ଆସୁଛି ରାଖୀ

ପାଖେଇ ଆସିଲାଣି ରାଖୀ ପୂର୍ଣ୍ଣିମା। ଯାହାକୁ ନେଇ ଭାଇ ଏବଂ ଭଉଣୀମାନଙ୍କ ମନରେ ବଢ଼ିଚାଲିଛି ଉତ୍କଣ୍ଠା। ଭାଇ ହାତରେ କିଭଳି ରାଖୀ ବାନ୍ଧିବି ଏବଂ ଭଉଣୀଙ୍କୁ କ’ଣ ସର୍‌ପ୍ରାଇଜ୍‌ ଗିଫ୍ଟ ଦେବି ତା’କୁ ନେଇ
ସଭିଏ ଚଲାଇଛନ୍ତି ଜୋର୍‌ସୋର୍‌ ପ୍ଲାନିଂ…

ରାଖୀ ପୂର୍ଣ୍ଣିମାରେ ଭଉଣୀଟିଏ ସୁରକ୍ଷା କବଚ ସଦୃଶ ବାନ୍ଧିଦିଏ ଭାଇ ହାତରେ ରାଖୀ। ଅଉ ପ୍ରତିବଦଳରେ ଭଉଣୀକୁ ଖୁସି କରିବାକୁ ଭାଇ ବି ବଢ଼ାଇଦିଏ ସ୍ନେହ ଓ ପ୍ରୀତିଭରା ଉପହାର। ଏହା କେବଳ ଏକ ପରମ୍ପରା ନୁହେଁ ବରଂ ଏହାଦ୍ୱାରା ଉଭୟଙ୍କ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ହୋଇଥାଏ। ତେବେ ଗିଫ୍ଟ ଦେବା ସମୟରେ ହେଉ କିମ୍ବା ଗ୍ରହଣ କରିବା ସମୟରେ କେତୋଟି କଥା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ…
ଉପହାର ଦେବାବେଳେ ଅନ୍ୟମାନଙ୍କ ସହ ଆଦୌ ପ୍ରତିଯୋଗିତା କରନ୍ତୁ ନାହିଁ। ଅନ୍ୟମାନେ କ’ଣ ଉପହାର ଦେଉଛନ୍ତି, ସେଭଳି କିମ୍ବା ତା’ଠାରୁ ଅଧିକ ଦାମୀ ଉପହାର ଦେବା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ। ସେହିପରି ଭଉଣୀ ବି ଭାଇଠୁ ଉପହାରଟିଏ ପାଇବା ପରେ ଏହାର ଦାମ୍‌ ତର୍ଜମା କରିବାକୁ ଚେଷ୍ଟା କରନ୍ତୁ ନାହିଁ କିମ୍ବା ଏହାକୁ ଅଣଦେଖା କରନ୍ତୁ ନାହିଁ। ଏହା ପଛରେ ନିଜ ପ୍ରତି ଭାଇଙ୍କର ଥିବା ଶ୍ରଦ୍ଧା ଓ ଭଲପାଇବାକୁ ଜାଣିବାକୁ ଚେଷ୍ଟା କରନ୍ତୁ ଏବଂ ଉପହାରର ଗୁରୁତ୍ବ ବୁଝନ୍ତୁ। କାରଣ ଉପହାର ଦେବା କିମ୍ବା ନେବା ବେଳେ ପ୍ରତିଯୋଗୀ ମନୋବୃତ୍ତି ରହିଲେ ଉପହାରର ଆନନ୍ଦ ନେବା ବଦଳରେ ଏହାର ମହତ୍ତ୍ବ କମିଯାଏ।
ଦାମୀ ଉପହାରରେ ଆପ୍ୟାୟିତ କରିବା ନିଶାରେ ଅଯଥା ଗୁଡ଼ାଏ ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ। କେହି କେହି ଏଥିପାଇଁ ଧାରକରଜ କରୁଥିବାର ବି ନଜିର ରହିଛି। ହେଲେ ବାସ୍ତବରେ କୌଣସି ଉପହାରର ଅସଲ ଗୁରୁତ୍ବ ଏହାର ଦାମ୍‌କୁ ନେଇ ହୋଇ ନ ଥାଏ। ଭଉଣୀ ପାଇଁ ଶ୍ରଦ୍ଧାର ସହ ଭାଇ ଦେଉଥିବା ପ୍ରତ୍ୟେକ ଉପହାର ହିଁ ମୂଲ୍ୟବାନ୍‌।
ଗ୍ରହଣ କରିବା ସମୟରେ ତାହା ଭଲ ନ ଲାଗିଲେ ଆଦୌ ପ୍ରକାଶ ନ କରି ଆଦରର ସହ ଗ୍ରହଣ କରି ଭାଇଙ୍କୁ ଧନ୍ୟବାଦ ଜଣାଇବା ଦରକାର। ଯାହାଦ୍ବାରା ଭାଇକୁ ଆତ୍ମସନ୍ତୋଷ ମିଳିଥାଏ। କେବଳ ଏତିକି ନୁହେଁ ଭାଇଙ୍କୁ ଆବଶ୍ୟକତାରୁ ଅଧିକ ଦାମୀ ଉପହାର ଡିମାଣ୍ଡ କରନ୍ତୁ ନାହିଁ। ଭାଇଙ୍କ ପାଖରେ ଏତେ ଟଙ୍କା ନ ଥିଲେ ସେ ହୁଏତ ଦୁଃଖ କରିପାରନ୍ତି କିମ୍ବା ଏତେ ଟଙ୍କା ଖର୍ଚ୍ଚ କରିବା ପରେ ତାଙ୍କର ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଟଙ୍କା ନିଅଣ୍ଟ ହୋଇପାରେ ଅବା ଧାର ଉଧାର କରିବାକୁ ପଡିପାରେ, ସେସବୁ ଦିଗରେ ଧ୍ୟାନ ଦିଅନ୍ତୁ।
ଉପହାର ଦେବା ସମୟରେ ଭାଇଙ୍କୁ ମଧ୍ୟ ଭଉଣୀଙ୍କ ପସନ୍ଦ, ନାପସନ୍ଦ ଏବଂ ଆବଶ୍ୟକତାକୁ ଆଖି ଆଗରେ ରଖି ଉପହାର ବାଛିବା ଦରକାର। ଯଦିଓ ଗିଫ୍ଟ ସର୍‌ପ୍ରାଇଜ ରହିଲେ ହିଁ ଦେବାରେ ଅଧିକ ଆନନ୍ଦ ମିଳିଥାଏ ହେଲେ କେବେ କେବେ ଏପରି ନ କରି ଭଉଣୀଙ୍କୁ ଉପହାର ନିଜେ ବାଛିବାର ସୁଯୋଗ ଦେଇପାରିବେ। ଏଥିପାଇଁ ଆପଣ ଚାହିଁଲେ ଅନ୍‌ଲାଇନ୍‌ ଶପିଂ ସାଇଟ୍‌ର ସାହାଯ୍ୟ ନେଇପାରିବେ କିମ୍ବା ନିଜ ବଜେଟ ଅନୁଯାୟୀ ଗିଫ୍ଟ କାର୍ଡ ମଧ୍ୟ ଦେଇପାରିବେ, ଯାହାକୁ ବ୍ୟବହାରକରି ସେ ନିଜ ପସନ୍ଦର ଉପହାର କିଣିପାରିବେ। ଏପରି କରିବା ଦ୍ୱାରା ଭଉଣୀଙ୍କୁ ଗିଫ୍ଟ ପସନ୍ଦ ଆସିବା ନ ଆସିବା କିମ୍ବା କୌଣସି କାର୍ଯ୍ୟରେ ନ ଆସିବା ସମସ୍ୟା ରହିବ ନାହିଁ।
ମିଳିଲେ ସମସ୍ତଙ୍କୁ ଖୁସି ଲାଗେ। ବିଶେଷ କରି ଯେତେବେଳେ ତାହା ବ୍ୟବହାର ଉପଯୋଗୀ ହୋଇଥାଏ, ଏହାର ମୂଲ୍ୟ ଦ୍ବିଗୁଣିତ ହୋଇଯାଏ। ତେଣୁ ଭଉଣୀ ପାଖରେ କ’ଣ ନାହିଁ ବା କ’ଣ ଦେଲେ କେବଳ ସାଇତି ରଖିବା ବଦଳରେ କାମରେ ଲାଗିପାରିବ ଜାଣିବାକୁ ଚେଷ୍ଟା କରନ୍ତୁ। ଦେଖିବେ ଏହି ଉପହାରରେ ଭଉଣୀ ଅଧିକ ଖୁସି ହେବେ।
ସବୁବେଳେ କିଣାଯିବା ଦରକାର ତା’ ନୁହେଁ, ଆପଣ ଚାହିଁଲେ ନିଜେ ମଧ୍ୟ ଘରେ ପ୍ରସ୍ତୁତ କରି ଦେଇପାରିବେ, ଯେପରି କାର୍ଡ। ଏହା ବ୍ୟତୀତ ଫୁଲଗଛ, ଆକ୍ବାରିଅମ୍‌ ଇତ୍ୟାଦି ବି ଦେଇପାରିବେ। ତେବେ ଉପହାରରେ ଭଉଣୀଙ୍କୁ ଟେଷ୍ଟି ଟେଷ୍ଟି ଖାଦ୍ୟ ବିଶେଷ କରି ନିଜ ହାତ ପ୍ରସ୍ତୁତ ଖାଦ୍ୟ ଖୁଆଇବା ଦ୍ୱାରା ତାଙ୍କ ପ୍ରତି ଆପଣଙ୍କର କେତେ ଶ୍ରଦ୍ଧା ରହିଛି ତାହା ସ୍ପଷ୍ଟ ଜଣାପଡିବା ସହ ତାଙ୍କୁ ଅଧିକ ଖୁସି ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ଷାବନ୍ଧନ ପାଇଁ ନବୀନ ନିବାସ ନ ଆସିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ରାଖୀ ପୂର୍ଣ୍ଣିମା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ରକ୍ଷା ବନ୍ଧନରେ କେହି ନବୀନ...

ରାଖୀରେ ପରିବେଶ ସୁରକ୍ଷା

ଭୁବନେଶ୍ୱର,୮।୮(ବ୍ୟୁରୋ): ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ସମସ୍ୟା। ଗଛ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଚାରାରୋପଣକୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ରାଖୀ ସହ ପରିବେଶ...

ଏମିତି ଗାଁ, ଯେଉଁଠି ରାଖୀ ବାନ୍ଧିବା ଅଶୁଭ

ଲକ୍ଷ୍ନୌ: ରକ୍ଷାବନ୍ଧନ ପର୍ବକୁ ନେଇ ସାରା ଦେଶରେ ଉତ୍ସାହ ଭରି ରହିଥିବା ବେଳେ ଏମିତି ଏକ ଗାଁ ରହିଛି ଯେଉଁଠି ଏହି ପର୍ବ ପାଳନକୁ ଅଶୁଭ...

ସବାଇଘାସର ରାଖୀ

ଭୁବନେଶ୍ୱର,୧।୮(ବ୍ୟୁରୋ): ଆଉ ଗୋଟିଏ ଦିନ ପରେ ଭଉଣୀ-ଭାଇ ବନ୍ଧନର ପବିତ୍ର ପର୍ବ ‘ରାଖୀ ପୂର୍ଣ୍ଣିମା’। ଏଥିପାଇଁ ରାଖୀ ବଜାରରେ ଭିଡ଼ ଲାଗିବା କଥା। କିନ୍ତୁ କରୋନା...

ଆଜି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ: ମନୋବଳ ଆଗରେ ହାର ମାନିଛି ଅକ୍ଷମତା

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ୩୧ ବର୍ଷୀୟ ମିଥିଲେଶ୍‌ ପଟ୍ଟନାୟକ। ଓଡ଼ିଶୀ ନୃତ୍ୟ ଜଗତର ଜଣେ ପରିଚିତ ଚେହେରା। ଅନ୍ୟମାନଙ୍କ ଭଳି ଶାରୀରିକ ଓ ମାନସିକଭାବେ ସେ ସାଧାରଣ ନୁହନ୍ତି।...

ସିନେମାରେ ରାଖୀ

ଦେବ ଆନନ୍ଦଙ୍କ ଅଭିନୀତ ‘ହରେ ରାମା ହରେ କ୍ରିଷ୍ଣା’ ସେ ସମୟରେ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଭାଇ-ଭଉଣୀ ସମ୍ପର୍କକୁ ବେଶ୍‌ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ...

ଭିନ୍ନ ଢଙ୍ଗରେ ଛାତ୍ରୀ ପାଳିଲେ ରକ୍ଷା ବନ୍ଧନ: ଜରିମୁକ୍ତ ରାଖୀ ପ୍ରସ୍ତୁତ କରି ଭାଇଙ୍କ ହାତରେ ବାନ୍ଧିଲେ

ପଦ୍ମଗିର/ମାଲକାନଗିରି,୧୪ା୮ (ଡି.ଏନ୍‌.ଏ.): ସାଧାରଣତଃ ରାଖୀ ପୂର୍ଣ୍ଣିମା ଆସିଲେ ଭଉଣୀମାନେ ଭାଇଙ୍କ ହାତରେ ରାଖୀବାନ୍ଧି ଆଶୀର୍ବାଦ ନେବା ସହ ଭାଇମାନଙ୍କ ମଙ୍ଗଳ କାମନା କରିଥାନ୍ତି। ଭାଇମାନେ ମଧ୍ୟ...

ଜମ୍ମୁ-କଶ୍ମୀର, ଲଦାଖର ବିଭିନ୍ନ କଲେଜକୁ ପଠାଗଲା ରାଖୀ

ହିଞ୍ଜିଳିକାଟୁ,୧୪।୮(ଡି.ଏନ୍‌.ଏ.): ଜମ୍ମୁ କଶ୍ମୀରରୁ ଅନୁଚ୍ଛେଦ ୩୭୦  ଉଚ୍ଛେଦ ପରେ ବିଭିନ୍ନସ୍ତରରେ ଭିନ୍ନଭିନ୍ନ ଆଲୋଚନା କରାଯାଉଛି। ତେବେ ସେଠାକାର କଲେଜ ଛାତ୍ରୀଛାତ୍ରଙ୍କୁ ସ୍ନେହ ଶ୍ରଦ୍ଧା ଜ୍ଞାପନ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri