ଦିଗପହଣ୍ଡି,୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ସେ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଛନ୍ତି। ଏହାପରେ ରାସ୍ତାରେ ଅଟକି ରାଷ୍ଟ୍ରପତି ଦିଗପହଣ୍ଡି କଲେଜ ଆଗରେ ଛାତ୍ରୀମାନଙ୍କୁ ନିଜେ ଚକୋଲେଟ ବାଣ୍ଟିଛନ୍ତି।
ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି ତପ୍ତପାଣିର ସମଗ୍ର ଅଞ୍ଚଳରେ ସୋମବାର ଠାରୁ ପୋଲିସ ଛାଉଣୀ ହୋଇଯାଇଛି। ବ୍ରହ୍ମପୁର ଠାରୁ ତପ୍ତପାଣି ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।ସୋମବାର ଅପରାହ୍ନରେ ଏନେଇ ବରିଷ୍ଠ ପୋଲିସ ଅଧିକାରୀ ବୃନ୍ଦଙ୍କ ସହ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ତପ୍ତପାଣିରେ ପହଞ୍ଚି କାର୍ଯ୍ୟସୂଚୀ ଅନୁସାରେ ସମସ୍ତ ପ୍ରସ୍ତୁତି ତଦାରଖ କରିଥିଲେ। ପରେ ପୋଲିସ ପକ୍ଷରୁ ମକଡ୍ରିଲ କରାଯାଇଥିଲା ।

