Posted inଖେଳ

ଆସେସ୍‌ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ: ସ୍ମିଥ, ଓ୍ବାର୍ନର, ବ୍ୟାଙ୍କ୍ରଫ୍ଟ ସାମିଲ

ଲଣ୍ଡନ,୨୭ା୭(ଏ.ଏଫ୍‌.ପି.)
ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଥିବା ଆସେସ୍‌ ସିରିଜ ପାଇଁ ଶୁକ୍ରବାର ଅଷ୍ଟ୍ରେଲିଆର ୧୭ଜଣିଆ ଦଳ ଘୋଷଣା କରାଯାଇଛି। ୫ ମ୍ୟାଚ ବିଶିଷ୍ଟ ଏହି ସିରିଜ୍‌ ଲାଗି ଅଷ୍ଟ୍ରେଲିଆ ଦଳରେ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌, ଡେଭିଡ୍‌ ଓ୍ବାର୍ନରଙ୍କ ସହ କ୍ୟାମେରନ ବ୍ୟାଙ୍କ୍ରଫ୍ଟଙ୍କୁ ସାମିଲ କରାଯାଇଛି। ଏହି ତିନି ଖେଳାଳି ଲମ୍ବା ନିଲମ୍ବନ ସମୟ ବିତାଇ ଅଷ୍ଟ୍ରେଲିଆ ଦଳକୁ ଫେରିବାରେ ସଫଳ ହୋଇଛନ୍ତି। ଗତବର୍ଷ ଦକ୍ଷିଣ ଆଫ୍ରିକାର କେପଟାଉନ୍‌ରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍‌ରେ ଏହି ତିନି ଖେଳାଳି ବଲ୍‌ ଟ୍ୟାମ୍ପରିଂ ଘଟଣାରେ ଧରାପଡ଼ିଥିଲେ। ପରେ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ସ୍ମିଥ୍‌ ଓ ଓ୍ବାର୍ନରଙ୍କୁ ୧୨ମାସ ଲେଖାଏଁ ଓ ବ୍ୟାଙ୍କ୍ରଫ୍ଟଙ୍କୁ ୯ମାସ ନିଲମ୍ବିତ କରିଥିଲା।
ଅଷ୍ଟ୍ରେଲିଆ ଦଳ: ଟିମ୍‌ ପେନ୍‌(ଉଇକେଟକିପର ଓ ଅଧିନାୟକ), କ୍ୟାମରନ୍‌ ବ୍ୟାଙ୍କ୍ରଫ୍ଟ, ପାଟ୍ରିକ୍‌ କମିନ୍ସ, ମାର୍କସ୍‌ ହାରିଶ, ଜୋଶ ହାଜଲଉଡ୍‌, ଟ୍ରେଭିସ୍‌ ହେଡ୍‌, ଉସ୍‌ମାନ ଖ୍ବାଜା, ମାର୍ନସ୍‌ ଲାବୁସଚେଞ୍ଜ୍‌, ନାଥନ ଲିୟନ, ମିଚେଲ୍‌ ମାର୍ଶ, ମିଚେଲ୍‌ ନେସର, ଜେମ୍ସ ପାଟିନସନ୍‌, ପିଟର ସିଡ୍‌ଲେ, ଷ୍ଟିଭ୍‌ ସ୍ମିଥ୍‌, ମିଚେଲ୍‌ ଷ୍ଟାର୍କ, ମାଥ୍ୟୁ ଓ୍ବାଡେ ଓ ଡେଭିଡ୍‌ ଓ୍ବାର୍ନର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମ୍ମଦ ଆମିରଙ୍କୁ ମିଳୁନି ଭିଜା: ସମସ୍ୟାରେ ପାକିସ୍ତାନ କ୍ରିକେଟ ବୋର୍ଡ

ଲାହୋର,୬ା୫: ମହମ୍ମଦ ଆମିରଙ୍କ ଲାଗି ଭିଜା ସମସ୍ୟା ଦେଖା ଦେଇଛି। ଫଳରେ ଆୟର୍ଲାଣ୍ଡରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବା ଲାଗି ମଙ୍ଗଳବାର ପାକିସ୍ତାନ...

ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଚାଲିଛି ଆଗ-ପଛ: ଜାଣନ୍ତୁ କିଏ ଅଛନ୍ତି ଶୀର୍ଷରେ

ନୂଆଦିଲ୍ଲୀ,୬।୫:ଇଣ୍ଡିଆନ ପ୍ରିମିୟର ଲିଗର ୧୭ତମ ସିଜନରେ ପଏଣ୍ଟ ଟେବୁଲରେ କୋଲକାତା ନାଇଟ ରାଇଡର୍ସ ଭଲ ପ୍ରଦର୍ଶନ କରୁଛନ୍ତି। କେକେଆର ଟେବୁଲରେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ...

କ୍ରିକେଟ୍‌ ଖେଳୁଥିବାବେଳେ ପ୍ରାଇଭେଟ୍‌ ପାର୍ଟରେ ବାଜିଲା ବଲ୍‌: ପଡ଼ିଆରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ,୬।୫: ଆଜିକାଲି ଯୁବବର୍ଗଙ୍କୁ କ୍ରିକେଟ୍‌ ନିଶା ଘାରିଛି। କ୍ରିକେଟ୍‌ ଦେଖିବା ଏବଂ ଖେଳିବାକୁ ମଜା ଲାଗିଥାଏ। ବେଳେବେଳେ ଏହି ଖେଳ ବିପଜ୍ଜନକ ପ୍ରମାଣିତ ହୁଏ। କ୍ରିକେଟରେ...

ଧୋନୀଙ୍କୁ ବୋଲ୍ଡ କରି ଘୃଣାର ଶିକାର ହେଲେ ଏହି ବୋଲର

ଧର୍ମଶାଳା,୬।୫: ଆଇପିଏଲ ୨୦୨୪ର ୫୩ତମ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ଏବଂ ଚମତ୍କାର ଥିଲା। ଏହି ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ ନୁହଁନ୍ତି ବରଂ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ।...

ସୁପରମ୍ୟାନ୍‌ ସାଜିଲେ ରମନଦୀପ: ଏମିତି କ୍ୟାଚ୍‌ ନେଲେ ସମସ୍ତେ ରହିଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ,୬।୫: ଆଇପିଏଲ ୨୦୨୪ର ୫୪ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ କୋଲକାତା ଏକ ବଡ଼...

ଐତିହାସିକ ରେକର୍ଡ ହାସଲ କଲେ ସୁନୀଲ ନାରିନ

ଲକ୍ଷ୍ନୌ,୬।୫: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ପାଇଁ ବଲ ଅପେକ୍ଷା ସୁନୀଲ ନାରିନ ବ୍ୟାଟ ସହିତ ଅଧିକ ପ୍ରଭାବଶାଳୀ ବୋଲି ପ୍ରମାଣ କରୁଛନ୍ତି। ଚଳିତ...

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କଲେ ଭାରତୀୟ ମହିଳା ଏବଂ ପୁରୁଷ ୪X୪୦୦ ମିଟର ରିଲେ ଟିମ୍

ନୂଆଦିଲ୍ଲୀ,୬।୫: ସୋମବାର ବିଶ୍ୱ ଆଥଲେଟିକ୍ସ ରିଲେରେ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଭାରତୀୟ ପୁରୁଷ ଏବଂ ମହିଳା ୪X୪୦୦ ମିଟର ରିଲେ ଦଳ ପ୍ୟାରିସ ଅଲିମ୍ପିକ୍ସ ପାଇଁ...

ଟି-୨୦ ବିଶ୍ୱକପ୍‌ବେଳେ ଆତଙ୍କବାଦୀ ଆକ୍ରମଣ ଧମକ: ବଢିଲା ଚିନ୍ତା

ନୂଆଦିଲ୍ଲୀ,୬।୫:ଆଇପିଏଲ ୨୦୨୪ ସିଜନ ପରେ ତୁରନ୍ତ ଜୁନ ୧ରୁ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ। ଏଥିପାଇଁ ଅନେକ ଦଳ ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri