Posted inଜାତୀୟ

ଇୟର ଫୋନ୍‌ ହେଲା କାଳ: ଦୁର୍ଘଟଣା ପରେ ପତ୍ନୀଙ୍କୁ ଭିଡିଓ କଲ୍‌ କରି ମୃତ୍ୟୁ କୋଳରେ ଶୋଇଗଲେ ଯୁବକ

ପାଟନା,୨।୬: ବିହାରର ବେଗୁସରାଇରେ ଇୟର ଫୋନ୍‌ ଲଗାଇ ବାଇକ୍‌ ଚଲାଇବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଜାତୀୟ ରାଜପଥ ୨୮ରେ ରାଜାରାମ ପଣ୍ଡିତ ନାମକ ଜଣେ ଯୁବକ କାନରେ ଇୟରଫୋନ୍‌ ଲଗାଇ ବାଇକ୍‌ ଚଲାଇ ଯାଉଥିଲେ। ଏହି ସମୟରେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେବା ସହ ସେ ତଳେ ପଡି ଯାଇଥିଲେ ଓ ଟ୍ରକର ଚକ ଚଢିଯାଇ ତାଙ୍କର ଗୋଟିଏ ଗୋଡ ସମ୍ପୂର୍ଣ୍ଣ କଟି ଯାଇଥିଲା। ଏହାପରେ ଯୁବକ ଜଣକ ତାଙ୍କ ପତ୍ନୀଙ୍କୁ ଭିଡିଓ କଲ୍‌ କରି ନିଜର ଦୁର୍ଘଟଣା ଖବର ଜଣାଇବା ବେଳେ ଚେତାଶୂନ ହୋଇ ପଡିଥିଲେ। ତେବେ ପୋଲିସ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ହେଲା ରାଜାରାମ କାନରେ ଇୟର ଫୋନ୍‌ ଲଗାଇଥିବାରୁ ତାଙ୍କୁ ଟ୍ରକ୍‌ର ହର୍ନ ଶୁଭି ନ ଥିଲା ଓ ଦୁର୍ଘଟଣା ହୋଇଥିଲା। ସୂଚନାଯୋଗ୍ୟ, ରାଜାରାମ ତାଙ୍କ ଶଳାଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେବାକୁ ଶ୍ୱଶୁର ଘର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଗଛରେ ଝୁଲୁଛି ମେଡିକାଲ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୫।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଉଦେପୁର-ଗୋପିନାଥପୁର କେନାଲ ନିକଟସ୍ଥ ଏକ ଗଛରୁ ସୋମବାର ଜଣେ ମେଡିକାଲ କର୍ମଚାରୀଙ୍କ ଝୁଲନ୍ତା ମୃତ…

ଆମେରିକା-ଇରାନ ଚୁକ୍ତି ଭାରତର ବଲ୍ଲେ-ବଲ୍ଲେ: ପାଇବ ସର୍ବାଧିକ ଲାଭ

ନୂଆଦିଲ୍ଲୀ,୧୫।୬: ମାସ ମାସର ସଂଘର୍ଷ ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ…

ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ: ୩ ବଖରା ଘର ଜଳିପୋଡ଼ି ଛାରଖାର

ତିହିଡି,୧୫।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ କୋଠାର ପଞ୍ଚାୟତର ମହନ୍ତ ସାହିରେ ସୋମବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁବାସ ଚନ୍ଦ୍ର ସେଠୀ…

ଘାସ କାଟିବାକୁ ଯାଇଥିଲେ ମହିଳା, ନିଶାଦେଇ ଗଣବଳାତ୍କାର କଲେ ୫ ଯୁବକ: ଆଉ ତା’ପରେ…

ମୁଜାଫରନଗର(ଉତ୍ତର ପ୍ରଦେଶ), ୧୫ା୬ (ପି.ଟି.):ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ନିଶାଦ୍ରବ୍ୟ ପିଆଇ ୫ ଜଣ ଯୁବକ ଗଣବଳାତ୍କାର କରିଥିବା ରବିବାର ପୋଲିସ…

ଚାଷଜମିରେ କାଳ ସାଜିଲା ବଜ୍ରପାତ, ନାବାଳକଙ୍କ ଜୀବନ ଗଲା,୨ ଗୁରୁତର ହୋଇ…

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଯୁବକ…

ହଜାର ହଜାର ଟଙ୍କା ବଢିଲା ସୁନା-ରୁପା ଦର: ୧୦ ଗ୍ରାମ ପିଛା ଅଛି…

ନୂଆଦିଲ୍ଲୀ,୧୫।୬: ବିଶ୍ୱ ସ୍ତରରେ ଘଟୁଥିବା ଭୂରାଜନୈତିକ ପରିବର୍ତ୍ତନର ସିଧାସଳଖ ପ୍ରଭାବ ଆଜି ଘରୋଇ ଅଳଙ୍କାର ବଜାର ଉପରେ ପଡ଼ିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି…

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ

କଳାହାଣ୍ଡି,୧୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମର ଜଣେ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଗୋଲକ ଗଉଡ଼(୧୮)। ରବିବାର…

ଭାରସାମ୍ୟ ହରାଇ ଟ୍ୟାଙ୍କର୍‌ ଦୁର୍ଘଟଣା: ଗାଡି ଭିତରେ ଚାପି ହୋଇଗଲେ

ଲାଞ୍ଜିଗଡ,୧୫।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥ ଢ଼େପଗୁଡାଠାରେ ଏକ ଆଲୁମିନା ପାଉଡର ବୋଝେଇ ବଲକର ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri