ଆବଦ୍ଧାଞ୍ଚଳ କଟକଣା କୋହଳ ପାଇଁ ଆଜି ଆଲୋଚନା

ଭୁବନେଶ୍ୱର, ୨୨ା୪(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅନ୍ତର୍ଗତ ଓ୍ବାର୍ଡ଼ ନଂ.୬୭ର ସୁନ୍ଦରପଦା ଏବଂ ୱାର୍ଡ ନଂ.୬୪ର ଯଦୁପୁର ଅଞ୍ଚଳକୁ ଗତ ୫ ତାରିଖରେ ଆବଦ୍ଧାଞ୍ଚଳ ଘୋଷଣା ସହ ସିଲ୍‌ କରାଯାଥିଲା। ୧୩ ତାରିଖରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥଲେ ମଧ୍ୟ ୭ ଦିନ ଯାଏ ଆକ୍ଟିଭ୍‌ ସର୍ଭେଲାନ୍ସ ବଳବତ୍ତର ରହିବ ବୋଲିି ବିଏମ୍‌ସି ପକ୍ଷରୁ କୁହାଯାଇଥିଲା। ଏବେ ଏହାର କଣ୍ଟ ପୂରିଛି। ୱାର୍ଡ ନଂ ୪୬ର ସୂର୍ଯ୍ୟନଗରକୁ ଏପ୍ରିଲ ୧ରେ ସିଲ୍‌ କରି ୧୫ରେ ସିଲ୍‌ ଅଞ୍ଚଳକୁ ହ୍ରାସ କରାଯାଇଥିଲା। ସେବେଠାରୁ ଉକ୍ତ ଅଞ୍ଚଳରେ ଆଉ ନୂଆ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି। ପୂର୍ବରୁ ସିଲ୍‌ ହୋଇଥିବା ଅଞ୍ଚଳରେ ମଧ୍ୟ ୭ ଦିନିଆ ଆକ୍ଟିଭ୍‌ ସେର୍ଭଲାନ୍ସ କଣ୍ଟ ପୂରଣ ହୋଇଛି। କ୍ୱାରେଣ୍ଟାଇନ୍‌ ସମୟ ସାଧାରଣତଃ ୧୪ ଦିନ ହୋଇଥିବା ବେଳେ ସୂର୍ଯ୍ୟନଗରରେ ଏହା ୨୧ ଦିନରେ ପହଞ୍ଚିିଲାଣି। ଆଉ ନୂଆ କରୋନା ରୋଗୀ ଚିହ୍ନଟ ହୋଇ ନ ଥିବାରୁ ସୂର୍ଯ୍ୟନଗରରୁ ସିଲ୍‌ ପ୍ରତ୍ୟାହାର ପାଇଁ ଆସନ୍ତା ଦିନେ ଦୁଇଦିନ ଭିତରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ବିଏମ୍‌ସିର ଜନୈକ ଅଧିକାରୀ କହିଛନ୍ତି।
ସତ୍ୟନଗର ସିଲ୍‌ ହେବାର ୧୪ ଦିନ ବିତିଗଲାଣି। ଉକ୍ତ ଅଞ୍ଚଳରେ ଆକ୍ଟିଭ ସର୍ଭେଲାନ୍ସ ଜାରି ରହିଛି। ଏହା ଭିତରେ ଆଉ ନୂଆ କରୋନା ରୋଗୀ ଚିହ୍ନଟ ହୋଇ ନାହାନ୍ତି। ତେଣୁ ଉକ୍ତ ଅଞ୍ଚଳକୁ ମଧ୍ୟ ସିଲ୍‌ ମୁକ୍ତ କରିବା ପାଇଁ ବିଏମ୍‌ସି ବିଚାର କରିବ। ବିଦ୍ୟୁତ୍‌ ମାର୍ଗ ଅଞ୍ଚଳର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଅଧିକାରୀ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ସମ୍ପୃକ୍ତ କାର୍ଯ୍ୟାଳୟ ସିଲ୍‌ କରାଯିବା ସହ ଆଇବି କଲୋନୀର ୧୦୦ରୁ ଊର୍ଦ୍ଧ୍ୱ ପରିବାରୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ଏପ୍ରିଲ୍‌ ୭ ତାରିଖରେ ନିର୍ଦ୍ଦେଶ ଦିଆଯାଇଥିଲା। ସେବେଠାରୁ ୧୪ ଦିନରୁ ଊର୍ଦ୍ଧ୍ୱ ହୋଇଯାଇଥିଲେ ମଧ୍ୟ କୌଣସିି ଅଧିକାରୀ ଓ କର୍ମଚାରୀ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇ ନାହଁାନ୍ତି। ବୁଧବାର କିମ୍ବା ଗୁରୁବାର ଆଇବି କଲୋନୀକୁ କଟକଣା ମୁକ୍ତ କରିବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ସ୍ଥିର କରିବେ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି। ଦକ୍ଷିଣ-ପୂର୍ବ ମଣ୍ଡଳର ୱାର୍ଡ ନଂ ୩୧ ସ୍ଥିତ ବମିଖାଲ ଅଞ୍ଚଳରେ ୧୪ ଜଣ କୋଭିଡ୍‌-୧୯ ପଜିଟିଭ୍‌ ଆସିବା ପରେ ଏଠାରେ ନିୟମିତ ଭାବେ ଲୋକଙ୍କ ରାପିଡ୍‌ ଟେଷ୍ଟ କରାଯାଉଛି। ଉକ୍ତ ଅଞ୍ଚଳରେ ଆବଦ୍ଧାଞ୍ଚଳ କଟକଣା କୋହଳ ନେଇ ବିଏମ୍‌ସିି ଏବେ କିଛି ପଦକ୍ଷେପ ନେବ ନାହିଁ। ରାପିଡ୍‌ ଟେଷ୍ଟ ଏବଂ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନ ସରିବା ଯାଏ ବିଏମ୍‌ସି ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରି ରଖିବ ବୋଲି ଆଲୋଚନା ହୋଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ସାରା ରାଜ୍ୟରେ ଏବେ ୭୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ କେବଳ ଭୁବନେଶ୍ୱରରେ ୪୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବମିଖାଲରେ ସର୍ବାଧିକ ୧୪, ସୂର୍ଯ୍ୟନଗରରେ ୮, ଝାରପଡ଼ାରେ ୬, ସତ୍ୟନଗରରେ ୪ ଓ ଅନ୍ୟ ସ୍ଥାନମାନଙ୍କରେ ଆଶାତୀତ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri