Posted inଖେଳ

ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ଉଦ୍‌ଘାଟନୀ ମୁକାବିଲା

ଲଣ୍ଡନ, ୨୯।୫: କ୍ରିକେଟ ବିଶ୍ୱକପର ଦ୍ୱାଦଶ ସଂସ୍କରଣ ପାଇଁ କ୍ଷେତ୍ର ପ୍ରସ୍ତୁତ। ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ ଆନୁକୂଲ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଏହି କ୍ରିକେଟ ମହାକୁମ୍ଭ। ଦୀର୍ଘ ଦେଢ଼ା ମାସଧରି ଏବେ ଦେଖିବାକୁ ମିଳିବ ବ୍ୟାଟ୍‌, ବଲ୍‌ର ରୋମାଞ୍ଚ। ଆସିବ କ୍ରିକେଟ ଫିଭର। ଇଂଲଣ୍ଡର ୧୧ଟି ଗ୍ରାଉଣ୍ଡରେ ଏହି ମେଗା ପ୍ରତିଯୋଗିତା ମେ ୩୦ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ଭାଗନେବେ ବିଶ୍ୱର ଶ୍ରେଷ୍ଠ ୧୦ ଦଳ। ଆୟୋଜକ ଇଂଲଣ୍ଡ ସମେତ ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ଏଥିରେ ଭାଗ୍ୟ ପରୀକ୍ଷା କରିବେ। ଲଣ୍ଡନର କେନିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ଜୁନ ୫ରେ ସାଉଥାମ୍ପଟନର ରୋଜ୍‌ ବାଉଲ୍‌ଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରୁ ଭାରତ ଏହାର ଅଭିଯାନ ଆରମ୍ଭ କରିବ।
କ୍ରିକେଟ ବିଶ୍ୱକପର ୪୪ ବର୍ଷର ଇତିହାସରେ ଅଷ୍ଟ୍ରେଲିଆ ସର୍ବାଧିକ ୫ ଥର ଟାଇଟଲ ହାସଲ କରିଛି। ୧୯୮୭, ୧୯୯୯, ୨୦୦୩, ୨୦୦୭ ଓ ୨୦୧୫ରେ ଏହି ଦଳ ପିନ୍ଧିଛି ବିଜୟ ମୁକୁଟ। ଅର୍ଥାତ୍‌ ଏହି ଦଳ ଏଥର ଡିଫେଣ୍ଡିଂ ଚାମ୍ପିୟନଭାବେ ବିଶ୍ୱକପରେ ଅବତୀର୍ଣ୍ଣ ହେବ। ଭାରତ ୧୯୮୩ ଓ ୨୦୧୧ରେ ଏବଂ ଓ୍ବେଷ୍ଟଇଣ୍ଡିଜ ୧୯୭୫ ଓ ୧୯୭୯ରେ ୨ ଥର ଲେଖାଏ ଚାମ୍ପିୟନ ହେବାର ସୌଭାଗ୍ୟ ପାଇଛନ୍ତି। ଅନ୍ୟ ଦଳଗୁଡ଼ିକ ମଧ୍ୟରେ ପାକିସ୍ତାନ(୧୯୯୨) ଓ ଶ୍ରୀଲଙ୍କା(୧୯୯୬) ଥରେ ଲେଖାଏ ଟ୍ରଫି ଜିତିବାର ସ୍ବାଦ ପାଇଥିବାବେଳେ ଇଂଲଣ୍ଡ ପାଇଁ ଏହା ଏପର୍ଯ୍ୟନ୍ତ ଅପହଞ୍ଚ ଇଲାକା ହୋଇ ରହିଛି। ଦଳ ୧୯୭୯, ୧୯୮୭ ଓ ୧୯୯୨ରେ ଫାଇନାଲ ଖେଳିଥିଲେ ହେଁ ୩ ଥର ଯାକ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛି। ଏଥର ଆୟୋଜକଭାବେ ଇଂଲଣ୍ଡ ଟାଇଟଲ ଦାବିଦାରଭାବେ ଉଭା ହୋଇଛି। ଇଂଲଣ୍ଡ ପାଇଁ ବିଶ୍ୱକପ ଆୟୋଜନ ଏହା ପ୍ରଥମ କଥା ନୁହେଁ। ପୂର୍ବରୁ ଏହି ଦେଶରେ ୧୯୭୫, ୧୯୭୯, ୧୯୮୩ ଓ ୧୯୯୯ରେ ବିଶ୍ୱକପ ଆୟୋଜିତ ହୋଇଛି। ତେବେ ଏଥର ଖେଳାଳିଙ୍କ ଫର୍ମ ବିଶ୍ୱକପକୁ ହଟ୍‌ ଫେଭରାଇଟ ସିଟ୍‌ରେ ବସାଇଛି।
ଏଥର ପ୍ରତିଯୋଗିତାରେ ଭାଗ ନେଉଥିବା ଦଳ ଗୁଡ଼ିକ ପରସ୍ପର ସହିତ ଖେଳିବା ପରେ ଶ୍ରେଷ୍ଠ ୪ ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ପ୍ରଥମ ସେମିଫାଇନାଲ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡଠାରେ ଜୁଲାଇ ୯ ଓ ଦ୍ୱିତୀୟ ସେମିଫାଇନାଲ ଏଜବାଷ୍ଟନଠାରେ ଜୁଲାଇ ୧୧ରେ ଖେଳାଯିବ। ମେଗା ଫାଇନାଲ କ୍ରିକେଟର ମକ୍କାଭାବେ ପରିଚିତ ଲଡର୍‌ସ ଗ୍ରାଉଣ୍ଡରେ ଜୁଲାଇ ୧୪ରେ ଅନୁଷ୍ଠିତ ହେବ। କ୍ରିକେଟର ଏହି ସର୍ବୋଚ୍ଚ ପ୍ରତିଯୋଗିତା ପାଇଁ କ୍ରୀଡ଼ା ପ୍ରେମୀଙ୍କ ନିକଟରେ ଏବେ ନାହିଁ ନ ଥିବା ଉତ୍କଣ୍ଠା। ଭାରତୀୟ ଦଳର ଶୁଭ ମନାସି ଏବେ ଦେଶର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ପୂଜାର୍ଚ୍ଚନା। ଇଂଲଣ୍ଡ, ଅଷ୍ଟ୍ରେଲିଆ ସହିତ ଭାରତ ହଟ୍‌ ଫେଭରାଇଟ ତାଲିକାରେ ଥିବାରୁ କ୍ରୀଡ଼ାପ୍ରେମୀଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଛି। ଏବେ କେବଳ ଟୁର୍ନାମେଣ୍ଟ ଆରମ୍ଭକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri