ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି

ଆସିଯାଇଛି ପାର୍ବଣର ଋତୁ । ବିଗ୍ରହଙ୍କ ଆବାହନଠାରୁ ବିସର୍ଜନ ପର୍ଯ୍ୟନ୍ତ ପୂଜା ମଣ୍ଡପରେ ଜମେ ଉତ୍ସବର ମାହୋଲ । ତେବେ ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର କରି ନିର୍ମିତ ହେଉଥିବା ମୂର୍ତ୍ତି ନଦୀ ବା ସମୁଦ୍ରରେ ବିସର୍ଜନ କରିବା ପରେ ଏହାର କୁପ୍ରଭାବ ଜଳଭାଗ ଉପରେ ବିଶେଷ ଭାବେ ପରିଲକ୍ଷିତ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ବିଗତ କିଛି ବର୍ଷ ହେବ ବିଭିନ୍ନ ପୂଜା କମିଟି ତରଫରୁ ମୂର୍ତ୍ତି ନିର୍ମାଣ ପ୍ରତି ବିଶେଷ ଧ୍ୟାନ ଦିଆଯାଇ ପ୍ରସ୍ତୁତ କରାଯାଉଛି ଇକୋ ଫ୍ରେଣ୍ଡଲି ମୂର୍ତ୍ତି। ଗତବର୍ଷ ଗଣେଶ ପୂଜା ଅବସରରେ ଚେନ୍ନାଇଠାରେ ୭୦୦୦ କଦଳୀ ଫୁଲ ବ୍ୟବହାର କରାଯାଇ ୧୦ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଥିଲା। ସେହିଭଳି ବାଙ୍ଗାଲୋରରେ ସତ୍ୟସାଇ ଟ୍ରଷ୍ଟ ପକ୍ଷରୁ ପାଞ୍ଚ ଟନ୍‌ର ଆଖୁରେ ତିଆରି ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଥିଲା। ଅବିକଳ ସମ୍ବଲପୁରର ନଟରାଜ କ୍ଲବ୍‌ କଞ୍ଚା କଦଳୀରେ ନିର୍ମିତ ୨୭ ଫୁଟ ଉଚ୍ଚର ଏକ ଗଣେଶ ମୂର୍ତ୍ତି ନିର୍ମାଣ କରିଥିଲା । କେବଳ ସେତିକି ନୁହେଁ ଏହି କଦଳୀଗୁଡିକ ପାଚିଯିବା ପରେ କ୍ଲବ୍‌ ତରଫରୁ ଏହାକୁ ଗରିବଙ୍କ ମଧ୍ୟରେ ବାଣ୍ଟିଦିଆ ଯାଇଥିଲା। ବିଭିନ୍ନ ସଂସ୍ଥା ତରଫରୁ ଏହିଭଳି ଅନେକ ଇକୋଫ୍ରେଣ୍ଡଲି ଯଥା ନଡିଆ, ସପୁରୀ, ଫୁଲ, ପତ୍ର, ପରିବା ଆଦିରେ ନିର୍ମିତ ମୂର୍ତ୍ତି ପ୍ରସ୍ତୁତ କରାଯାଇ ପରିବେଶ ସୁରକ୍ଷାର ଏକ ବାର୍ତ୍ତା ମଧ୍ୟ ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri