ଆସୁଛି ରାଖୀ

ପାଖେଇ ଆସିଲାଣି ରାଖୀ ପୂର୍ଣ୍ଣିମା। ଯାହାକୁ ନେଇ ଭାଇ ଏବଂ ଭଉଣୀମାନଙ୍କ ମନରେ ବଢ଼ିଚାଲିଛି ଉତ୍କଣ୍ଠା। ଭାଇ ହାତରେ କିଭଳି ରାଖୀ ବାନ୍ଧିବି ଏବଂ ଭଉଣୀଙ୍କୁ କ’ଣ ସର୍‌ପ୍ରାଇଜ୍‌ ଗିଫ୍ଟ ଦେବି ତା’କୁ ନେଇ
ସଭିଏ ଚଲାଇଛନ୍ତି ଜୋର୍‌ସୋର୍‌ ପ୍ଲାନିଂ…

ରାଖୀ ପୂର୍ଣ୍ଣିମାରେ ଭଉଣୀଟିଏ ସୁରକ୍ଷା କବଚ ସଦୃଶ ବାନ୍ଧିଦିଏ ଭାଇ ହାତରେ ରାଖୀ। ଅଉ ପ୍ରତିବଦଳରେ ଭଉଣୀକୁ ଖୁସି କରିବାକୁ ଭାଇ ବି ବଢ଼ାଇଦିଏ ସ୍ନେହ ଓ ପ୍ରୀତିଭରା ଉପହାର। ଏହା କେବଳ ଏକ ପରମ୍ପରା ନୁହେଁ ବରଂ ଏହାଦ୍ୱାରା ଉଭୟଙ୍କ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ହୋଇଥାଏ। ତେବେ ଗିଫ୍ଟ ଦେବା ସମୟରେ ହେଉ କିମ୍ବା ଗ୍ରହଣ କରିବା ସମୟରେ କେତୋଟି କଥା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ…
ଉପହାର ଦେବାବେଳେ ଅନ୍ୟମାନଙ୍କ ସହ ଆଦୌ ପ୍ରତିଯୋଗିତା କରନ୍ତୁ ନାହିଁ। ଅନ୍ୟମାନେ କ’ଣ ଉପହାର ଦେଉଛନ୍ତି, ସେଭଳି କିମ୍ବା ତା’ଠାରୁ ଅଧିକ ଦାମୀ ଉପହାର ଦେବା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ। ସେହିପରି ଭଉଣୀ ବି ଭାଇଠୁ ଉପହାରଟିଏ ପାଇବା ପରେ ଏହାର ଦାମ୍‌ ତର୍ଜମା କରିବାକୁ ଚେଷ୍ଟା କରନ୍ତୁ ନାହିଁ କିମ୍ବା ଏହାକୁ ଅଣଦେଖା କରନ୍ତୁ ନାହିଁ। ଏହା ପଛରେ ନିଜ ପ୍ରତି ଭାଇଙ୍କର ଥିବା ଶ୍ରଦ୍ଧା ଓ ଭଲପାଇବାକୁ ଜାଣିବାକୁ ଚେଷ୍ଟା କରନ୍ତୁ ଏବଂ ଉପହାରର ଗୁରୁତ୍ବ ବୁଝନ୍ତୁ। କାରଣ ଉପହାର ଦେବା କିମ୍ବା ନେବା ବେଳେ ପ୍ରତିଯୋଗୀ ମନୋବୃତ୍ତି ରହିଲେ ଉପହାରର ଆନନ୍ଦ ନେବା ବଦଳରେ ଏହାର ମହତ୍ତ୍ବ କମିଯାଏ।
ଦାମୀ ଉପହାରରେ ଆପ୍ୟାୟିତ କରିବା ନିଶାରେ ଅଯଥା ଗୁଡ଼ାଏ ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ। କେହି କେହି ଏଥିପାଇଁ ଧାରକରଜ କରୁଥିବାର ବି ନଜିର ରହିଛି। ହେଲେ ବାସ୍ତବରେ କୌଣସି ଉପହାରର ଅସଲ ଗୁରୁତ୍ବ ଏହାର ଦାମ୍‌କୁ ନେଇ ହୋଇ ନ ଥାଏ। ଭଉଣୀ ପାଇଁ ଶ୍ରଦ୍ଧାର ସହ ଭାଇ ଦେଉଥିବା ପ୍ରତ୍ୟେକ ଉପହାର ହିଁ ମୂଲ୍ୟବାନ୍‌।
ଗ୍ରହଣ କରିବା ସମୟରେ ତାହା ଭଲ ନ ଲାଗିଲେ ଆଦୌ ପ୍ରକାଶ ନ କରି ଆଦରର ସହ ଗ୍ରହଣ କରି ଭାଇଙ୍କୁ ଧନ୍ୟବାଦ ଜଣାଇବା ଦରକାର। ଯାହାଦ୍ବାରା ଭାଇକୁ ଆତ୍ମସନ୍ତୋଷ ମିଳିଥାଏ। କେବଳ ଏତିକି ନୁହେଁ ଭାଇଙ୍କୁ ଆବଶ୍ୟକତାରୁ ଅଧିକ ଦାମୀ ଉପହାର ଡିମାଣ୍ଡ କରନ୍ତୁ ନାହିଁ। ଭାଇଙ୍କ ପାଖରେ ଏତେ ଟଙ୍କା ନ ଥିଲେ ସେ ହୁଏତ ଦୁଃଖ କରିପାରନ୍ତି କିମ୍ବା ଏତେ ଟଙ୍କା ଖର୍ଚ୍ଚ କରିବା ପରେ ତାଙ୍କର ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଟଙ୍କା ନିଅଣ୍ଟ ହୋଇପାରେ ଅବା ଧାର ଉଧାର କରିବାକୁ ପଡିପାରେ, ସେସବୁ ଦିଗରେ ଧ୍ୟାନ ଦିଅନ୍ତୁ।
ଉପହାର ଦେବା ସମୟରେ ଭାଇଙ୍କୁ ମଧ୍ୟ ଭଉଣୀଙ୍କ ପସନ୍ଦ, ନାପସନ୍ଦ ଏବଂ ଆବଶ୍ୟକତାକୁ ଆଖି ଆଗରେ ରଖି ଉପହାର ବାଛିବା ଦରକାର। ଯଦିଓ ଗିଫ୍ଟ ସର୍‌ପ୍ରାଇଜ ରହିଲେ ହିଁ ଦେବାରେ ଅଧିକ ଆନନ୍ଦ ମିଳିଥାଏ ହେଲେ କେବେ କେବେ ଏପରି ନ କରି ଭଉଣୀଙ୍କୁ ଉପହାର ନିଜେ ବାଛିବାର ସୁଯୋଗ ଦେଇପାରିବେ। ଏଥିପାଇଁ ଆପଣ ଚାହିଁଲେ ଅନ୍‌ଲାଇନ୍‌ ଶପିଂ ସାଇଟ୍‌ର ସାହାଯ୍ୟ ନେଇପାରିବେ କିମ୍ବା ନିଜ ବଜେଟ ଅନୁଯାୟୀ ଗିଫ୍ଟ କାର୍ଡ ମଧ୍ୟ ଦେଇପାରିବେ, ଯାହାକୁ ବ୍ୟବହାରକରି ସେ ନିଜ ପସନ୍ଦର ଉପହାର କିଣିପାରିବେ। ଏପରି କରିବା ଦ୍ୱାରା ଭଉଣୀଙ୍କୁ ଗିଫ୍ଟ ପସନ୍ଦ ଆସିବା ନ ଆସିବା କିମ୍ବା କୌଣସି କାର୍ଯ୍ୟରେ ନ ଆସିବା ସମସ୍ୟା ରହିବ ନାହିଁ।
ମିଳିଲେ ସମସ୍ତଙ୍କୁ ଖୁସି ଲାଗେ। ବିଶେଷ କରି ଯେତେବେଳେ ତାହା ବ୍ୟବହାର ଉପଯୋଗୀ ହୋଇଥାଏ, ଏହାର ମୂଲ୍ୟ ଦ୍ବିଗୁଣିତ ହୋଇଯାଏ। ତେଣୁ ଭଉଣୀ ପାଖରେ କ’ଣ ନାହିଁ ବା କ’ଣ ଦେଲେ କେବଳ ସାଇତି ରଖିବା ବଦଳରେ କାମରେ ଲାଗିପାରିବ ଜାଣିବାକୁ ଚେଷ୍ଟା କରନ୍ତୁ। ଦେଖିବେ ଏହି ଉପହାରରେ ଭଉଣୀ ଅଧିକ ଖୁସି ହେବେ।
ସବୁବେଳେ କିଣାଯିବା ଦରକାର ତା’ ନୁହେଁ, ଆପଣ ଚାହିଁଲେ ନିଜେ ମଧ୍ୟ ଘରେ ପ୍ରସ୍ତୁତ କରି ଦେଇପାରିବେ, ଯେପରି କାର୍ଡ। ଏହା ବ୍ୟତୀତ ଫୁଲଗଛ, ଆକ୍ବାରିଅମ୍‌ ଇତ୍ୟାଦି ବି ଦେଇପାରିବେ। ତେବେ ଉପହାରରେ ଭଉଣୀଙ୍କୁ ଟେଷ୍ଟି ଟେଷ୍ଟି ଖାଦ୍ୟ ବିଶେଷ କରି ନିଜ ହାତ ପ୍ରସ୍ତୁତ ଖାଦ୍ୟ ଖୁଆଇବା ଦ୍ୱାରା ତାଙ୍କ ପ୍ରତି ଆପଣଙ୍କର କେତେ ଶ୍ରଦ୍ଧା ରହିଛି ତାହା ସ୍ପଷ୍ଟ ଜଣାପଡିବା ସହ ତାଙ୍କୁ ଅଧିକ ଖୁସି ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିପିଙ୍କ କଡ଼ା ନିର୍ଦ୍ଦେଶ: ସକାଳ ୯ଟା ପୂର୍ବରୁ ଥାନାରେ ହେବ ବ୍ରିଫିଂ ପରେଡ୍‌

ଭୁବନେଶ୍ୱର,୧୦।୫: ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ରେ ରବିବାର ପୋଲିସ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ବୈଠକ ପରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏକ କଡ଼ା…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସରକାର ଗଠନ ପାଇଁ ହିମନ୍ତଙ୍କୁ ମିଳିଲା ଆମନ୍ତ୍ରଣ: ୧୨ରେ ଶପଥ ଗ୍ରହଣ

ଗୁଆହାଟୀ,୧୦ା୫: ଆସାମରେ ପରବର୍ତ୍ତୀ ସରକାର ଗଠନ ପାଇଁ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ରବିବାର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କରିଛନ୍ତି। ଫଳରେ ଆସାମରେ ଏନ୍‌ଡିଏ…

ବଡ଼ ଧରଣର ବିସ୍ଫୋରଣ, ୧୫ ପୋଲିସ ନିହତ

ପେଶଓ୍ବାର,୧୦।୫: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ପୋଲିସ ପୋଷ୍ଟ ଉପରେ ଆତ୍ମଘାତୀ ଆକ୍ରମ ହୋଇଛି । ଏଥିରେ ପନ୍ଦର ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି…

ହୃଦଘାତରେ ଚାଲିଗଲା କ୍ରୀଡ଼ା ଶିକ୍ଷକଙ୍କ ଜୀବନ

ପାତ୍ରପୁର,୧୦ା୫(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୁରଙ୍ଗି ହାଇସ୍କୁଲର କ୍ରୀଡା ଶିକ୍ଷକ ଶିଖର ମାଝୀଙ୍କ ରବିବାର ହୃଦଘାତରେ ମୃତ୍ୟୁ ଘଟିଛି। ସେ ନିଜ ଗ୍ରାମ…

ମଦ ପିଇବାକୁ ପଇସା ନ ଦେବାରୁ ସ୍ତ୍ରୀଙ୍କୁ ଆକ୍ରମଣ, ଆଉ ତା’ପରେ…

ବୁଗୁଡା,୧୦।୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅଧୀନ ସୋରଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମଦ ପିଇବାକୁ ପଇସା ନ…

ବାଂଲାଦେଶର ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ଢାକା,୧୦ା୫: ସ୍ଥାନୀୟ ଶେର-ଇ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ବର୍ତ୍ତମାନ ବାଂଲାଦେଶ ନିୟନ୍ତ୍ରଣରେ ରହିଛି। ଅଫ୍‌-ସ୍ପିନର ମେହିଦି ହସନ (୫/୧୦୨)ଙ୍କ ୫…

ୱାରେଣ୍ଟ ବଳରେ ଜେଲ୍ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୧୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ଗ୍ରାମର ଅଶ୍ଵିନୀ ଗୌଡ଼ଙ୍କୁ ରବିବାର ପାଟପୁର ପୋଲିସ ଗିରଫ କରି କୋଦଳା କୋର୍ଟକୁ ଚାଲାଣ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri