Posted inଫୁରସତ

ଆନ୍ତର୍ଜାତିକ ଅହିଂସା ଦିବସ:ସତ୍ୟ ସର୍ବୋଚ୍ଚ ନୀତି, ଅହିଂସା ପରମ କର୍ତ୍ତବ୍ୟ

ଅହିଂସା ଶାନ୍ତିର ମାର୍ଗ। ଅହିଂସା ମାନବର ଶ୍ରେଷ୍ଠ ଗୁଣ। ସବୁ ଧର୍ମରେ ଏହାର ସ୍ଥାନ ସ୍ବତନ୍ତ୍ର। ଜାତିର ପିତା ମହାତ୍ମା ଗାନ୍ଧୀ ଅହିଂସାର ପଥିକ ଥିଲେ। ତାଙ୍କ ଅନୁସାରେ- ଅହିଂସା ସେହି ମୁଖ୍ୟ ତତ୍ତ୍ୱ ଯାହା ପୂରା ମାନବଜାତି ମଧ୍ୟରେ ପ୍ରେମ ଓ ଆତ୍ମଶୁଦ୍ଧି ଆଣି କଠିନରୁ କଠିନତମ ସଙ୍କଟରେ ବି ସଫଳତା ପାଇବାର ସନ୍ଦେଶ ଦେଇଥାଏ। ଗାନ୍ଧିଜୀଙ୍କ ଦ୍ୱାରା ପ୍ରଭାବିତ ହୋଇ ନେଲ୍‌ସନ ମଣ୍ଡେଲା ଓ ମାର୍ଟିନ ଲୁଥର କିଙ୍ଗ ମଧ୍ୟ ଅହିଂସା ମାର୍ଗକୁ ଆଦରି ନେଇଥିଲେ। ଗାନ୍ଧିଜୀଙ୍କ ସମ୍ମାନାର୍ଥେ ୨୦୦୭ ଜୁନ୍‌ ୧୫ ରେ ଜାତିସଂଘ ସାଧାରଣ ପରିଷଦରେ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଅକ୍ଟୋବର ୨କୁୁ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ଆସିଥିଲ। ପରିଷଦର ସମସ୍ତ ସଦସ୍ୟ ଏହି ଦିନକୁ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ପାଳନ କରିବାକୁ ସ୍ଥିର କରିଥିଲେ। ଜାତିସଂଘର ସବୁ ସଦସ୍ୟ ରାଷ୍ଟ୍ର ଦ୍ୱାରା ଏହି ଦିବସ ପାଳନ କରାଯାଉଛି।
ଅହିଂସା ହିନ୍ଦୁ, ବୌଦ୍ଧ ଓ ଅନ୍ୟ ଧର୍ମର ମାନବୀୟ କାର୍ଯ୍ୟର ଆଧାର। ଅହିଂସାର ଶିକ୍ଷା ଭାରତୀୟ ସଂସ୍କୃତିର ପରିଚୟ। ଉପନିଷଦରେ ବି ଅହିଂସାର ବିଶେଷ ମହତ୍ତ୍ୱ ରହିଛି। ଜୈନ ଧର୍ମରେ ଅହିଂସା ପରମଧର୍ମ ବୋଲି କୁହାଯାଇଛି। କିନ୍ତୁ ଯେଉଁଭଳି ଅହିଂସାକୁ ଗାନ୍ଧିଜୀ ଆଗକୁ ବଢାଇଛନ୍ତି ଓ ତାହାକୁ ଜନମାନସର ବିଚାରଧାରା ମାଧ୍ୟମରେ ପ୍ରତିଫଳିତ କରିଛନ୍ତି ତାହା ବିଶ୍ୱକୁ ଏକ ଭିନ୍ନ ପଥ ଦେଖାଇଛି। ଗାନ୍ଧିଜୀ ଅହିଂସା ଶବ୍ଦକୁ ଏହାର ବ୍ୟାପକତାର ଆଧାରରେ ଏକ ସିଦ୍ଧାନ୍ତ ରୂପରେ ସ୍ବଷ୍ଟ କରିଛନ୍ତି। ଗାନ୍ଧିଜୀଙ୍କର ସମ୍ପୂର୍ଣ୍ଣ ଦର୍ଶନ ଅହିଂସା ସ୍ତମ୍ଭ ଉପରେ ରହିଛି। କାୟ, ମନ ଓ ବାକ୍ୟରେ ଯେଉଁମାନେ ଶକ୍ତିଶାଳୀ ସେମାନେ ହିଁ ଏହି ମାର୍ଗରେ ଚାଲିପାରିବେ। ଗାନ୍ଧିଜୀ ଅହିଂସାକୁ ସର୍ବୋଚ୍ଚ ନୈତିକ ଓ ଆଧ୍ୟାତ୍ସିକ ଶକ୍ତିର ପ୍ରତୀକ ବୋଲି ମାନିଛନ୍ତି। ଅହିଂସା କେବଳ ଏକ ଦର୍ଶନ ନୁହେଁ ବରଂ ଏହା କାର୍ଯ୍ୟ କରିବାର ଏକ ପଦ୍ଧତି। ଏହା ବି ହୃଦୟ ପରିବର୍ତ୍ତନର ଏକ ସାଧନ। ଗାନ୍ଧିଜୀ ଅହିଂସାର ଭାବନାକୁ ସାମାଜିକ, ଧର୍ମିକ, ଆର୍ଥତ୍କ ନୀତି କ୍ଷେତ୍ରରେ ଏକ ଆବଶ୍ୟକ ତତ୍ତ୍ୱ ବୋଲି କହିଛନ୍ତି। ସତ୍ୟ ସର୍ବୋଚ୍ଚ ନୀତି ଓ ଅହିଂସା ପରମ କର୍ତ୍ତବ୍ୟ ବୋଲି ଗାନ୍ଧିଜୀ କହିଛନ୍ତି। ଅହିଂସାର ଶକ୍ତି ଅସୀମ ଯାହାକୁ ସାଧାରଣ ଭାଷାରେ ବୁଝି ହୋବନାହିଁ। ଅହିଂସାର ଶକ୍ତି ଓ ଗାନ୍ଧିଜୀଙ୍କ ଉପରେ ୟୁରୋପିଆନ ଲେଖକ ରୋମେନ ରୋନାଲ୍ଡ ମଧ୍ୟ ତାଙ୍କ ପୁସ୍ତକରେ ବର୍ଣ୍ଣନା କରିଛନ୍ତି। ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ଗାନ୍ଧିଜୀଙ୍କୁ ଆଗାମୀ ପିଢି ପାଇଁ ପଥ ପ୍ରଦର୍ଶକ ବୋଲି କହିଥିଲେ।
ସତ୍ୟ, ପବିତ୍ରତା, ନିର୍ଭୀକତା, ଦୃଢତା, ଅପରିଗ୍ରହ,ପ୍ରେମ ଓ ଉପବାସ ଦ୍ୱାରା ଅହିଂସା ଆଚରଣ କରିବା ଉପରେ ଗାନ୍ଦିଜୀ ଗୁରୁତ୍ୱ ଦେଇଛନ୍ତି। ଅନ୍ୟାୟ ଅତ୍ୟାଚାର ମୁକାବିଲା ଅହିଂସା ଦ୍ୱାରା ହିଁ ସମ୍ଭବ ବୋଲି ତାଙ୍କର ବିଶ୍ୱାସ ଥିଲା। ଅହିଂସା ଏକ ଉପଦେଶ ନୁହେଁ, ଏହା ଜୀବନର କ୍ରିୟାତ୍ମକ ସିଦ୍ଧାନ୍ତ। ବିଶ୍ୱଶାନ୍ତି, ସାମାଜିକ ବ୍ୟବସ୍ଥା ଓ ବ୍ୟକ୍ତିଗତ ଜୀବନ ଲାଗି ଏହା ଏକ ବହ୍ମାସ୍ତ୍ର। ଆଜିର ବିଶ୍ୱରେ ଏହାର ପ୍ରାସଙ୍ଗିକତା ଉପଲବ୍ଧି କରିହେଉଛି ଓ ଆବଶ୍ୟକତା ମଧ୍ୟ ରହିଛି। ଅହିଂସାର ବାସ୍ତବିକ ଅର୍ଥ କୃତାର୍ଥ କରିବା ଅର୍ଥ ଦେଶ ପ୍ରେମ ପ୍ରଦର୍ଶନ କରିବା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri