ଉନ୍ନତି ଭବନ ଲୋକାର୍ପିତ: ଓଏମ୍‌ଏସ୍‌, ଓଏମ୍‌ପିଏସ୍‌ ଅଧିକାରୀଙ୍କୁ ନିଯୁକ୍ତିପତ୍ର

ଭୁବନେଶ୍ୱର,୧।୩(ବ୍ୟୁରୋ): ନୂତନ ଭାବେ ଚୟନ ହୋଇଥିବା ଓଡିଶା ପୌର କ୍ୟାଡର ଅନ୍ତଭୁର୍କ୍ତ ଓଡିଶା ପୌର ପ୍ରଶାସନ ସେବା (ଓଏମ୍‌ଏସ୍‌) ଏବଂ ଓଡିଶା ପୌର ଯୋଜନା ସେବା (ଓଏମ୍‌ପିଏସ) ଅଧିକାରୀଙ୍କୁ ନିଯୁକ୍ତି ପତ୍ର ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ୍ୟନଗରଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ଉନ୍ନତି ଭବନର ଲୋକାର୍ପଣ କରିଛନ୍ତି। ଶନିବାର ଏହି ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଓଏମ୍‌ଏସ୍‌ର ୨୮ ଏବଂ ଓଏମ୍‌ପିଏସ୍‌ର ୧୨ ଜଣ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତ ଅଧିକାରୀମାନଙ୍କୁ ସ୍ବାଗତ କରିବା ସହ ମୋ ସରକାର ଏବଂ ୫-ଟି ଧାରାରେ କାର୍ଯ୍ୟ କରି ପୌରାଞ୍ଚଳ ଶାସନ ବ୍ୟବସ୍ଥାକୁ ଏକ ନୂତନ ସ୍ତରକୁ ନେବାକୁ ପରାମର୍ଶ ଦେଇଥିଲେ।

ନଗର ଉନ୍ନୟନ ବିଭାଗ ଦ୍ୱାରା ୩୦ କୋଟି ଟଙ୍କାରେ ନିର୍ମିତ ଉନ୍ନତି ଭବନରେ ଓଡିଶା ଜଳଯୋଗାଣ ଓ ସ୍ବେରେଜ ବୋର୍ଡ, ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଂ ସଂଗଠନ, ଓ୍ବାଟ୍‌କୋ, ଆବାସ ମିଶନ, ଜାଗା ମିଶନ ଭଳି କାର୍ଯ୍ୟାଳୟ ରହିଛି। ଏହି ଅବସରରେ ବସ୍ତି ରୂପାନ୍ତରଣ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିବା ଜାଗା ମିଶନକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଏହାଛଡା ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ ଏବଂ ୨୪ ଘଣ୍ଟିଆ ଉତ୍ତମ ଜଳଯୋଗାଣ ଯୋଜନାରେ କାର୍ଯ୍ୟରତ ଓ୍ବାଟ୍‌କୋ କର୍ପୋରେଟ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି। ଉନ୍ନତି ଭବନ ୨ ଏକର ପରିମିତ ଅଞ୍ଚଳରେ ୯୩,୨୫୦ ବର୍ଗଫୁଟ ବିଶିଷ୍ଟ ନିର୍ମାଣ ହୋଇଥିବା ବେଳେ ଏଥିରେ ୨୫୦ ଦୁଇଚକିଆ ଏବଂ ୮୦ଟି ଚାରିଚକିଆ ଯାନ ରଖିବା ବ୍ୟବସ୍ଥା ହୋଇଛି। ଏଥିରେ ୪୦୦ ଲୋକ କାମ କରିବା ନେଇ ଦୀର୍ଘ ସ୍ପେଶ ରହିଛି। ଏହି ଭବନରେ ୧୧୦ କିଲୋଓ୍ବାଟର ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରାଯାଇଥିବା ବେଳେ ଛାତ ଉପର ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ହୋଇଛି। ଏଥିରେ ୩ଟି ବୃହତ୍‌ ସମ୍ମିଳନୀ କକ୍ଷ ଥିବାବେଳେ ୩ଟି କ୍ଷୁଦ୍ର ସମ୍ମିଳନୀ କକ୍ଷ, ଲାଇବ୍ରେରୀ, ଡାଇନିଂ ହଲ, ରିସେପସନ ଲବି, ସର୍ବସାଧାରଣଙ୍କ ପାଇଁ ୪ଟି ଓ୍ବେଟିଂ ଲବି ରହିଛି। ଏହି ଭବନର ସବୁ ଅଞ୍ଚଳରେ ସିସିି ଟିଭି ସର୍ଭେଲାନ୍ସ ବ୍ୟବସ୍ଥା ରହିଛି। ଏହି ଲୋକାର୍ପଣ ଉତ୍ସବରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ଓପିଏସ୍‌ସି ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

୩୧୮ ସ୍ଥାନରେ ‘ଅଟଳ ବସ୍‌ଷ୍ଟାଣ୍ଡ’:୬ ଜିଲାରେ…

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ରାଜ୍ୟର ୩୧୮ ବସ୍‌ଷ୍ଟାଣ୍ଡିକୁ ‘ଅଟଳ ବସ୍‌ଷ୍ଟାଣ୍ଡ’ରେ ପରିଣତ କରାଯିବ। ଏହାଦ୍ୱାରା ସମନ୍ବିତ ସାର୍ବଜନୀନ ସେବା ଲୋକଙ୍କୁ ମିଳିପାରିବ। ଏହି ଲକ୍ଷ୍ୟ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri