ଉଚ ଶିକ୍ଷାରୁ ବଁଚିତ୍‌ ଜ୍ୟୋତିଜୟା ଘଟଣା: କୋମନା କଲେଜରେ ନାଁ ଲେଖାଲେ ଜ୍ୟୋତିଜୟା

କୋମନା, ୧୧ା୯ (ଡି.ଏନ୍‌.ଏ.): ନୂଆପଡ଼ା ଜିଲା କୋମନା ବ୍ଲକ ପଏଁର ପଁଚେତ୍‌ ଅଧୀନ ମହୁଲଭଟା ଗଁାର ଗରିବ ଛାତ୍ରୀ ଜ୍ୟୋତିଜୟା ପାତ୍ର ଟଁକା ଅଭାବୁ ଉଚ ଶିକ୍ଷାରୁ ବଁଚିତ୍‌ ହେଇ ରହିଥିଲେ। ଇଥିରଲାଗି ଜ୍ୟୋତିଜୟାକଁର ମା’ ଝି’ର ପାଠ୍‌ପଢ଼ା ସାହାଯ୍‌ ଲାଗି ଅଂଲରେ ଅନେକ୍‌ ସହୁରୁଦ୍‌ ଲୁକ୍‌କୁ ଗୁହାରି କରି ନିରାଶ ହେଇଥିଲେ। ଇ ବାବ୍‌ଦେ ଗଲା ଅଗଷ୍ଟ ୨୨ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଟଁକା ପଏସା ଅଭାବ୍‌: ଉଚ ଶିକ୍ଷାରୁ ବଁଚିତ୍‌ ଜ୍ୟୋତିଜୟା’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ବରଗଡ଼ ଜିଲାର ଝନେ ସାମାଜିକ କରମୀ ଦିବସ କୁମାର ସାହୁ ସିଏମ୍‌ଓ ଓଡ଼ିଶା, ଜିଲାପାଲ ନୂଆପଡ଼ାକୁଁ ଟୁଇଟ୍‌ କରି ଜ୍ୟୋତିଜୟାର ଉଚ ଶିକ୍ଷା ଲାଗି ସାହାଯ୍‌ ଯୁଗେଇ ଦେବାକେ ନିବେଦନ କରିଥିଲେ। ହେଲେ ଏଭ୍‌ତକ ଜ୍ୟୋତିଜୟାକୁଁ କେହେନ୍‌ସି ପରକାର ସରକାରୀ ସାହାଯ୍‌ ନାଇଁ ମିଲିଥିଲାବେଲେ ଅଂଚଲର କେତେ ସହୁରୁଦ୍‌ ଲୋକ୍‌ ସହଯୋଗର ହାତ୍‌ ବଢ଼େଇଥିବାର ଜନାଯାଇଛେ। ବୁଦ୍ଧିକୋମନା କଲେଜର ଅଧ୍ୟାପକ ରାଜକୁମାର ସୁନାନି ଜ୍ୟୋତିଜୟାକୁଁ ଉଚ ଶିକ୍ଷା ଲାଗି ୬ ହଜାର ଟଁକା ସାହାଯ୍‌ ଦେଇଛନ୍‌। ସେନ୍‌ତା କୋମନା ଗୋଷ୍ଠୀ ଶିକ୍ଷା ଅଧ୍‌କାରୀକଁର କାର୍ଯ୍ୟାଲୟର କରମ୍‌ଚାରୀମାନକର ସହଯୋଗରେ ମଙ୍ଗଲବାର କୋମନା ପଁଚେତ୍‌ ସମିତି ଡିଗ୍ରୀ କଲେଜରେ ଜ୍ୟୋତିଜୟାକଁର ନଁା ଲେଖାଯାଇଥିବାର ଜନାଯାଇଛେ। ଝି’ର ପାଠ୍‌ପଢ଼ା ଲାଗି ସହଯୋଗ କରିଥିବାର ସହୁରୁଦ୍‌ ଲୋକ୍‌ମାନକୁ ଜ୍ୟୋତିଜୟାକଁର ମା’ ଧଏନ୍‌ବାଦ ଜନେଇଛନ୍‌। ସେନ୍‌ତା ଧରିତ୍ରୀ ଖବର କାଗଜ ତାକର ଦୁଖ ଲୋକ୍‌ଲୋଚନକେ ଆନ୍‌ଲା ଉତାରୁ ଝି’ ପାଠ୍‌ପଢ଼ା ଲାଗି ସାହାଯ୍‌ ପାଇଛେ। ସେଥିରଲାଗି ଧରିତ୍ରୀ ପରିବାରକେ ବି ଜ୍ୟୋତିଜୟାକଁର ମା’ କୃତଜ୍ଞତା ଜନେଇଛନ୍‌। ଇଆଡ଼େ ସରକାର ଟି-୫ ଅନ୍‌ସାରେ ଜନସାଧାରନକଁର ସବୁ ସମସିଆର ସମାଧାନ କରୁଥିବାର ଡିଂଗ୍‌ରା ପିଟୁଛନ୍‌। ହେଲେ ଜ୍ୟୋତିଜୟା ଏଭ୍‌ତକ ପରଶାସନନୁ ଫଟା କଉଡ଼ିଟେ ସାହାଯ୍‌ ନାଇଁ ପାଏବାର ଲାଗି ଦୁଖିତ ଅଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାରେ ବରଗଡ଼ ଏମ୍‌ପିଙ୍କ ବଡ଼ ବୟାନ, କହିଲେ…

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରାର ସ୍ଥାୟୀ ସ୍ବାଗତ ତୋରଣ ଭାଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ବିଜେଡିରୁ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା…

ଟପ୍ପର ହୋଇ ଗୌରବ ଆଣିଲେ ଚନ୍ଦନ

ଥୁଆମୂଳ ରାମପୁର, ୨୮ା୫ (ଦୁର୍ଗା କୀର୍ତ୍ତି): ଭବାନୀପାଟଣାଠାରେ ପ୍ରତିଷ୍ଠିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକୋତ୍ତର ପରୀକ୍ଷା ଫଳର ମେଧା ତାଲିକା ଗୁରୁବାର ପରୀକ୍ଷା ନିୟନ୍ତ୍ରକଙ୍କ ସ୍ବାକ୍ଷରରେ…

ଓସିଏସ୍‌ ପରୀକ୍ଷାରେ ଭବେଶଙ୍କୁ ୯୩ ର଼୍ୟାଙ୍କ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ…

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ଜିର୍ଣ୍ଣୋଦ୍ଧାର ମହୋତ୍ସବ ଉଦ୍‌ଯାପିତ

ଦିଗପହଣ୍ଡି,୨୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଉପକଣ୍ଠ କୁଶପଡ଼ାଗ୍ରାମ ନିକଟ କମାପଡ଼ିଆ ସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଛି। ୫ ଦିନ ବ୍ୟାପୀ…

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri