ଆବଦ୍ଧାଞ୍ଚଳ କଟକଣା କୋହଳ ପାଇଁ ଆଜି ଆଲୋଚନା

ଭୁବନେଶ୍ୱର, ୨୨ା୪(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅନ୍ତର୍ଗତ ଓ୍ବାର୍ଡ଼ ନଂ.୬୭ର ସୁନ୍ଦରପଦା ଏବଂ ୱାର୍ଡ ନଂ.୬୪ର ଯଦୁପୁର ଅଞ୍ଚଳକୁ ଗତ ୫ ତାରିଖରେ ଆବଦ୍ଧାଞ୍ଚଳ ଘୋଷଣା ସହ ସିଲ୍‌ କରାଯାଥିଲା। ୧୩ ତାରିଖରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥଲେ ମଧ୍ୟ ୭ ଦିନ ଯାଏ ଆକ୍ଟିଭ୍‌ ସର୍ଭେଲାନ୍ସ ବଳବତ୍ତର ରହିବ ବୋଲିି ବିଏମ୍‌ସି ପକ୍ଷରୁ କୁହାଯାଇଥିଲା। ଏବେ ଏହାର କଣ୍ଟ ପୂରିଛି। ୱାର୍ଡ ନଂ ୪୬ର ସୂର୍ଯ୍ୟନଗରକୁ ଏପ୍ରିଲ ୧ରେ ସିଲ୍‌ କରି ୧୫ରେ ସିଲ୍‌ ଅଞ୍ଚଳକୁ ହ୍ରାସ କରାଯାଇଥିଲା। ସେବେଠାରୁ ଉକ୍ତ ଅଞ୍ଚଳରେ ଆଉ ନୂଆ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି। ପୂର୍ବରୁ ସିଲ୍‌ ହୋଇଥିବା ଅଞ୍ଚଳରେ ମଧ୍ୟ ୭ ଦିନିଆ ଆକ୍ଟିଭ୍‌ ସେର୍ଭଲାନ୍ସ କଣ୍ଟ ପୂରଣ ହୋଇଛି। କ୍ୱାରେଣ୍ଟାଇନ୍‌ ସମୟ ସାଧାରଣତଃ ୧୪ ଦିନ ହୋଇଥିବା ବେଳେ ସୂର୍ଯ୍ୟନଗରରେ ଏହା ୨୧ ଦିନରେ ପହଞ୍ଚିିଲାଣି। ଆଉ ନୂଆ କରୋନା ରୋଗୀ ଚିହ୍ନଟ ହୋଇ ନ ଥିବାରୁ ସୂର୍ଯ୍ୟନଗରରୁ ସିଲ୍‌ ପ୍ରତ୍ୟାହାର ପାଇଁ ଆସନ୍ତା ଦିନେ ଦୁଇଦିନ ଭିତରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ବିଏମ୍‌ସିର ଜନୈକ ଅଧିକାରୀ କହିଛନ୍ତି।
ସତ୍ୟନଗର ସିଲ୍‌ ହେବାର ୧୪ ଦିନ ବିତିଗଲାଣି। ଉକ୍ତ ଅଞ୍ଚଳରେ ଆକ୍ଟିଭ ସର୍ଭେଲାନ୍ସ ଜାରି ରହିଛି। ଏହା ଭିତରେ ଆଉ ନୂଆ କରୋନା ରୋଗୀ ଚିହ୍ନଟ ହୋଇ ନାହାନ୍ତି। ତେଣୁ ଉକ୍ତ ଅଞ୍ଚଳକୁ ମଧ୍ୟ ସିଲ୍‌ ମୁକ୍ତ କରିବା ପାଇଁ ବିଏମ୍‌ସି ବିଚାର କରିବ। ବିଦ୍ୟୁତ୍‌ ମାର୍ଗ ଅଞ୍ଚଳର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଅଧିକାରୀ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ସମ୍ପୃକ୍ତ କାର୍ଯ୍ୟାଳୟ ସିଲ୍‌ କରାଯିବା ସହ ଆଇବି କଲୋନୀର ୧୦୦ରୁ ଊର୍ଦ୍ଧ୍ୱ ପରିବାରୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ଏପ୍ରିଲ୍‌ ୭ ତାରିଖରେ ନିର୍ଦ୍ଦେଶ ଦିଆଯାଇଥିଲା। ସେବେଠାରୁ ୧୪ ଦିନରୁ ଊର୍ଦ୍ଧ୍ୱ ହୋଇଯାଇଥିଲେ ମଧ୍ୟ କୌଣସିି ଅଧିକାରୀ ଓ କର୍ମଚାରୀ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇ ନାହଁାନ୍ତି। ବୁଧବାର କିମ୍ବା ଗୁରୁବାର ଆଇବି କଲୋନୀକୁ କଟକଣା ମୁକ୍ତ କରିବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ସ୍ଥିର କରିବେ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି। ଦକ୍ଷିଣ-ପୂର୍ବ ମଣ୍ଡଳର ୱାର୍ଡ ନଂ ୩୧ ସ୍ଥିତ ବମିଖାଲ ଅଞ୍ଚଳରେ ୧୪ ଜଣ କୋଭିଡ୍‌-୧୯ ପଜିଟିଭ୍‌ ଆସିବା ପରେ ଏଠାରେ ନିୟମିତ ଭାବେ ଲୋକଙ୍କ ରାପିଡ୍‌ ଟେଷ୍ଟ କରାଯାଉଛି। ଉକ୍ତ ଅଞ୍ଚଳରେ ଆବଦ୍ଧାଞ୍ଚଳ କଟକଣା କୋହଳ ନେଇ ବିଏମ୍‌ସିି ଏବେ କିଛି ପଦକ୍ଷେପ ନେବ ନାହିଁ। ରାପିଡ୍‌ ଟେଷ୍ଟ ଏବଂ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନ ସରିବା ଯାଏ ବିଏମ୍‌ସି ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରି ରଖିବ ବୋଲି ଆଲୋଚନା ହୋଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ସାରା ରାଜ୍ୟରେ ଏବେ ୭୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ କେବଳ ଭୁବନେଶ୍ୱରରେ ୪୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବମିଖାଲରେ ସର୍ବାଧିକ ୧୪, ସୂର୍ଯ୍ୟନଗରରେ ୮, ଝାରପଡ଼ାରେ ୬, ସତ୍ୟନଗରରେ ୪ ଓ ଅନ୍ୟ ସ୍ଥାନମାନଙ୍କରେ ଆଶାତୀତ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର

ଭୁବନେଶ୍ୱର,୧୦।୯: ଓଡ଼ିଶାରୁ ବ୍ରିଟେନ୍‌ର ବ୍ୟବସାୟିକ ମଞ୍ଚରେ ଅରୁଣ କରଙ୍କ ଉଲ୍ଲେଖନୀୟ ସଫଳତା। ସେନା ଜୀବନରୁ ଉଦ୍ୟୋଗ ଜଗତକୁ ପ୍ରବେଶ କରି ସଫଳତା ହାସଲ କରିଥିବା ଅରୁଣଙ୍କୁ ଏଲ୍‌ଡିସି…

ବଙ୍ଗୋପସାଗରରେ ୧୩ ତାରିଖ ବେଳକୁ ଲଘୁଚାପ!

ଭୁବନେଶ୍ୱର,୧୦।୯ ବଙ୍ଗୋପସାଗରରେ ଆସନ୍ତା ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲ୍ୟାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

ଛାତ୍ର ନିର୍ବାଚନରେ ବଢୁଛି ଉତ୍ସାହ: ଅତାବିରା କଲେଜରେ ୨୪ଜଣଙ୍କ ନାମାଙ୍କନ ଦାଖଲ

ଅତାବିରା,୯।୧୦(ଯୁଧିଷ୍ଠିର ମହାପାତ୍ର): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ଅତାବିରା କଲେଜରେ ନିର୍ବାଚନୀ ଉତ୍ସାହ ଦେଖିବାକୁ ମିଳିଛି। କଲେଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?