୍ୱିତୀୟ ଉତ୍ତପ୍ତ ସହର

ଭୁବନେଶ୍ୱର,୨୯।୪: ରାଜ୍ୟରେ ତାତି ଅସହ୍ୟ ହେବାରେ ଲାଗିଛି। ଗତ କିଛିଦିନ ଧରି ଲଗାତର ଭାବେ ଝାରସୁଗୁଡ଼ାର ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିବା ସହ ରାଜ୍ୟର ସବୁଠୁ…

ଯାତ୍ରୀବାହୀ ଡଙ୍ଗାକୁ ବିପଦ ଡ୍ରେଜିଂ ଭେସଲର: ପଦକ୍ଷେପ ନେବାକୁ ଦାବିକଲେ ଅଞ୍ଚଳବାସୀ

ମହାକାଳପଡ଼ା, ୨୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ମହାନଦୀ-ବାହାକୁଦ-ମୂଷାଡ଼ିଆ ଫେରିଘାଟରେ ଯାତ୍ରୀବାହୀ ଡଙ୍ଗା ଚଳାଚଳକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏକ ସପ୍ତାହଧରି…

ଧୁବେଲ ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଦାବି

ଲୋଇସିଂହା,୨୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସାଲେଭଟା ଗ୍ରାମର ପୋଖରୀ(ଧୁବେଲ ବନ୍ଧ )ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ପ୍ରାୟ ୨ ମାସ…

ଦିନରେ ଚୁଟି ବେପାର, ରାତିରେ ଚୋରି: ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ଭୋଗରାଇ, ୨୯ା୪(ପ୍ରଦୀପ ଦାସ):ଦିନରେ ଘର ଘର ବୁଲି ଚୁଟି ବେପାର କରୁଥିଲେ। ରାତି ହେଲେ ଘରେ ପଶି ଟଙ୍କା ପଇସା, ସୁନାଗହଣା ଲୁଟ୍‌ କରି ଚମ୍ପଟ ମାରୁଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri