ଉତ୍ତମ ଶିକ୍ଷାରୁ ବଞ୍ଚତ୍ତ ଶ୍ରବଣବାଧିତ ଛାତ୍ର

ଦାରିଙ୍ଗବାଡ଼ି,୧୦।୧୨(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତ ଲାଦାଙ୍ଗି ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଟୁନା ପ୍ରଧାନ। ତାଙ୍କ ବାମ କାନକୁ ଆଦୌ ଶୁଭୁ ନ ଥିବାବେଳେ ଡାହାଣ କାନକୁ ଅଳ୍ପ ଶୁଭୁଛି। ଫଳରେ ପାଠ ପଢାରେ ସମସ୍ୟା ହେଉଛି। ୭ ବର୍ଷ ଧରି ଏଭଳି ସମସ୍ୟା ମଧ୍ୟରେ ସେ ପଢୁଛନ୍ତି। ଏଭଳି ଛାତ୍ରୀଛାତ୍ରଙ୍କ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା କରାଯାଉଛି। ୨୦ ନଭେମ୍ବରରେ ଦାରିଙ୍ଗବାଡ଼ି ଠାରେ କ୍ୟାମ୍ପ କରି ମାଗଣା ଚିକିତ୍ସା କରାଯାଇଥିଲା। କିନ୍ତୁ ଏଥିରୁ ବଞ୍ଚତ୍ତ ହୋଇଛନ୍ତି ଟୁନା। ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଭାଇ ଓ ମା’ଙ୍କ ସହ ଟୁନା ରହୁଛନ୍ତି। ମା’ ମୂଲଲାଗି କିମ୍ବା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ଚଳାନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ସ୍ବାସ୍ଥ୍ୟପରୀକ୍ଷା କରାଇବା ସମ୍ଭବ ହେଉନଥିବା କୁହନ୍ତି ଟୁନାଙ୍କ ମା’ ମାଳି। ଏନେଇ ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗି କୁହନ୍ତି, ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର କରଙ୍କୁ ଚିଠି କରାଯାଇଛି ଯେଉଁମାନେ ଶ୍ରବଣ ବାଧିତ ଓ ଚକ୍ଷୁ ସମସ୍ୟା ରହିଛି ସେମାନଙ୍କୁ ଦାରିଙ୍ଗବାଡ଼ି ଆଣିବାକୁ କୁହାଯାଇଛି। ନଭେମ୍ବର ୨୫ ତାରିଖରେ ମନିଟରିଂ ବେଳେ ଯାଇ ସମସ୍ତ ବିଷୟ ରିପୋର୍ଟ କରିଥିବା କହିଛନ୍ତି ସିଆର୍‌ସିସି ଜଳେନ୍ଦ୍ର ଦିଗାଳ। ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର କର କହିଛନ୍ତି ଯେ, ଟୁନାଙ୍କ ପରିବାର ଲୋକଙ୍କୁ କୁହାଯାଇଥିଲା ହେଲେ ସେ ଅବହେଳା କରିବାରୁ ଶ୍ରବଣ ପରୀକ୍ଷା ହୋଇଇପାରିନାହିଁ। ସେ ଖୁବଶୀଘ୍ର ଟୁନାଙ୍କୁ ଶ୍ରବଣ ଜନିତ ସମସ୍ୟାର ପରୀକ୍ଷା ପାଇଁ ନେବେ ବୋଲି କହିଛନ୍ତି।
ସୂଚନା ଯୋଗ୍ୟଯେ, ଲାଦାଙ୍ଗି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୧୭ ଛାତ୍ରୀଛାତ୍ର ଥିବାବେଳେ ୪ଜଣ ଶିକ୍ଷୟିତ୍ରୀ ଶିକ୍ଷକ ରହିଛନ୍ତି। ଏମାନେ ୨ଟି ଶ୍ରେଣୀଗୃହରେ ପଢୁଛନ୍ତି। ଅନ୍ୟପକ୍ଷରେ ୪୦ ଜଣରେ ଜଣେ ଶିକ୍ଷକ ରହିବା ନିୟମ ରହିଥିଲେ ମଧ୍ୟ ୧୭ ଜଣ ଛାତ୍ରୀଛାତ୍ରଙ୍କୁ ୪ ଜଣ ଶିକ୍ଷକ ରହିଛନ୍ତି। ସମସ୍ତେ ପାଳି କରି ବିଦ୍ୟାଳୟକୁ ଯାଉଥିବା ଅଭିଯୋଗ ହେଉଛି। ଏନେଇ ବିଇଓ ବ୍ରହ୍ମାନନ୍ଦ ରାଉତ କୁହନ୍ତି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାରଣରୁ ସେଠାରେ ୫ଜଣ ଶିକ୍ଷକ ଆବଶ୍ୟକ। କିନ୍ତୁ ଛାତ୍ରୀଛାତ୍ରଙ୍କ ସଂଖ୍ୟା କମ୍‌ ଯୋଗୁ ଆବଶ୍ୟକ ସ୍ଥଳେ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର କରାଯିବା ସହ ଟୁନାଙ୍କ କାନ ପରୀକ୍ଷା କରାଯାଇ ଆବଶ୍ୟକ ଯନ୍ତ୍ର ଯୋଗାଇଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାସକ ଭିତରେ ରାଜ୍ୟର ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ହେବ: ରାଜସ୍ୱ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୩।୬: ରାଜ୍ୟର ବିଭିନ୍ନ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ସଂସ୍ଥାଗୁଡ଼ିକର ନାମରେ ଥିବା ତ୍ରୁଟିକୁ ସଂଶୋଧନ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା…

ଫିଟିଲା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ଗୁମର: ମୃତ୍ୟୁ ପୂର୍ବରୁ ବୟଫ୍ରେଣ୍ଡ୍‌ଙ୍କୁ …

ଭୁବନେଶ୍ୱର,୧୩।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍‌ଙ୍କ ମୃତ୍ୟୁ ଘଟଣାରେ ପର୍ଦ୍ଦାଫାଶ ହୋଇଛି। ଭୀମସେନଙ୍କ ପାଇଁ ଚନ୍ଦ୍ରିକାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ତଥ୍ୟ ମିଳିଛି ବୋଲି…

ମିଥ୍ୟା ସମ୍ପତ୍ତି ତଥ୍ୟ ଦେଲେ ବାବୁଙ୍କୁ ମିଳିବ ଦଣ୍ଡ: ବେତନ ବଦଳରେ ଲାଗୁ ହେବ…

ଭୁବନେଶ୍ୱର,୧୩।୬(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ନିଜ ସମ୍ପତ୍ତି ବିବରଣୀ ଦେବାରେ ବିଳମ୍ବ କରୁଥିବାରୁ ଏହାକୁ ନେଇ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ…

ପୋଲିସ DG ପଦବୀ ପାଇଁ ୩୩ ବରିଷ୍ଠ IPS ମନୋନୀତ: ଓଡ଼ିଶା କ୍ୟାଡରର୍‌ ୨ ଜଣଙ୍କୁ ମିଳିଲା…

ଭୁବନେଶ୍ୱର,୧୩।୬: ପୋଲିସ DG ପଦବୀ ପାଇଁ ଦେଶରୁ ମୋଟ ୩୩ ଜଣ ବରିଷ୍ଠ IPS ମନୋନୀତ ହୋଇଛନ୍ତି। କ୍ୟାବିନେଟ୍‌ ନିଯୁକ୍ତି କମିଟି ପକ୍ଷରୁ ଏହାକୁ ମଞ୍ଜୁରୀ ମିଳିଛି।…

ପୋଲିସ କର୍ମଚାରୀ ମାଡ଼ ମାରିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ ଚାମେଲୀ, ବିଧାୟକଙ୍କୁ ନେଇ କହିଲେ…

କେନ୍ଦ୍ରାପଡ଼ା, ୧୩ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲୀ ଓଝା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି…

କନଷ୍ଟେବଳଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ୧୨ ଘଣ୍ଟା ହେଲା ରାସ୍ତାରେ ଶବ ରଖି ରାସ୍ତାରୋକୋ, ଯାତାୟତ ଠପ୍‌

ବ୍ରହ୍ମପୁର, ୧୩/୬(ସୁବାସ ଚନ୍ଦ୍ର ପାଢ଼ୀ) : ପୋଲିସ କନଷ୍ଟେବଳ ଆଶୁତୋଷ ମୁର୍ଦଙ୍ଗୟା (୩୧)ଙ୍କୁ ଗତ ୫ ତାରିଖରେ ବିଜିପୁର ପୋଲିସ କ୍ୱାଟରରେ ତାଙ୍କ ସ୍ତ୍ରୀ ସା ନାୟକ…

ବାଏପାସ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ହାଇୱାକୁ ପିଟିଲା BMW କାର୍‌, ଘଟଣାସ୍ଥଳରେ ଚାଲିଗଲା ୨ ଜୀବନ

ଭବାନୀପାଟଣା,୧୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବାଏପାସ୍‌ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱାକୁ ପଛ ପଟରେ…

୬ଟି ବିଭାଗର ୮ଟି ବଡ଼ ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରି 

ଭୁବନେଶ୍ୱର, ୧୨/୬ : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକରେ ୬ଟି ବିଭାଗ ପକ୍ଷରୁ ଆଗତ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri