Posted inଖେଳ

‘ଇନ୍‌ ଆଣ୍ଡ୍‌ ଆଉଟ୍‌ ଅଫ୍‌ ଗ୍ରାସ୍‌ରୁଟ୍‌ ଫୁଟ୍‌ବଲ ଡେଭଲପମେଣ୍ଟ’ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୪ା୪ (ସ୍ପୋଟର୍‌ସ ବ୍ୟୁରୋ)- କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କା ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଚାଲିଥିବାରୁ କ୍ରୀଡ଼ା କାର୍ଯ୍ୟକଳାପ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି। ତେବେ ଏହି ସମୟରେ ଅଗ୍ରଣୀ ସ୍ପୋଟର୍‌ସ ମ୍ୟାନେଜମେଣ୍ଟ କମ୍ପାନୀ ଆଇଡିଆଜ୍‌ ଅନ୍‌ଲିମିଟେଡ୍‌ ସ୍ପୋଟର୍‌ସ ମ୍ୟାନେଜମେଣ୍ଟ ଗ୍ରୁପ୍‌ (ଆଇୟୁଏସ୍‌ଏମ୍‌) ତରଫରୁ ସଂସ୍ଥାର ଫେସ୍‌ବୁକ୍‌ ପେଜ୍‌ରେ ‘ ଇନ୍‌ ଆଣ୍ଡ୍‌ ଆଉଟ୍‌ ଅଫ୍‌ ଗ୍ରାସ୍‌ରୁଟ୍‌ ଫୁଟ୍‌ବଲ ଡେଭଲପମେଣ୍ଟ’ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଉଛି। ପ୍ରଥମ ସେସନ ରବିବାର ସକାଳ ୧୧ ଟା ୩୦ରେ ଆରମ୍ଭ ହୋଇଥିଲା। ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଓ ଗୁରୁବାର ସକାଳେ ଏହି ସେସନର ସିଧାପ୍ରସାରଣ କରାଯିବ। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ପୂର୍ବତନ ମୁଖ୍ୟ କୋଚ୍‌ ଶ୍ୟାମ ମାନିକ୍‌ ଲୋଧ୍‌ ସମସ୍ତ ସେସନ ପରିଚାଳନା କରୁଛନ୍ତି। ଲୋଧ୍‌ ଗତ ଦୁଇ ବର୍ଷ କଟକ ସାଇ ହଷ୍ଟେଲରେ କାର୍ଯ୍ୟ କରିଥିଲେ। ଓଡ଼ିଶାରେ ମହିଳା ଫୁଟ୍‌ବଲର ବିକାଶ କ୍ଷେତ୍ରରେ ସେ କାର୍ଯ୍ୟ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ଓଡ଼ିଶାରୁ ୪ ଜଣ ବାଳିକା ଜାତୀୟ ମହିଳା ଦଳରେ ସ୍ଥାନ ପାଇଥିଲେ। ଲୋଧ୍‌ ଏସିଆନ ଫୁଟ୍‌ବଲ କନଫେଡେରେଶନର ଏ’ ଲାଇସେନ୍ସପ୍ରାପ୍ତ କୋଚ୍‌ ତଥା ଏଆଇଏଫ୍‌ଏଫ୍‌ର ଡି’ ଲାଇସେନ୍ସପ୍ରାପ୍ତ କୋଚ୍‌୍‌ ତଥା ଏଜୁକେଟର। ଆଇୟୁଏସ୍‌ଏମ୍‌ ତରଫରୁ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ଯୁବ ଫୁଟ୍‌ବଲ କୋଚ୍‌ଙ୍କୁ ବିକଶିତ କରିବା ସହ ନିଜ ପିଲାଙ୍କୁ ଭବିଷ୍ୟତରେ ଜଣେ ଫୁଟ୍‌ବଲର କରିବାକୁ ଅଭିଳାଷ ରଖିଥିବା ମାତାପିତାଙ୍କୁ ଉପଯୋଗୀ ପରାମର୍ଶ ଦିଆଯିବାର ବ୍ୟବସ୍ଥା କରାଯାଇ ଥିବା ସଂସ୍ଥାର ସିଓଓ ସଞ୍ଜୟ ଶ୍ରୀବାସ୍ତବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇଲା ଭାରତ

ସିଲ୍‌ହେଟ୍‌,୨ା୫:ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ...

ଟି୨୦ ବିଶ୍ୱକପ ଦଳ ଚୟନକୁ ସମର୍ଥନ କଲେ ରୋହିତ

ମୁମ୍ବାଇ,୨ା୫: ଟି୨୦ କ୍ରିକେଟ ବିଶ୍ୱକପ ପାଇଁ ଦଳ ଚୟନକୁ ସମର୍ଥନ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଗୁରବାର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା...

କାହିଁକି ଟି-୨୦ ବିଶ୍ୱକପ ଦଳରେ ରାହୁଲଙ୍କୁ ମିଳିଲାନି ସ୍ଥାନ, କାରଣ କହିଲେ ଅଜିତ ଅଗରକର

ମୁମ୍ବାଇ,୨ା୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇନଭର୍ଟ ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ପ୍ରାରମ୍ଭିକ ବ୍ୟାଟର ତଥା ୱିକେଟ୍...

ଏହି ଫଟୋ ଶେୟାର କରି କପିରାଇଟ୍‌ ଲଗାଇବାକୁ ଏକ୍ସ ମାଲିକଙ୍କୁ ଦାବି କଲେ ଚହଲ: ଜାଣନ୍ତୁ କାହିଁକି

ନୂଆଦିଲ୍ଲ,୨।୫: ୟୁଜଭେନ୍ଦ୍ର ଚହଲ ଆଇପିଏଲ ୨୦୨୪ରେ ଭଲ ବୋଲିଂ ପ୍ରଦର୍ଶନ କରୁଛନ୍ତି। ସେ ଟି-୨୦ ବିଶ୍ୱକପ ୨୦୨୪ରେ ଚୟନ ଆକାରରେ ତାଙ୍କର ଭଲ ବୋଲିଂ ପାଇଁ...

ଆଇପିଏଲ୍‌ ୨୦୨୪ ମଝିରେ ସିଏସ୍‌କେକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ବୁଧବାର ୫ମ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ ଅନେକ ମାମଲାରେ ଦୁର୍ବଳ ନଜର...

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ...

ଅରେଞ୍ଜ୍‌ କ୍ୟାପ୍‌ ଉପରେ କବ୍‌ଜା କଲେ ଗାଏକ୍ୱାଡ୍‌: ଏହି କ୍ରିକେଟର୍‌ଙ୍କ ପାଖରେ ଅଛି ପର୍ପଲ୍‌ କ୍ୟାପ୍‌

ନୂଆଦିଲ୍ଲୀ,୨।୫: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଇକ୍ୱାଡ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ଚୌକା ଓ ୨ ଛକା ସହାୟତାରେ ୪୮ ବଲରେ ୬୨...

ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଜାଣନ୍ତୁ କିଏ ଏବେ କେଉଁ ସ୍ଥାନରେ ଅଛନ୍ତି…

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri