ଆହତ ହରିଣ ମୃତ

କେନ୍ଦୁଝର, ୭।୪(ସ୍ବ.ପ୍ର./ ଡି.ଏନ୍‌.ଏ.)-କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଜଂଘିରା ନିକଟ ତେନ୍ତଳାପଶି ପଞ୍ଚାୟତ ଅଧୀନ ମଶୀନାବିଲା ଗ୍ରାମରୁ ବନ ବିଭାଗ ଏକ କ୍ଷତ ବିକ୍ଷତ ଅଣ୍ଡିରା ହରିଣ ଉଦ୍ଧାର କରିଛି। ହରିଣଟି ସୋମବାର ସକାଳ ୯ଟାରେ ପାଖ ଜଙ୍ଗଲରୁ ଗ୍ରାମକୁ ଚାଲିଆସିଥିବା ବେଳେ ଗ୍ରାମବାସୀ ଧରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ବନ ବିଭାଗ କର୍ମଚାରୀମାନେ ଏହାର ଚିକିତ୍ସା କରି ମଧ୍ୟାହ୍ନରେ ତେଲକୋଇ ରେଞ୍ଜ ସୀମାନ୍ତ କାଳିଆହୋତା-ରଙ୍ଗମାଟିଆ ଜଙ୍ଗଲରେ ଛାଡି ଦେଇଥିଲେ। ତେବେ କିଛି ବାଟ ଚାଲିବା ପରେ ହରିଣଟି ଟଳି ପଡିଥିଲା। ଲୋକମାନେ ଧରପଗଡ଼ କରିବାରୁ ଅଧିକ ଭୟଭୀତ ହୋଇ ଏଣେ ତେଣେ ଦୌଡିବା କାରଣରୁ ହୃଦଘାତ ଯୋଗୁଁ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। ହରିଣଟିକୁ ବ୍ୟବଚ୍ଛେଦ ପାଇଁ କେନ୍ଦୁଝରକୁ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବାବେଳେ ଘର ମାଲିକାଣୀଙ୍କୁ ବାହାର ପଟୁ ଶିକୁଳି ମାରି ୪ ଛେଳି ଧରି ଛୁ, ସକାଳୁ ଉଠି ଦେଖିଲା ବେଳକୁ…

ପାଟଣା ,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଜଗନ୍ନାଥ ବାରିକଙ୍କ ଘର ଭିତରୁ…

ବିଦ୍ୟୁତ ବୋର୍ଡ ମରାମତି କରୁଥିବା ବେଳେ ମାରିଲା କରେଣ୍ଟ, ତାପରେ….

ପାଟଣା,୧୬ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତ ଅନ୍ତର୍ଗତ ବାର ତୁଣିଆ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ପୁରୀ ରଥଯାତ୍ରା ଡ୍ୟୁଟିବେଳେ ପ୍ରାଣ ହରାଇଥିବା ହୋମଗାର୍ଡଙ୍କ ପରିବାରକୁ ସହାୟତା

ବଞ୍ଚୋ,୧୫ା୭(ପ୍ରଦୋଷ ବିଶ୍ୱାଳ): ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଡ୍ୟୁଟିରେ ନିୟୋଜିତ ଥିବା ସମୟରେ କେନ୍ଦୁଝର ପୋଲିସ ବିଭାଗର ଜଣେ ହୋମଗାର୍ଡଙ୍କ ଅକାଳ ବିୟୋଗ ଘଟିଥିଲା। ଏହି ଘଟଣା ସମଗ୍ର…

ଷ୍ଟେଶନ ମାଷ୍ଟର ଭାବରେ ନିଜକୁ ପରିଚୟ ଦେଇ ନେଇ ଚାଲିଥିଲେ ଟଙ୍କା, ଏମିତି ପଡ଼ିଲେ ଧରା…

କେନ୍ଦୁଝର,୧୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୋଲିସ ଠକେଇ ମାମଲାରେ ଜଣେ ନକଲି ରେଳ ଅଧିକାରୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନାମ ରାଜ…

ଖ୍ରୀଷ୍ଟିଆନ ପରିବାରକୁ ଜୀବନ୍ତ ଜାଳିଦେଇଥିବା ଦାରା ସିଂ କିଏ? ୨୬ ବର୍ଷ ଜେଲଦଣ୍ଡ ପରେ ଏବେ ଚର୍ଚ୍ଚାରେ, ବଜରଙ୍ଗ ଦଳ ସହ…

କେନ୍ଦୁଝର/ନୂଆଦିଲ୍ଲୀ,୧୫।୭: ଓଡ଼ିଶାର କେନ୍ଦୁଝର ଜିଲା ଜେଲ୍‌ରେ ବନ୍ଦୀ ଥିବା ରବୀନ୍ଦ୍ର ପାଲ ସିଂ ଓରଫ ଦାରା ସିଂ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ବିଗତ ୨୬ ବର୍ଷ…

ଜଣେ ସାଙ୍ଗ ସିନା ବଞ୍ଚିଗଲେ, ହେଲେ ଆଉ ଜଣେ ଫେରିଲେନି: ଭୀମକୁଣ୍ଡରେ ବୁଡ଼ି କେନ୍ଦ୍ରାପଡ଼ା ଯୁବକଙ୍କ ମୃତ୍ୟୁ

ପାଟଣା, ୧୪।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଉଥିବା…

ଆନନ୍ଦପୁରରେ ପୁଣି ହାତୀ: ଫକୀରପୁର-ସିଙ୍ଗଡୋଭ ସୀମାରେ ଗତିବିଧି, ସତର୍କ ରହିବାକୁ …

ବଞ୍ଚୋ, ୧୪।୭ (ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଫକୀରପୁର–ସିଙ୍ଗଡୋଭ ସୀମାନ୍ତ ଅଞ୍ଚଳରେ ପୁଣି ଏକ ହାତୀର ଗତିବିଧି ଦେଖାଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ…

ବରଯାତ୍ରୀ ପ୍ରସେଶନ୍‌ରେ ସଂଘର୍ଷ: ଚାଲିଗଲା ଯୁବକଙ୍କ ଜୀବନ

ବଞ୍ଚୋ/ଆନନ୍ଦପୁର,୧୪।୭(ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବରୁଆଁ ଗ୍ରାମରେ ବରଯାତ୍ରୀ ସମୟରେ ଡିଜେ ବାଜା ଏବଂ ନାଚକୁ କେନ୍ଦ୍ର କରି ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri