ଉତ୍ସାହ ନେଇ ଆସୁଛି ଉତ୍ସବ ଋତୁ

ଅନୁଗୋଳ ଅଫିସ, ୨୯ା୧୧:ଆସନ୍ତା ଡିସେମ୍ବରରୁ ୨୦୨୩ ଏପ୍ରିଲ୍‌ ୧, ଏହି ୪ ମାସ ଉତ୍ସବମୁଖର ହେବ ଅନୁଗୋଳ। ସାହିତ୍ୟ ସମ୍ମିଳନୀଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଯାଏ ଅନେକ କିଛି ହେବ ଆୟୋଜନ। ଏଥିପାଇଁ ପ୍ରକମ୍ପିତ ହେବ ସାରା ଜିଲା। ଓଲିଉଡ୍‌, ବଲିଉଡ ଷ୍ଟାରଙ୍କ ନାଚ, ଗୀତରେ ଝୁମିବେ ଅନୁଗୋଳବାସୀ। ଅନୁଗୋଳ ଜିଲା ଗଠନକୁ ୨୦୨୩ ଏପ୍ରିଲ୍‌ ୧ରେ ୩୦ ବର୍ଷ ଛୁଉଁଥିବାରୁ ଏହାକୁ ସ୍ମରଣୀୟ କରିବାକୁ ଜିଲା ପ୍ରଶାସନ ଏପରି ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଏଥିରେ ସାହିତ୍ୟ, ମନୋରଞ୍ଜନ ସହ ସାମାଜିକ, କ୍ରୀଡା଼ଭିତ୍ତିକ କାର୍ଯ୍ୟକ୍ରମକୁ ମଧ୍ୟ ସାମିଲ କରାଯାଇଛି। ୪ ମାସ ଧରି ଚାଲିବାକୁ ଥିବା ଏହି ଉତ୍ସବ ଋତୁକୁ ନେଇ ଏବେ ଜିଲାବାସୀ ଉତ୍ସାହିତ ହୋଇପଡ଼ିଛନ୍ତି।
୧୯୯୩ ଏପ୍ରିଲ୍‌ ୧ରେ ଅନୁଗୋଳକୁ ଜିଲା ମାନ୍ୟତା ମିଳିଥିଲା। ଶିଳ୍ପସମୃଦ୍ଧ ଅନୁଗୋଳ ଜିଲା ଇତିମଧ୍ୟରେ ଢେର ଆଗକୁ ଯାଇଥିବା ବେଳେ ଆସନ୍ତା ବର୍ଷ ୩୦ ବର୍ଷରେ ପଦାର୍ପଣ କରିବ। ଜିଲା ୩୦ ବର୍ଷରେ ପାଦ ଦେବାକୁ ଯାଉଥିବାରୁ ଏହାକୁ ଧୁମଧାମରେ ପାଳନ କରିବାକୁ ଜିଲା ପ୍ରଶାସନ ୨୦୨୧ରୁ ପ୍ରସ୍ତୁତି ଆରମ୍ଭ କରିସାରିଛି। ଭିଜନ୍‌ ୨୩ ନାମରେ ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ସେହିପରି ଜାତୀୟ ଅନ୍ତର୍ଜାତୀୟ ସ୍ତରର ସାହିତି୍ୟକମାନଙ୍କୁ ନେଇ ଅନୁଗୋଳରେ ୨ ଦିନିଆ ସାହିତ୍ୟ ସମ୍ମିଳନୀର ଆୟୋଜନ କରାଯିବ। ଡିସେମ୍ବର ୧୧ରେ ଜିଲା ମୁଖ୍ୟାଳୟରେ ମାରାଥନ, ୧୮ ତାରିଖରେ ସଦର ମହକୁମା ଓ ସମସ୍ତ ଉପଖଣ୍ଡରେ ରାହଗିରି କାର୍ଯ୍ୟକ୍ରମ କରାଯିବ। କବାଡି ପ୍ରତିଯୋଗିତା ସହ ରାଜ୍ୟସ୍ତରୀୟ ଟେବୁଲ ଟେନିସ୍‌ ମଧ୍ୟ ଆୟୋଜିତ ହେବ। ଜିଲାର ବିଭିନ୍ନ ଲୋକକଳା ଦଳ, ଓଲିଉଡ୍‌ କଣ୍ଠଶିଳ୍ପୀଙ୍କୁ ଆଣି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଜାନୁୟାରୀ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଜିଲା ମହୋତ୍ସବ ମଧ୍ୟ ପାଳନ କରାଯିବ। ଗତ ଜିଲା ମହୋତ୍ସବ ଅନୁଗୋଳବାସୀଙ୍କୁ ଭିନ୍ନ ଅନୁଭୂତି ଦେଇଥିଲା। ବଲିଉଡ୍‌ କଣ୍ଠଶିଳ୍ପୀ ଷ୍ଟିବେନ୍‌ ବେନଙ୍କଠାରୁ ଆରମ୍ଭ କରି ସଚେତ-ପରମ୍ପରା ଯୋଡ଼ି, ଇଣ୍ଡିଆନ ଆଇଡଲ ଫେମ୍‌ ସନମୁଖା ପ୍ରିୟାଙ୍କ ଭଳି ତାରକାଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଗୋଳବାସୀଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ହେଲେ ଗତ ମହୋତ୍ସବଠାରୁ ଆଗାମୀ ମହୋତ୍ସବକୁ ଅଧିକ ରଙ୍ଗାରଙ୍ଗ ଓ ଆଡମ୍ବରପୂର୍ଣ୍ଣ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

”ମୁଁ ନବୀନ ପଟ୍ଟନାୟକଙ୍କ ମହାନ ମୂଲ୍ୟବୋଧର ଉତ୍ତରାଧିକାରୀ”: କାର୍ତ୍ତିକ ପାଣ୍ଡିଆନ୍

ଭୁବନେଶ୍ୱର,୨ା୫: ଓଡ଼ିଶାରେ ତୀବ୍ର ରାଜନୈତିକ ମାହୋଲ ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ତଥା ଫାଇଭ ଟି ଅଧ୍ୟକ୍ଷ ଏବଂ ନବୀନ ଓଡ଼ିଶା ଚେୟାରମ୍ୟାନ...

ଅତାବିରା ଆସନ ନାମାଙ୍କନ ଭରିଲେ ନିହାର ରଞ୍ଜନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ ଗୁରୁବାର ନାମାଙ୍କନ ଦାଖଲ...

ନାମାଙ୍କନପତ୍ର ଦାଖଲ କଲେ ଦେବେଶ

ବରଗଡ଼,୨ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ଆସିକା ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ରଞ୍ଜିତା

ଛତ୍ରପୁର,୨ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ନାମାଙ୍କନପତ୍ର ଦାଖଲର ୫ମ ଦିନରେ ଆସିକା ଲୋକ ସଭା ଆସନ ନିମନ୍ତେ ବିଜୁ ଜନତା ଦଳର ଏମ୍‌ପି ପ୍ରାର୍ଥିନୀ ରଞ୍ଜିତା...

ନାମାଙ୍କନପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର,୨ା୫: ସମ୍ବଲପୁର ଲୋକସଭା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ...

କାମ ଦେଲାନି ଚାପ, ସମୀର ଦାସ ନିରାଶ

ଭୁବନେଶ୍ୱର,୨ା୫: ନିରାଶ ହେଲେ ସମୀର, ଶେଷ ପର୍ଯ୍ୟାୟ ଟିକେଟ ଘୋଷଣା ପରେ ମଧ୍ୟ ବଦଳିଲାଣି ଭାଗ୍ୟ। ଯେତେ କୌଶଳ ଆପଣାଇ ଚାପ ପଳେଇଲେ ମଧ୍ୟ ବିଜେଡି...

ବିଜେଡି ଛାଡ଼ିଲେ ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର,୨ା୫: ଗୁରୁବାର ବିଜେଡି ଛାଡ଼ିଛନ୍ତି ଅନୁଭବ ପଟ୍ଟନାୟକ। ସେ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅନୁଭବ ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବା ନେଇ...

ମାରାଥନ ପ୍ରଚାର କଲେ ବିଧାନସଭା ପ୍ରାର୍ଥିନୀ ଲଳିତା ନାଏକ

କେସିଙ୍ଗା,୨ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୩ଟି ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥିନୀ ଲଳିତା ନାଏକ ଗୁରୁବାର ମାରାଥନ ପ୍ରଚାର କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri